ବାରବାଟୀ ଟି-20: କଟକ ଆସିବେନି ବିରାଟ-ରୋହିତ-ବୁମରା
ଆସନ୍ତା ଜୁନ ୧୨ ତାରିଖରେ ବାରବାଟୀ ଷ୍ଟାଡ଼ିୟମରେ ଅନୁଷ୍ଠିତ ହେବାକୁ ଥିବା ସିରିଜର ଶେଷ ମ୍ୟାଚ ପାଇଁ କଟକ ଆସିବେନି ଏହି ତିନି ଷ୍ଟାର ଖେଳାଳି । ଯାହାକୁ ନେଇ ନିରାଶ ହୋଇଛନ୍ତି ଓଡିଶା କ୍ରିକେଟ୍ ପ୍ରେମୀ ।
ଭୁବନେଶ୍ୱର: ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ଟି-୨୦ ଦଳରେ ରୋହିତ ଶର୍ମା, ବିରାଟ କୋହଲି ଓ ଜସପ୍ରୀତ ବୁମରାଙ୍କୁ ବିଶ୍ରାମ ଦିଆଯାଇଛି । ଫଳରେ ଆସନ୍ତା ଜୁନ ୧୨ ତାରିଖରେ ବାରବାଟୀ ଷ୍ଟାଡ଼ିୟମରେ ଅନୁଷ୍ଠିତ ହେବାକୁ ଥିବା ସିରିଜର ଶେଷ ମ୍ୟାଚ ପାଇଁ କଟକ ଆସିବେନି ଏହି ତିନି ଷ୍ଟାର ଖେଳାଳି । ଯାହାକୁ ନେଇ ନିରାଶ ହୋଇଛନ୍ତି ଓଡିଶା କ୍ରିକେଟ୍ ପ୍ରେମୀ ।

ତେବେ ଉଭୟ ଟେଷ୍ଟ ଓ ଟି-୨୦ ସିରିଜ୍ ପାଇଁ ଟିମ ଘୋଷଣା ହୋଇଛି । ଟି-୨୦ ସିରିଜ୍ ପାଇଁ କେଏଲ ରାହୁଲଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଛି । ଅନ୍ୟପଟେ ଦୀର୍ଘ ଦିନର ବ୍ୟବଧାନ ପରେ ହାର୍ଦ୍ଦିକ ପାଣ୍ଡ୍ୟା, ଦିନେଶ କାର୍ତ୍ତିକ, କୁଲଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲଙ୍କ ଭଳି ଖେଳାଳି ଟି-୨୦ ସିରିଜ୍ ପାଇଁ ଡକରା ପାଇଛନ୍ତି । ତା ସହିତ ଆଇପିଏଲରେ ଦମଦାର ପ୍ରଦର୍ଶନ କରିଥିବା ଦ୍ରୁତ ବୋଲର ଉମରାନ୍ ମଲ୍ଲିକ ଓ ଅର୍ଶଦୀପ ସିଂହଙ୍କୁ ମଧ୍ୟ ଟି-୨୦ ଦଳରେ ସୁଯୋଗ ମିଳିଛି ।

ସେହିପରି ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ମଧ୍ୟ BCCI ଟିମ୍ ଘୋଷଣା କରିଛି । ଏହି ଦଳରେ ଚେତେଶ୍ୱର ପୂଜାରାଙ୍କୁ ସାମିଲ କରାଯାଇଛି। ଏହି ଟିମରେ ରୋହିତ ଶର୍ମା କ୍ୟାପଟେନ ଭାବେ ଦାୟିତ୍ୱ ନିଭାଇବାକୁ ରହିଥିହବାବେଳେ, କେଏଲ ରାହୁଲ ରହିଛନ୍ତି ଉପ ଅଧିନାୟକ। ସେହିପରି ଶୁଭମନ୍ ଗିଲ, ଭିରାଟ କୋହଲି, ଶ୍ରେୟାସ ଆୟର, ହନିମାନ ବିହାରୀ, ଚେତେଶ୍ୱର ପୂଜାରା , ରିଷଭ ପନ୍ଥ ମଧ୍ୟ ରହିଛନ୍ତି ।
ଅନ୍ୟପଟେ ଦଳରେ କେଏସ ଭାରତ, ଜାଡେଜା, ଆର ଅଷ୍ୱିନୀ, ସ୍ରାଦୁଳ ଠାକୁର, ମହମ୍ମଦ ସାମୀ, ବୁମରା, ସିରାଜ, ଉମେଶ ଯାଦବ ଏବଂ ରିଷିଦ୍ଧ କ୍ରିଷ୍ଣାଙ୍କୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଖେଳିବା ପାଇଁ ଚୟନ କରିଛି ବିସିସିଆଇ ।
ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-20 ପାଇଁ ଭାରତୀୟ ଦଳ:
- କେ.ଏଲ ରାହୁଲ (କ୍ୟାପଟେନ) ରୁତୁରାଜ ଗାଇକୱାଡ୍, ଇଶାନ କିଷନ,ଦୀପକ ହୋଡା, ଶ୍ରେୟସ ଆୟର, ରିଷଭ ପନ୍ତ, ଦିନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ଭେଙ୍କଟେଶ ଆୟର, ୟୁବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଅକ୍ସର ପଟେଲ, ଆର ବିଷ୍ଣୁଇ, ଭୁବନେଶ୍ୱର କୁମାର, ହର୍ସଲ ପଟେଲ, ଅଭେଶ ଖାନ, ଅଶ୍ରଦୀପ ସିଂ, ଉମରାନ ମଲ୍ଲିକ ।
ଇଲଂଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ:
- ରୋହିତ ଶର୍ମା (କ୍ୟାପଟେନ), କେ.ଏଲ ରାହୁଲ (ଉପ ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟାର, ହନୁମାନ ବିହାରୀ, ଚେତେଶ୍ୱର ପୁଜାରା, ରିସବ ପନ୍ତ (ୱିକେଟ କିପର), କେ,ଏସ ଭାରତ(ୱିକେଟ କିପର), ରବିନ୍ଦ୍ର ଜାଡେଜା, ଆର,ଅଶ୍ୱନୀ, ଶାରଦୁଲ ଠାକୁର, ମହମ୍ମଦ ସାମୀ, ଜଶପ୍ରିତ ବୁମରା, ମହମ୍ମଦ ସିରାଜ, ଉମେଶ ଯାଦବ, ପ୍ରସିଦ୍ଧ କ୍ରିଷ୍ଣା ।












Click it and Unblock the Notifications