ବିଜୟ ହଜାରେ ଟ୍ରଫିରେ ବିଶ୍ୱରେକର୍ଡ କଲା ତାମିଲନାଡୁ, ବହେ ଛେଛିଲେ ଏହି ଖେଳାଳି
ଚଳିତ ବିଜୟ ହଜାରେ ଟ୍ରଫିରେ ଅରୁଣାଚଳ ପ୍ରଦେଶ ବିପକ୍ଷ ମ୍ୟାଚରେ ଆଜି ମ୍ୟାଚରେ ନୂଆ ରେକର୍ଡ ରଚିଛି ଟିମ୍ ତାମିଲନାଡୁ । ବିଜୟ ହଜାରେ ଟ୍ରଫିର ଏହି ମ୍ୟାଚରେ ତାମିଲନାଡୁ ୪୩୫ ରନରେ ଅରୁଣାଚଳକୁ ହରାଇଛି ।
ବେଙ୍ଗାଲୁରୁ: ଚଳିତ ବିଜୟ ହଜାରେ ଟ୍ରଫିରେ ଅରୁଣାଚଳ ପ୍ରଦେଶ ବିପକ୍ଷ ମ୍ୟାଚରେ ଆଜି ମ୍ୟାଚରେ ନୂଆ ରେକର୍ଡ ରଚିଛି ଟିମ୍ ତାମିଲନାଡୁ । ବିଜୟ ହଜାରେ ଟ୍ରଫିର ଏହି ମ୍ୟାଚରେ ତାମିଲନାଡୁ ୪୩୫ ରନରେ ଅରୁଣାଚଳକୁ ହରାଇଛି । ଯାହାକି କୌଣସି ଲିଷ୍ଟ ଏ ମ୍ୟାଚରେ ସର୍ବବୃହତ୍ତ ରନ୍ ବ୍ୟବଧାନରେ ବିଜୟ । ଏହାପୂର୍ବରୁ ସର୍ବବୃହତ୍ତ ରନ ବ୍ୟବଧାନରେ କୌଣସି ମ୍ୟାଚ୍ ଜିତିବା ରେକର୍ଡ ସମରସେଟ ନାଁରେ ଥିଲା । ୧୯୯୦ରେ ସମରସେଟ୍ ୩୪୬ ରନରେ ଡେଭୋନକୁ ହରାଇଥିଲା। ଏବେ ଏହି ରେକର୍ଡକୁ ତାମିଲନାଡୁ ଭାଙ୍ଗି ଦେଇଛି ।

ସେହିପରି କ୍ରିକେଟ ଇତିହାସରେ ପ୍ରଥମ ଦଳ ଭାରେ ତାମିଲନାଡୁ ମାତ୍ର ୫୦ ଓଭରରେ ୫୦୦ରୁ ଊର୍ଦ୍ଧ୍ୱ ରନ କରିଛି । ଆଉ ଏମିତି କରି ଇଂଲଣ୍ଡର ରେକ୍ରଡ ଭାଙ୍ଗିଛି ତାମିଲନାଡୁ । ଚଳିତ ବର୍ଷରେ ନେଦରଲାଣ୍ଡ ବିପକ୍ଷରେ ୪୯୮ ରନ କରି ଇଂଲଣ୍ଡ ବିଶ୍ୱ ରେକର୍ଡ କରିଥିଲା।
ସୋମବାର ବେଙ୍ଗାଲୁରୁର ଏମ.ଚିନ୍ନାସ୍ୱାମୀ ଷ୍ଟାଡିୟମରେ ବିଜୟ ହଜାରେ ଟ୍ରଫିର ଷଷ୍ଠ ରାଉଣ୍ଡ ମ୍ୟାଚ ଖେଳାଯାଇଥିଲା। ଏଥିରେ ଗ୍ରୁପ ସି-ରେ ଥିବା ତାମିଲନାଡୁ ଓ ଅରୁଣାଚଳ ମଧ୍ୟରେ ଲଢେଇ ହୋଇଥିଲା। ତାମିଲନାଡୁ ପ୍ରଥମେ ବ୍ୟାଟିଂ କରି ମାତ୍ର ଦୁଇଟି ୱିକେଟ ହରାଇ ୫୦୬ ରନ କରିଥିଲା। ଓପନର ଯୋଡି ଦମଦାର ପ୍ରଦର୍ଶନ କରି ୪୧୬ ରନ କରିଥିଲେ। ଯୁବ ବ୍ୟାଟର ନାରାୟଣ ଜଗଦୀଶନଙ୍କ ବିଶାଳ ତଥା ରେକର୍ଡ ବ୍ରେକିଂ ୨୭୭ ରନ ଓ ସାଈ ସୁଦର୍ଶନଙ୍କ ୧୫୪ ରନ କରିଥିଲେ ।
ତେବେ ଏହାର ଜବାବରେ ଅରୁଣାଚଳ ପ୍ରଦେଶ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୨୮.୪ ଓଭରରେ ସମସ୍ତ ୱିକେଟ ହରାଇ କେବଳ ୭୧ ରନ ହିଁ କରିବାକୁ ସକ୍ଷମ ହୋଇଛି । ତାମିଲନାଡୁ ପକ୍ଷରୁ ଏମ ସିର୍ଦ୍ଧାଥ ୫ଟି ୱିକେଟ ନେଇଥିବା ବେଳେ ରଘୁପତି ଏସ୍ ୨ଟି, ଏମ ମହମ୍ମଦ ୨ଟି ଓ ସାଈ କିଶୋର ଗୋଟିଏ ସଫଳତା ପାଇଛନ୍ତି ।
୨୭୭ ରନରେ ବିଶାଳ ଇନିଂସ ଖେଳିଥିବା ଜଗଦୀଶନଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଛି। ସେ ବିଶ୍ୱର ପ୍ରଥମ କ୍ରିକେଟର ଭାବେ କୌଣସି ଦିନିକିଆ ମ୍ୟାଚରେ ୨୭୭ ରନର କରିଛନ୍ତି । ପୂର୍ବରୁ ସର୍ବାଧିକ ବ୍ୟକ୍ତିଗତ ସ୍କୋର ତାଲିକାରେ ଭାରତର ରୋହିତ ଶର୍ମା(୨୬୪) ରହିଥିଲେ । ସେ ଶ୍ରୀଲଙ୍କା ବିପକ୍ଷ ଦିନିକିଆରେ ଏତେ ବଡ଼ ସ୍କୋର କରିଥିଲେ। କିନ୍ତୁ ଜଗଦୀଶନ ଆଜି ଏହି ରେକର୍ଡକୁ ମଧ୍ୟ ଭାଙ୍ଗି ଦେଇଛନ୍ତି।












Click it and Unblock the Notifications