Get Updates
Get notified of breaking news, exclusive insights, and must-see stories!

WTC Final: ଭାରତୀୟ ଦଳ ଘୋଷଣା, 15 ମାସ ପରେ ଫେରିଲେ ରାହାଣେ, ବାଦ୍ ପଡିଲେ ସୂର୍ଯ୍ୟକୁମାର

Team India For WTC Final: ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ଫାଇନାଲ ପାଇଁ ଘୋଷଣା ହୋଇଛି ଟିମ୍ ଇଣ୍ଡିଆ ।
୧୭ ଜଣିଆ ଦଳ ଘୋଷଣା କରିଛି ବିସିସିଆଇ । ତେବେ ଭେଟେରାନ ବ୍ୟାଟ୍ସମ୍ୟାନ୍ ଆଜିଙ୍କ୍ୟ ରାହାଣେ ଦଳକୁ ଫେରିଛନ୍ତି ।

ଗତ ବର୍ଷ ଦକ୍ଷିଣ ଆଫ୍ରିକା ଗସ୍ତ ପରେ ତାଙ୍କୁ କାଢି ଦିଆଯାଇଥିଲା । ରାହାଣେଙ୍କ ବ୍ୟତୀତ ଦ୍ରୁତ ବୋଲର ଶାର୍ଦ୍ଦୁଲ ଠାକୁର ମଧ୍ୟ ଦଳକୁ ଫେରିଛନ୍ତି । ଅନ୍ୟପଟେ ଭାରତୀୟ ଟି-20 ଷ୍ଟାର ସୂର୍ଯ୍ୟକୁମାର ଯାଦବ କିନ୍ତୁ ଏହି ଦଳରେ ସ୍ଥାନ ପାଇ ପାରି ନାହାନ୍ତି । ତେବେ ଜୁନ୍ 7 ରୁ 11 ପର୍ଯ୍ୟନ୍ତ ହେବାକୁ ଥିବା ଫାଇନାଲ୍ ମ୍ୟାଚରେ ଭାରତୀୟ ଦଳ ଅଷ୍ଟ୍ରେଲିଆକୁ ଭେଟିବ । ଏହି ମ୍ୟାଚ୍ ଇଂଲଣ୍ଡର ଓଭାଲରେ ଖେଳାଯିବ । ପୂର୍ବରୁ ଅଷ୍ଟ୍ରେଲିଆ ଟିମ୍‌ ନିଜର 17 ଜଣିଆ ଟିମ୍‌ ଘୋଷଣା କରିସାରିଥିଲା ।

Team India For WTC Final

ଋଷଭ ପନ୍ତଙ୍କ ଅନୁପସ୍ଥିତିରେ କେଏସ୍ ଭରତ ଦଳର ୱିକେଟ ରକ୍ଷଣ ଭାର ସମ୍ଭାଳିବେ । ସ୍ପିଡ ଆଟାକରେ ହମ୍ମଦ ସିରାଜ, ମହମ୍ମଦ ସାମି, ଉମେଶ ଯାଦବଙ୍କ ସହ ଶାର୍ଦ୍ଦୁଲ ଠାକୁର ଓ ଜୟଦେବ ଉନାଦକଟଙ୍କୁ ସାମିଲ କରାଯାଇଛି । ସେହିପରି ବ୍ୟାଟ୍ସମ୍ୟାନ୍‌ ଭାବେ ରୋହିତ ଶର୍ମା, ଶୁଭମନ୍‌ ଗିଲ୍‌, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଆଜିଙ୍କ୍ୟା ରାହାଣେ, କେଏଲ୍ ରାହୁଲ୍‌ ରହିଛନ୍ତି । ବାକି ସ୍ପିନ୍‌ ବିଭାଗରେ ରବିଚନ୍ଦ୍ରନ ଅଶ୍ୱିନୀ, ଅକ୍ଷର ପଟେଲ୍‌ ଏବଂ ରବିନ୍ଦ୍ର ଜାଡେଜାଙ୍କ ଉପରେ ଭରସା କରିଛନ୍ତି ଚୟନକର୍ତ୍ତା ।

ସୂର୍ଯ୍ୟଙ୍କ ସହ ଏହି ଖେଳାଳି ବାଦ୍ ପଡିଛନ୍ତି: ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଟେଷ୍ଟ ସିରିଜରେ ଜଡିତ ଥିବା ସୂର୍ଯ୍ୟକୁମାର ଯାଦବଙ୍କୁ ଦଳରେ ଚୟନ କରାଯାଇ ନାହିଁ । ସେହିପରି ସୂର୍ଯ୍ୟକୁମାରଙ୍କ ବ୍ୟତୀତ କୁଲଦୀପ ଯାଦବ ଏବଂ ଇଶାନ କିଷନ ମଧ୍ୟ କଙ୍ଗାରୁ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ଫାଇନାଲ ପାଇଁ ମନୋନୀତ ଦଳରେ ନାହାଁନ୍ତି । ଏଥି ସହିତ ଶ୍ରେୟସ୍ ଆୟର ଆହତ କାରଣରୁ ଦୀର୍ଘ ସମୟ ଧରି ବୃତ୍ତିଗତ କ୍ରିକେଟ୍ ଠାରୁ ଦୂରେଇ ରହିଛନ୍ତି । ସେ ଆଇପିଏଲରେ ମଧ୍ୟ ଖେଳିପାରୁ ନାହାନ୍ତି ।

15 ମାସ ପରେ ଫେରିଲେ ରାହାଣେ: ଆଜିଙ୍କ୍ୟ ରାହାଣେ 11 ଜାନୁଆରୀ 2022 ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ପାଇଁ ଶେଷ ଟେଷ୍ଟ ଖେଳିଥିଲେ। ସେହି ମ୍ୟାଚ୍ ପରେ ତାଙ୍କୁ ଦଳରୁ ବାଦ୍ ଯାଇଥିଲା । ସେ ହାରାହାରି 38.52 ରେ ଭାରତ ପାଇଁ 82ଟି ଟେଷ୍ଟରେ 4932 ରନ୍ କରିଛନ୍ତି । ଏହି ସମୟରେ ତାଙ୍କ ବ୍ୟାଟରୁ 12 ଶତକ ଏବଂ 25 ଅର୍ଦ୍ଧଶତକ ବାହାରିଛି । ଅନେକ ମ୍ୟାଚରେ ଭାରତ ପାଇଁ ଅଧିନାୟକତ୍ୱ କରିଥିବା ରାହାଣେ 15 ମାସ ପରେ ଟିମ୍ ଇଣ୍ଡିଆକୁ ଫେରିଛନ୍ତି ।

ରାହାନେ ତାଙ୍କର ଶେଷ ଟେଷ୍ଟ ଇନିଂସରେ ମାତ୍ର ଗୋଟିଏ ଅର୍ଦ୍ଧଶତକ ହାସଲ କରିଥିଲେ । ଏହି କାରଣରୁ ତାଙ୍କୁ ଦଳରୁ ବାଦ୍ ଦିଆଯାଇଥିଲା । ରଣଜୀ ଟ୍ରଫିର ଶେଷ ସିଜନରେ ରାହାଣେ ଅତ୍ୟନ୍ତ ଭଲ ପ୍ରଦର୍ଶନ କରିଥିଲେ । ମୁମ୍ବାଇ ପାଇଁ ଦୁଇଟି ଶତକ ସହାୟତାରେ ହାରାହାରି 57.63 ରେ 634 ରନ୍ ସ୍କୋର କରିଥିଲେ । ତେବେ ତାଙ୍କ ଦଳ ନକଆଉଟରେ ପହଞ୍ଚି ପାରି ନଥିଲା।

ଆଇପିଏଲରେ ରନ୍ ବର୍ଷା କରୁଛନ୍ତି ରାହାଣେ: ଚଲିତ ଆଇପିଏଲ ସିଜିନରେ ରାହାଣେ ଚମତ୍କାର ପ୍ରଦର୍ଶନ ଜାରି ରଖିଛନ୍ତି । ସେ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱାଧିନ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ହାରାହାରି 52.25 ରେ ପାଞ୍ଚ ଇନିଂସରେ 209 ରନ୍ ସଂଗ୍ରହ କରିଛନ୍ତି । ତାଙ୍କର ଷ୍ଟ୍ରାଇକ୍ ହାର ହେଉଛି 199.04 । ଏହାକୁ ଦୃଷ୍ଟିରେ ରଖି ତାଙ୍କୁ ଦଳରେ ମନୋନୀତ କରାଯାଇଥିବା ଚର୍ଚ୍ଚା ହେଉଛି । ସେହିପରି ଶ୍ରେୟସ୍ ଆୟରଙ୍କ ଅନୁପସ୍ଥିତି ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ଖରାପ ଟେଷ୍ଟ ପ୍ରଦର୍ଶନରୁ ସେ ମଧ୍ୟ ଉପକୃତ ହୋଇଛନ୍ତି ।

  • ଭାରତୀୟ ଦଳ: ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ୍, ଚେତେଶ୍ବର ପୂଜାରା, ବିରାଟ କୋହଲୀ, ଅଜିଙ୍କ୍ୟା ରାହାଣେ, କେଏଲ ରାହୁଲ, କେଏସ ଭରତ( ୱେକେଟକିପର), ରବିଚନ୍ଦ୍ରନ ଅଶ୍ବିନ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ଶାର୍ଦୁଳ ଠାକୁର, ମହମ୍ମଦ ଶାମୀ, ମହମ୍ମଦ ସିରାଜ, ଉମେଶ ଯାଦବ, ଜୟଦେବ ଉନାଦକଟ ।

ଶେଷ ଟେଷ୍ଟ ଚାମ୍ପିୟନସିପ ଫାଇନାଲ: ଭାରତୀୟ ଦଳ ଲଗାତାର ଦ୍ୱିତୀୟ ଥର ପାଇଁ ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ଫାଇନାଲରେ ପହଁଚିଛି । ଦଳ ଶେଷଥର ପାଇଁ 2021ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଟାଇଟଲ ମ୍ୟାଚରେ ପରାଜୟର ସମ୍ମୁଖୀନ ହୋଇଥିଲା । ଟେଷ୍ଟ ଚାମ୍ପିଅନସିପର 2021-23 ସିଜନରେ ଟିମ୍ ଇଣ୍ଡିଆ ଚମତ୍କାର ପ୍ରଦର୍ଶନ କରିଥିଲା । ଅଷ୍ଟ୍ରେଲିଆ ପଛରେ ପଏଣ୍ଟ ଟେବୁଲରେ ଦଳ ଦ୍ୱିତୀୟ ସ୍ଥାନରେ ରହିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+