ଇତିହାସ ରଚିଲା ଟିମ୍ ଇଣ୍ଡିଆ, ଫାଇନାଲରେ ୯୬ ରନରେ ଜିତି ଟାଇଟଲ ବଜାୟ ରଖିଲା ଭାରତ
ଟି୨୦ ବିଶ୍ବକପ୍ରେ ଭାରତ କ୍ରମାଗତ ଦ୍ବିତୀୟ ଥର ଚାମ୍ପିଅନ ହୋଇଥିବା ବେଳେ ଏହି ଟ୍ରଫି ପାଇଁ ସ୍ବପ୍ନ ଦେଖିଥିବା କ୍ବିୱି ଦଳର ସ୍ବପ୍ନ ଧୂଳିସାତ୍ ହୋଇଛି। ପୂର୍ବରୁ ଭାରତ ୨୦୨୪ରେ ଟି୨୦ ବିଶ୍ବକପ୍ ଚାମ୍ପିଅନ ହୋଇଥିଲା। ଆଜି ଭାରତର ବିଜୟରେ ସଂଜୁ ସାମସନ, ଅକ୍ଷର ପଟେଲ, ଜସପ୍ରୀତ ବୁମରା, ଅଭିଷେକ ଶର୍ମା ଓ ଈଶାନ କିଶନ ନାୟକ ସାଜିଛନ୍ତି।

ଏହି ମ୍ୟାଚ୍ରେ ଅନ୍ୟ ଭାରତୀୟ ଖେଳାଳି ମଧ୍ୟ ପ୍ରଶଂସନୀୟ ପ୍ରଦର୍ଶନ କରିଛନ୍ତି। ଟ୍ବେଣ୍ଟି୨୦ ବିଶ୍ବକପ୍-୨୦୨୬ର ଫାଇନାଲ ମ୍ୟାଚ୍ରେ ୨୫୬ ରନ୍ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ଦଳ ୨୦ ଓଭରରେ ସମସ୍ତ ୱିକେଟ୍ ହରାଇ ୧୫୯ ରନ୍ କରିପାରିଛି। ଫଳରେ ଅତିଥି ଦଳ ଫାଇନାଲ ମ୍ୟାଚ୍କୁ ୯୬ ରନ୍ରେ ହାରିଛି।
ଭାରତ ପ୍ରଥମେ ବ୍ୟାଟିଂ କରି ୫ ଓ୍ଵିକେଟ୍ ହରାଇ ୨୫୫ ରନର ବିଶାଳ ସ୍କୋର କରିଥିଲା। ସଞ୍ଜୁ ସାମସନ ୮୯ ରନ, ଇଶାନ କିଶନ ୫୪ ରନ ଓ ଅଭିଷେକ ଶର୍ମା ୫୨ ରନ କରିଥିଲେ। ଜବାବରେ ନ୍ୟୁଜିଲାଣ୍ଡ ୧୫୯ ରନ କରି ପାରିଛି। ଯଶପ୍ରୀତ ବୁମରା ୪ ଓ୍ଵିକେଟ୍ ନେଇ ଦଳ ବିଜୟରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛନ୍ତି।












Click it and Unblock the Notifications