Get Updates
Get notified of breaking news, exclusive insights, and must-see stories!

ପାକିସ୍ତାନର ବିଜୟ ସହ ଏସିଆ କପରେ ଭାରତର ଅଭିଯାନ ଶେଷ

ଏସିଆ କପ ଫାଇନାଲରୁ ବାଦ ପଡିଲା ଟିମ୍ ଇଣ୍ଡିଆ । ଗତକାଲି ମ୍ୟାଚରେ ପାକିସ୍ତାନର ବିଜୟ ସହ ଏସିଆ କପରେ ଭାରତର ଅଭିଯାନ ଶେଷ ହୋଇଛି । ଆଜି କେବଳ ଔପଚାରିକତା ଭାବେ ବାକି ଥିବା ଏକ ମ୍ୟାଚ ଖେଳିବ ଭାରତ ।

ଶାରଜା: ଏସିଆ କପ ଫାଇନାଲରୁ ବାଦ ପଡିଲା ଟିମ୍ ଇଣ୍ଡିଆ । ଗତକାଲି ମ୍ୟାଚରେ ପାକିସ୍ତାନର ବିଜୟ ସହ ଏସିଆ କପରେ ଭାରତର ଅଭିଯାନ ଶେଷ ହୋଇଛି । ଆଜି କେବଳ ଔପଚାରିକତା ଭାବେ ବାକି ଥିବା ଏକ ମ୍ୟାଚ ଖେଳିବ ଭାରତ । ଏସିଆ କପର ସୁପର-୪ ରାଉଣ୍ଡରେ ଆଫଗାନିସ୍ତାନ ବନାମ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଆଫଗାନିସ୍ତାନକୁ ୧ ୱିକେଟରେ ପରାସ୍ତ କରିଛି ପାକିସ୍ତାନ । ଟସ ହାରି ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୨୯ ରନ କରିଥିଲା । ଏହାର ଜବାବରେ ପାକିସ୍ତାନ ୧୯.୨ ଓଭରରେ ୯ ୱିକେଟ ହରାଇ ୧୩୧ ରନ କରି ମ୍ୟାଚକୁ ରୋମାଞ୍ଚ ମୋଡରେ ୧ ୱିକେଟରେ ଜିତି ନେଇଛି ।

Team India

୧୩୦ ରନ୍‌ ଲକ୍ଷ୍ୟ ନେଇ ବ୍ୟାଟିଂ କରିବାକୁ ଆସିଥିବା ପାକିସ୍ତାନ ମଧ୍ୟ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟ ସାମ୍ନା କରିଥିଲା। ଅଧିନୟାକ ବାବର ଆଜମ ଖାତା ଖୋଲିପାରି ନଥିଲେ। ସେହିପରି ଫକର ଜମାନ ୫ ରନ୍ ମୋହମ୍ମଦ ରିଜୱାନ ୨୦ ରନ୍ ଓ ଇଫ୍‌ତିଆର ଅହମଦ ୩୦ ରନ୍‌ କରିଥିବା ବେଳେ ଅସିଫ ଅଲୀ ୮ ବଲ୍‌ରେ ୧୬ ରନ୍ କରିଥିଲେ। ଗୋଟିଏ ପରେ ଗୋଟିଏ ପାକ୍ ବ୍ୟାଟର ଆଉଟ ହେଉଥିଲେ। ମ୍ୟାଚ୍‌ର ସ୍ଥିତି ରୋମାଞ୍ଚକର ହୋଇଥିଲା। ଶେଷ ବେଳକୁ ଜିତିବା ପାଇଁ ୧୧ ରନର ଆବଶ୍ୟକ ପଡ଼ୁଥିଲା। ହେଲେ ଶେଷ ଓଭର ଦୁଇଟି ବଲରେ ଦୁଇଟ ଲଗାତର ଛକା ଲଗାଇ ନସୀମ ଶାହ ପାକିସ୍ତାନକୁ ମ୍ୟାଚ୍ ଜିତାଇଥିଲେ। ଆଫଗାନିସ୍ତାନ ପକ୍ଷରୁ ଫରୀଦ ଓ ଫାରୁକୀ ୩ ଟି ଲେଖାଁଏ ୱିକେଟ୍ ନେଇଥିବା ବେଳେ ରଶିଦ ଖାନ ୨ଟି ୱିକେଟ୍ ନେଇଥିଲେ।

ତେବେ ସୁପର-୪ ପର୍ଯ୍ୟାୟରେ ଅପ୍ରତ୍ୟାଶିତ ଭାବେ ମାଟି କାମୁଡ଼ିଥିଲା ଭାରତ। ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନଠାରୁ ହାରିବା ପରେ ଶ୍ରୀଲଙ୍କାର ଏକ ଅନଭିଜ୍ଞ ତଥା ଯୁବ ଦଳଠାରୁ ବି ପରାସ୍ତ ହୋଇଥିଲା । ଭାରତକୁ ଫାଇନାଲ୍ ଖେଳିବାର ପ୍ରମୁଖ ଦାବିଦାର କୁହାଯାଉଥିଲା ବେଳେ ସୁପର-୪ ପର୍ଯ୍ୟାୟରେ ଲଗାତାର ଦୁଇଟି ମ୍ୟାଚ୍ ହାରିବା ଫଳରେ ଫାଇନାଲ ଆଶା ଧୂଳିସାତ୍ ହୋଇଛି ।

ସେପଟେ ଏସିଆ କପ୍‌ରୁ ଭାରତ ବାଦ୍ ପଡ଼ିବା ଆଶଙ୍କାରେ ଫ୍ୟାନ୍‌ମାନେ ରୋହିତ ଶର୍ମାର କ୍ୟାପ୍ଟେନ୍‌ସିପ୍‌କୁ ତିରସ୍କାର କରୁଛନ୍ତି । ଟୁଇଟରରେ #SackRohit ଲଗାତାର ଟ୍ରେଣ୍ଡ ହେବାରେ ଲାଗିଛି । ଶ୍ରୀଲଙ୍କା ବିପକ୍ଷରେ ଦୀନେଶ କାର୍ତ୍ତିକଙ୍କୁ ନଖେଳାଇବା ଏବଂ ରବି ବିଷ୍ଣୋଇଙ୍କ ସ୍ଥାନରେ ଆର ଅଶ୍ବିନଙ୍କୁ ସ୍ଥାନ ଦେବା ନେଇ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ ଏବଂ ଅଧିନାୟକ ରୋହିତ ଶର୍ମା ସମାଲୋଚିତ ହେଉଛନ୍ତି । ସେହିଭଳି ଦୀପକ ହୁଡ଼ା ଅଲରାଉଣ୍ଡର୍‌ ଭାବେ ଖେଳୁଥିଲେ ମଧ୍ୟ ତାଙ୍କୁ ଗୋଟିଏ ‌ହେଲେ ବି ଓଭର ବୋଲିଂ କରିବାର ସୁଯୋଗ ନଦେବା ନିଷ୍ପତ୍ତି ନେଇ ମଧ୍ୟ ବିତର୍କ ଆରମ୍ଭ ହୋଇଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+