ଟିମ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା କରୋନା ପଜିଟିଭ
ଟିମ୍ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା କରୋନା ପଜିଟିଭ । ଇଂଲଣ୍ଡ ଟେଷ୍ଟ ପୂର୍ବରୁ ଟିମ ଇଣ୍ଡିଆକୁ ଲାଗିଲା ବଡ ଝଟକା । କରୋନାରେ ଆକ୍ରାନ୍ତ ହେଲେ ହିଟ୍ ମ୍ୟାନ୍। ଏନେଇ ବିସିସିଆଇ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।
ଲଣ୍ଡନ: ଟିମ୍ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା କରୋନା ପଜିଟିଭ । ଇଂଲଣ୍ଡ ଟେଷ୍ଟ ପୂର୍ବରୁ ଟିମ ଇଣ୍ଡିଆକୁ ଲାଗିଲା ବଡ ଝଟକା । କରୋନାରେ ଆକ୍ରାନ୍ତ ହେଲେ ହିଟ୍ ମ୍ୟାନ୍। ଏନେଇ ବିସିସିଆଇ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ଶନିବାର ରାପିଡ୍ ଆଣ୍ଟିଜେନ୍ ଟେଷ୍ଟରେ ରୋହିତ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଏବେ ସେ ହୋଟେଲରେ ଆଉସୋଲେସନରେ ଅଛନ୍ତି । ବିସିସିଆଇ ମେଡିକାଲ ଟିମ୍ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛି। ଆଜି ପୁଣି ତାଙ୍କ ଆର୍ଟିପିସିଆର୍ ଟେଷ୍ଟ କରାଯିବ ।
UPDATE - #TeamIndia Captain Mr Rohit Sharma has tested positive for COVID-19 following a Rapid Antigen Test (RAT) conducted on Saturday. He is currently in isolation at the team hotel and is under the care of the BCCI Medical Team.
— BCCI (@BCCI) June 25, 2022
ତେବେ ଗତବର୍ଷ ରୋହିତ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ୪ ଟେଷ୍ଟରେ ଦମଦାର୍ ବ୍ୟାଟିଂ କରିଥିଲେ । ସେ ୫୨.୨୭ ଆଭରେଜରେ ୩୬୮ ରନ୍ କରିଥିଲେ । ଏଥିରେ ଏକ ଶତକୀୟ ଇନିଂସ ମଧ୍ୟ ସାମିଲ ଥିଲା । ଭାରତ ଏବେ ସିରିଜରେ ୨-୧ରେ ଆଗୁଆ ରହିଛି । ତେବେ ଶେଷ ମ୍ୟାଚ୍ ଗତବର୍ଷ କରୋନା ପାଇଁ ସ୍ଥଗିତ ଥିଲା । ଯାହା ଜୁନ୍ ୧ରେ ଖେଳାଯିବ ।












Click it and Unblock the Notifications