ଜିମ୍ବାୱେରେ ଦିନିକିଆ ସିରିଜକୁ କ୍ଲିନ ସୁଇପ୍ କଲା ଭାରତ
ଆଜି ଖେଳା ଯାଇଥିବା ଭାରତ ବନାମ ଜିମ୍ବାୱେ ମଧ୍ୟରେ ଶେଷ ଦିନିକିଆରେ ଦମଦାର ପଦର୍ଶନ ସତ୍ତ୍ବେ ୧୩ ରନରେ ପରାସ୍ତ ହୋଇଛି ଘରୋଇ ଜିମ୍ବାୱେ ଦଳ । ଫଳରେ ଏହି ସିରିଜକୁ ୩-୦ରେ କ୍ଲିନ ସୁଇପ କରିଛି ଭାରତ ।
ହରାରେ: ଆଜି ଖେଳା ଯାଇଥିବା ଭାରତ ବନାମ ଜିମ୍ବାୱେ ମଧ୍ୟରେ ଶେଷ ଦିନିକିଆରେ ଦମଦାର ପଦର୍ଶନ ସତ୍ତ୍ବେ ୧୩ ରନରେ ପରାସ୍ତ ହୋଇଛି ଘରୋଇ ଜିମ୍ବାୱେ ଦଳ । ଫଳରେ ଏହି ସିରିଜକୁ ୩-୦ରେ କ୍ଲିନ ସୁଇପ କରିଛି ଭାରତ । ଶେଷ ଦିନିକିଆରେ ସିକନ୍ଦର ରଜାଙ୍କ ଲଢୁଆ ଶତକ ହାସଲ କରିଥିଲେ। ରୋମାଞ୍ଚକର ମୁକାବିଲାରେ ପରାଜୟ ପରେ ବି ଜିମ୍ବାଓ୍ଵେ ନିଜ ପ୍ରଦର୍ଶନ ବଳରେ ସମସ୍ତଙ୍କ ମନ ଜିଣି ପାରିଛି । ସିକନ୍ଦର ରଜାଙ୍କ ଶତକ ଉପରେ ଗିଲ୍ଙ୍କ ଶତକ ଭାରି ପଡିଛି ।

ଭାରତ ଟସ ଜିତି ଅଧିନାୟକ ଲୋକେଶ ରାହୁଲ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ ହରାଇ ୨୮୯ ରନର ଇନିଂସ ଖେଳିଥିବା ବେଳେ ଏହାର ଜବାବରେ ଜିମ୍ବାୱେ ୪୯.୩ ଓଭରରେ ଅଲଆଉଟ ହୋଇଛି । ରୋହିତ ଶର୍ମା ଏବଂ ଲୋକେଶ ରାହୁଲଙ୍କ ପରେ ହରାରେ ସ୍ପର୍ଟ୍ସ କ୍ଲବ ଶୁଭମନ ଗିଲ ଅନ୍ତର୍ଜାତୀୟ କ୍ରିକେଟରେ ପ୍ରଥମ ଶତକ ହାସଲ କରିଛନ୍ତି । ସେ ୯୭ ବଲରୁ ଗୋଟିଏ ଛକା ୧୫ଟି ଚୌକା ମାରି ୧୩୦ ରନର ଇନିଂସ ଖେଳି ଆଉଟ ହୋଇଥିଲେ । ଏହା ସହିତ ସେ ପ୍ଲେୟର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି ।
୨୯୦ରନର ଲକ୍ଷ୍ୟ ନେଇ ଖେଳିଥିବା ଜିମ୍ବାୱେ ଆରମ୍ଭରୁ କେତୋଟି ୱିକେଟ ହରାଇ ବିପର୍ୟ୍ୟୟର ସମ୍ମୁଖୀନ ହୋଇଥିଲା । ତେବେ ମଧ୍ୟକ୍ରମରେ ଆସିଥିବା ସିକନ୍ଦର ରାଜା ଓ ବ୍ରାଡ ଇଭାନ୍ସ ଲଢୁଆ ଖେଳ ପ୍ରଦର୍ଶନ କରି ଚମକାଇ ଦେଇଥିଲେ । ଉଭୟ ଏକ ଶତକୀୟ ପାର୍ଟନରସିପ ଖେଳିଥିଲେ । ରାଜା ୯୫ଟି ବଲ ଖେଳି ୧୧୫ ରନ କରି ଜିମ୍ବାଓ୍ବେ ପାଇଁ ବିଜୟ ସମ୍ଭାବନା ସୃଷ୍ଟି କରିଥିଲେ । ଇଭାନ୍ସ ୨୮ ରନ କରିଥିବାବେଳେ ସିନ ୱିଲିୟମ୍ସ ୨୮ ରନ କରିଥିଲେ । ଭାରତ ପକ୍ଷରୁ ଅଭେସ ଖାଁ ୩ଟି ୱିକେଟ ନେଇଥିବାବେଳେ ଅକ୍ଷରପଟେଲ, କୂଳଦୀପ ଯାଦବ ଓ ଦୀପକ ଚହର ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।












Click it and Unblock the Notifications