Get Updates
Get notified of breaking news, exclusive insights, and must-see stories!

ଟିମ୍ ଇଣ୍ଡିଆର ଅଧିନାୟକ ଶୁବମନ ଗିଲ୍ ଆଇସିୟୁରେ ଭର୍ତ୍ତି , କୋଲକାତା ଟେଷ୍ଟରେ ଖେଳିବା ମୁସ୍କିଲ

ଭାରତୀୟ ଟିମ୍ ସାଉଥ୍ ଆଫ୍ରିକା ବିରୋଧରେ ଟେଷ୍ଟ ସିରିଜର ପ୍ରଥମ ମୁକାବିଲା କୋଲକାତାର ଇଡେନ ଗାର୍ଡେନ୍ସରେ ଖେଳୁଛି। ଏହି ମୁକାବିଲାରେ ଭାରତୀୟ ଟିମକୁ ବଡ଼ ଝଟକା ଲାଗିଛି। ଅଧିନାୟକ ଶୁଭମନ ଗିଲଙ୍କ ବେକରେ ଆଘାତ ଜନିତ କାରଣରୁ ଭାରତର ପ୍ରଥମ ପାଳିରେ ୪ରନ୍‌ର ବ୍ୟକ୍ତିଗତ ସ୍କୋରରେ ରିଟାୟର୍ଡ ହର୍ଟ ହୋଇ ଥିଲେ। ଶୁବମନ ପରେ ବ୍ୟାଟିଂ ପାଇଁ ଆସି ପାରି ନଥିଲେ। ଏହି ସ୍ଥିତିରେ ଭାରତୀୟ ଟିମ୍ର ପ୍ରଥମ ଇନିଂସ ୧୮୯ର ସ୍କୋରରେ ୯ମ ୱିକେଟ୍ ଖସିବା କ୍ଷଣି ଶେଷ ହୋଇଛି।

ଶୁଭମନ ଗିଲଙ୍କ ଏବେ ଏହି ମ୍ୟାଚ୍‌ର ବାକି ମ୍ୟାଚ୍‌ରୁ ବାହାର ହେବାର ପୂରା ସମ୍ଭାବନା ଅଛି। ଶୁବମନଙ୍କୁ ଦ୍ୱିତୀୟ ଦିନ (୧୫ ନଭେମ୍ୱର)ରେ ଖେଳ ପରେ ଷ୍ଟ୍ରେଚରରେ ଉଡ୍ସଲ୍ୟାଣ୍ଡସ ହସ୍ପିଟାଲ ନିଆଯାଇଛି। ହସ୍ପିଟାଲ ସୂତ୍ରାନୁସାରେ , ଶୁବମନଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ହସ୍ପିଟାଲ ତାଙ୍କର ଚିକିତ୍ସା ପାଇଁ ସବୁ ଆବଶ୍ୟକୀୟ ପଦକ୍ଷେପ ନେଇଛି। ତାଙ୍କର ସ୍କାନ ଓ ଏମଆଇଆଇ ଟେଷ୍ଟ ମଧ୍ୟ ପୂରା କରିସାରିଛି। ଶୁବମନଙ୍କ ବେକ ଓ ଏହାର ଚାରିପାଖ ଏରିଆରେ ଯନ୍ତ୍ରଣା ଅନୁଭବ ହେଉଥିଲା , ଏହି କାରଣରୁ ତାଙ୍କୁ ନିରୀକ୍ଷଣ ପାଇଁ ଆଇସିୟୁରେ ରଖାଯାଇଛି। ହେଲେ ଆଶ୍ୱସ୍ତିର କଥା ଏହା ଯେ, ତାଙ୍କର ସ୍ଥିତି ସ୍ଥିର ରହିଛି।

Team India captain Shubman Gill

ଟେଷ୍ଟ ମ୍ୟାଚ୍ ଦ୍ୱିତୀୟ ଦିନ ସାଉଥ୍ ଆଫ୍ରିକାର ସ୍ପିନର ସାଇମନ ହାର୍ମରଙ୍କ ବଲକୁ ସ୍ୱିପ୍ ସଟ୍ ଖେଳିବା ସମୟରେ ଶୁଭମନ ଗିଲ୍ ହଠାତ୍ ତୀବ୍ର ଯନ୍ତ୍ରଣା ଅନୁଭବ କରିଥିଲେ। ଏହି ସଟ୍କୁ ଖେଳିବା ପରେ ହିଁ ଶୁମନ ନିଜର ବେକର ବାମ ଭାଗକୁ ଧରିବାର ନଜର ଆସିଥିଲା ଏବଂ ଫିଜିଓକୁ ଡାକିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+