ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍ ଲାଗି ଟିମ୍ ଇଣ୍ଡିଆ ଘୋଷଣା ; ଦଳରେ କିଏ କିଏ ?
ଭାରତୀୟ କ୍ରିକେଟ କଂଟ୍ରୋଲ୍ ବୋର୍ଡ (ବିସିସିଆଇ) ଦକ୍ଷିଣ ଆଫ୍ରିକା ବିପକ୍ଷରେ ଆସନ୍ତା ଟି-୨୦ ସିରିଜ୍ ଲାଗି ଟିମ୍ ଘୋଷଣା କରିଛି । ଏହି ସିରିଜ୍ ପାଇଁ ଭାରତ ଦକ୍ଷିଣ ଆଫ୍ରିକା ଗସ୍ତ କରିବ । ବାଂଲାଦେଶ ବିପକ୍ଷ ଟି-୨୦ ସିରିଜ୍ ଖେଳିଥିବା ମୟଙ୍କ ଯାଦବ ଏବଂ ଶିବମ ଦୁବେଙ୍କୁ ଆହତ କାରଣରୁ ଦଳରେ ସାମିଲ କରାଯାଇ ନାହିଁ। ସମାନ କାରଣରୁ ରିୟାନ ପରାଗଙ୍କୁ ମଧ୍ୟ ଦଳରୁ ବାଦ୍ ଦିଆଯାଇଛି । ବାଂଲାଦେଶ ବିପକ୍ଷ ଟି-୨୦ ସିରିଜରେ ୪୦ ବଲ୍ରୁ ଶତକ କରିଥିବା ସଞ୍ଜୁ ସାମସନ ଟି-୨୦ ଟିମ୍ରେ ନିଜର ସ୍ଥାନ ବଜାୟ ରଖି ପାରିଛନ୍ତି ।
ସେହିଭଳି ଅଭିଷେକ ଶର୍ମାଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି ଚୟନକର୍ତ୍ତା। ସେପଟେ ନୀତୀଶ ରେଡ୍ଡୀଙ୍କୁ ଟି-୨୦ ଦଳରେ ସାମିଲ କରାଯାଇନାହିଁ । କାରଣ ତାଙ୍କୁ ବର୍ଡର-ଗାଭାସ୍କର ଟ୍ରଫି ଲାଗି ଭାରତୀୟ ଦଳରେ ସାମିଲ କରାଯାଇଛି । ବରୁଣ ଚକ୍ରବର୍ତ୍ତୀ ନିଜର ସ୍ଥାନ ସୁରକ୍ଷିତ ରଖିଛନ୍ତି । ୟଶ ଦୟାଲ, ବିଜୟ କୁମାର ବୈଶାଖ ଏବଂ ରମଣଦୀପ ସିଂହ ନୂଆ ଚେହେରା ଭାବେ ଦଳରେ ସୁଯୋଗ ଦିଆଯାଇଛି । ସେମାନେ ଆଗାମୀ ଟି-୨୦ ସିରିଜ୍ରେ ଡେବ୍ୟୁ କରିପାରନ୍ତି ।

ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୪ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ନଭେମ୍ବର ୮ରୁ ଆରମ୍ଭ ହେବ । ପ୍ରଥମ ମ୍ୟାଚ୍ ନଭେମ୍ବର ୮ରେ ଡର୍ବାନରେ ଖେଳାଯିବ । ଦ୍ବିତୀୟ ମ୍ୟାଚ୍ ନଭେମ୍ବର ୧୦ରେ ଖେଳାଯିବାକୁ ଥିବା ବେଳେ ତୃତୀୟ ମ୍ୟାଚ୍ ନଭେମ୍ବର ୧୩ ଏବଂ ଚତୁର୍ଥ ମ୍ୟାଚ୍ ନଭେମ୍ବର ୧୫ରେ ଖେଳାଯିବ । ବର୍ଡର-ଗାଭାସ୍କର ଟ୍ରଫିରେ ଅକ୍ଷର ପଟେଲ ସୁଯୋଗ ପାଇ ନଥିଲେ ହେଁ ଟି-୨୦ ସ୍କ୍ୱାଡରେ ସେ ରହିଛନ୍ତି।
ଟି-୨୦ ସିରିଜ୍ ଲାଗି ଭାରତୀୟ ଦଳ
ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ସଞ୍ଜୁ ସାମସନ୍, ଅଭିଶେଖ ଶର୍ମା, ରିଙ୍କୁ ସିଂ, ତିଲକ ବର୍ମା, ଜିତେଶ ଶର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ରମଣଦୀପ ସିଂହ, ବରୁଣ ଚକ୍ରବର୍ତ୍ତୀ, ରବି ବିଷ୍ଣୋଇ, ଅର୍ଶଦୀପ ସିଂହ, ବିଜୟ କୁମାର, ଅଭେଶ ଖାନ, ୟଶ ଦୟାଲ ।












Click it and Unblock the Notifications