Border Gavaskar Trophy 2024: ତନୁଶ କୋଟିଆନଙ୍କୁ ବର୍ଡର-ଗାଭାସ୍କର ଟ୍ରଫି ପାଇଁ ଚୟନ
ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜ ଅଧାରୁ ଅବସର ଘୋଷଣା କରିଥିବା ରବିଚନ୍ଦ୍ରନ ଅଶ୍ୱିନ ସ୍ୱଦେଶ ଫେରି ଆସିଛନ୍ତି। ଏବେ ଅଷ୍ଟ୍ରେଲିଆ ବିପକ୍ଷ ବାକି ୨ଟି ଟେଷ୍ଟ ମ୍ୟାଚ୍ ପାଇଁ ଅଶ୍ୱିନଙ୍କ ବଦଳ ଖେଳାଳିଙ୍କୁ ଚୟନ କରାଯାଇଛି। ଅଶ୍ୱିନଙ୍କ ବଦଳରେ ଜଣେ ସ୍ପିନରଙ୍କୁ ଭାରତୀୟ ସ୍କ୍ୱାଡରେ ସାମିଲ କରାଯାଇଛି।
ତାଲିକାରେ ଅକ୍ଷର ପଟେଲ, କୁଲଦୀପ ଯାଦବ ଓ ୟୁଜଭେନ୍ଦର ଚହଲ ରହିଥିଲେ ହେଁ ସମସ୍ତଙ୍କୁ ଚକିତ କରି ଜଣେ ଯୁବ ତାରକାଙ୍କୁ ବର୍ଡର-ଗାଭାସ୍କର ଟ୍ରଫି ପାଇଁ ଚୟନ କରାଯାଇଛି।
ରିପୋର୍ଟ ଅନୁସାରେ, ମୁମ୍ବାଇର ଯୁବ ଅଫ ସ୍ପିନର ତନୁଶ କୋଟିଆନଙ୍କୁ ବର୍ଡର-ଗାଭାସ୍କର ଟ୍ରଫି ପାଇଁ ଚୟନ କରାଯାଇଛି । ସେ ମଙ୍ଗଳବାର ଭାରତରୁ ଅଷ୍ଟ୍ରେଲିଆ ଉଡ଼ାଣ ଭରିବେ। ତନୁଶ ଏଯାଏ କୌଣସି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ନାହାନ୍ତି। ପ୍ରଥମ ଥର ପାଇଁ ତାଙ୍କୁ ଭାରତୀୟ ଟିମର ସ୍କ୍ୱାଡରେ ସାମିଲ କରାଯାଇଛି ।

୨୬ ବର୍ଷୀୟ ତନୁଶ ୩୩ଟି ପ୍ରଥମ ଶ୍ରେଶୀ ମ୍ୟାଚ୍ ଖେଳି ୧୦୧ ୱିକେଟ ନେଇଛି। ୨୦ଟି ଲିଷ୍ଟ ଏ ମ୍ୟାଚ୍ରେ ତାଙ୍କର ୨୦ଟି ୱିକେଟ ରହିଛନ୍ତି। ଟି-୨୦ରେ ସେ ୩୩ଟି ମ୍ୟାଚ୍ରେ ୩୩ଟି ୱିକେଟ ନେଇଛନ୍ତି। ବର୍ଡର-ଗାଭାସ୍କର ଟ୍ରଫି ପୂର୍ବରୁ ସେ ଭାରତୀୟ ଏ ଦଳ ସହ ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ୍ ଖେଳିଥିଲେ। ମେଲବର୍ଣ୍ଣରେ ସେ ୮ନଂରେ ବ୍ୟାଟିଂ କରି ୪୮ ରନ କରିଥିଲେ।
ବିସିସିଆଇର ଜଣେ ଅଧିକାରୀ କହିଛନ୍ତି, ତନୁଶ କୋଟିଆନଙ୍କୁ ସ୍କ୍ୱାଡରେ ସାମିଲ କରାଯାଇଛି। ଯଦି ୱାଶିଂଟନ ସୁନ୍ଦର କିମ୍ବା ରବୀନ୍ଦ୍ର ଜାଡେଜା ଆହତ ହୁଅନ୍ତି, ତା'ହେଲେ ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ମିଳିବ।
ସୋମବାର ମୁମ୍ବାଇର ବିଜୟ ହଜାରେ ଟ୍ରଫି ଖେଳିଥିବା ବୋଲିଂ ଅଲରାଉଣ୍ଡର ତନୁଶ ହାଇଦ୍ରାବାଦ ବିପକ୍ଷରେ ୨ଟି ୱିକେଟ ନେବା ସହ ଅପରାଜିତ ୩୯ ରନର ଇନିଂସ ଖେଳିଛନ୍ତି।












Click it and Unblock the Notifications