Get Updates
Get notified of breaking news, exclusive insights, and must-see stories!

ମିଷ୍ଟର 360 ସୂର୍ଯ୍ୟକୁମାର ଯାଦବଙ୍କ ପ୍ରଶଂସାରେ ସାରା ବିଶ୍ୱ କ୍ରିକେଟ୍ ଜଗତ

ଭାରତୀୟ ଟିମର ମିଷ୍ଟର 360 ସୂର୍ଯ୍ୟକୁମାର ଯାଦବ । ଆଇସିସି ଟି-୨୦ କ୍ରିକେଟର ନମ୍ବର ୱାନ ବ୍ୟାଟର ହେଉଛନ୍ତି ସୂର୍ଯ୍ୟକୁମାର ଯାବଦ ବା ସ୍କାଏ । ଚଳିତ ବିଶ୍ବକପରେ ଦମଦାର ଫର୍ମରେ ନଜର ଆସୁଛନ୍ତି ସୂର୍ଯ୍ୟକୁମାର ଯାଦବ ।

ନୂଆଦିଲ୍ଲୀ: ଭାରତୀୟ ଟିମର ମିଷ୍ଟର 360 ସୂର୍ଯ୍ୟକୁମାର ଯାଦବ । ଆଇସିସି ଟି-୨୦ କ୍ରିକେଟର ନମ୍ବର ୱାନ ବ୍ୟାଟର ହେଉଛନ୍ତି ସୂର୍ଯ୍ୟକୁମାର ଯାବଦ ବା ସ୍କାଏ । ଚଳିତ ବିଶ୍ବକପରେ ଦମଦାର ଫର୍ମରେ ନଜର ଆସୁଛନ୍ତି ସୂର୍ଯ୍ୟକୁମାର ଯାଦବ । ସେ ୫ଟି ସୁପର-୧୨ ମ୍ୟାଚ୍‌ ମଧ୍ୟରୁ ୩ଟିରେ ବଡ଼ ସ୍କୋର କରିବାରେ ସମର୍ଥ ହୋଇଛନ୍ତି ।

Surya kumar Yadav

ତେବେ ସୂର୍ଯ୍ୟକୁମାରଙ୍କ ପଦର୍ଶନକୁ ନେଇ ପୂର୍ବତନ ଖେଳାଳିମାନେ କ୍ରମାଗତ ପ୍ରଶଂସା କରୁଥିବା ବେଳେ ଏବେ ଭାରତର ପାରମ୍ପାରିକ ପ୍ରତିଦ୍ବନ୍ଦୀ ପାକିସ୍ତାନର ଖେଳାଳିମାନେ ମଧ୍ୟ ସୂର୍ଯ୍ୟକୁମାରଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି। ଏହି ତାଲିକାରେ ପାକିସ୍ତାନର ଦୁଇ ପୂର୍ବତନ ଅଧିନାୟକ ୱାସିମ ଆକ୍ରାମ ଏବଂ ୱାକର ୟୁନିସଙ୍କ ସହ ସହିଦ ଆଫ୍ରିଦି ମଧ୍ୟ ଯୋଗ ଦେଇଛନ୍ତି। ସେ ଏକ ଟିଭି କାର୍ଯ୍ୟକ୍ରମରେ ସୂର୍ଯ୍ୟକୁମାରଙ୍କୁ ପ୍ରଶଂସା କରିଥିଲେ।

ସୂର୍ଯ୍ୟଙ୍କ ପ୍ରଶଂସାରେ ଆଫ୍ରିଦି

ପାକିସ୍ତାନର ପୂର୍ବତନ ଅଧିନାୟକ ସହିଦ ଆଫ୍ରିଦି କହିଛନ୍ତି ସୂର୍ଯ୍ୟକୁମାର ବର୍ତ୍ତମାନ ଦମ୍‌ଦାର ଫର୍ମରେ ରହିଛନ୍ତି। ଆଫ୍ରିଦି ଆହୁରି ମଧ୍ୟ କହିଛନ୍ତି ସୂର୍ଯ୍ୟକୁମାର ୨୦୦ରୁ ୨୫୦ ଘରୋଇ ମ୍ୟାଚ ଖେଳିବା ପରେ ଭାରତୀୟ ଦଳକୁ ଆସିଛନ୍ତି। ସେ ଖେଳ ସହ ପାରଙ୍ଗମ ରହିଛନ୍ତି। ସେ ଭଲ ବଲ୍‌କୁ ହିଟ୍‌ କରିବାରେ ଧୁରନ୍ଦର ହୋଇଛନ୍ତି। ତାଙ୍କ ସଟ୍‌ ଗୁଡିକରେ ମଧ୍ୟ ଦମ୍‌ ରହିଛି । ତାଙ୍କ ଦକ୍ଷତା ଅନୁସାରେ ସେ ଭଲ ସଟ୍‌ ଖେଳୁଛନ୍ତି। ଟି-୨୦ ଫର୍ମାଟରେ ଏହି ପରି ଖେଳ ଆବଶ୍ୟକ ଯେପରି ସୂର୍ଯ୍ୟକୁମାର ଖେଳୁଛନ୍ତି ବୋଲି ସହିଦ ଆଫ୍ରିଦି କହିଛନ୍ତି।

କଣ କହିଲେ ସେନ୍ ୱାଟସନ ?

ସେହିପରି ସୂର୍ଯ୍ୟକୁମାରଙ୍କ ଏଭଳି ପ୍ରଦର୍ଶନକୁ ନେଇ ସେନ୍ ୱାଟସନ କହିଛନ୍ତି, ସୂର୍ଯ୍ୟଙ୍କ ବ୍ୟାଟିଂ ଦେଖିବାକୁ ବହୁତ ଭଲ ଲାଗେ । ଆଇପିଏଲ ସମୟରୁ ମୁଁ ତାଙ୍କୁ ଫଲୋ କରେ । ଆଇପିଏଲରେ ଖେଳାଳୀ ଯେମିତି ପ୍ରଦର୍ଶନ କରିଥାନ୍ତି ତାହାକୁ ଅନ୍ତର୍ଜାତୀୟ କ୍ରିକେଟରେ ଦୋହରାଇବା ସହଜ ନୁହେଁ । ଖାସକରି ଅଷ୍ଟ୍ରେଲିଆ ଭଳି ଦେଶକୁ ଆସି ଲଗାତାର ରନ୍ କରିବା ଛୋଟ କଥା ନୁହେଁ । ବୋଲରଙ୍କ ବୋଲିଂ କୌଶଳକୁ ବୁଝିବା ଓ ବିଭିନ୍ନ ଶୈଳୀରେ ସଟ୍ ଖେଳିବା ବହୁତ ମଜାଦାର । ଅଷ୍ଟ୍ରେଲିଆର ବଡ ବଡ ମୈଦାନରେ ରନ୍ କରିବା ସବୁଠୁ ବଡ ଉପଲବ୍ଧି । ସୂର୍ଯ୍ୟକୁମାର ଯେମିତି ଖେଳୁଛନ୍ତି ତାହା ବହୁତ କମ ଲୋକ କରିପାରନ୍ତି ।

ସୂର୍ଯ୍ୟକୁମାର ଅନ୍ୟ ଗ୍ରହରୁ ଆସିଛନ୍ତି: ଆକ୍ରାମ

ଆଫ୍ରିଦି ପୂର୍ବରୁ ୱାସିମ ଆକ୍ରାମ କହିଥିଲେ ମୁଁ ଭାବୁଛି ସୂର୍ଯ୍ୟକୁମାର ଅନ୍ୟ ଗ୍ରହରୁ ଆସିଛନ୍ତି। ସେ ଅନ୍ୟ ବ୍ୟାଟରମାନଙ୍କଠୁ ବହୁତ ଭିନ୍ନ ଅଟନ୍ତି। ସେ ଖେଳୁଥିବା ସମୟରେ ଦେଖିବାକୁ ମଜା ଲାଗେ। ତାଙ୍କର ସଟ୍‌ ଗୁଡିକ ବହୁ ଉନ୍ନତ ଧରଣର। କେବଳ ଜିମ୍ବାୱେ ବିପକ୍ଷରେ ନୁହେଁ, ଦୁନିଆର ସର୍ବଶ୍ରେଷ୍ଠ ବୋଲିଂ ଆକ୍ରମଣ ଆଗରେ ମଧ୍ୟ ସେ ନିର୍ଭୟରେ ଖେଳୁଛନ୍ତି। ସୂର୍ଯ୍ୟଙ୍କ ଭଳି ବ୍ୟାଟର ଯଦି ଟି୨୦ ଫର୍ମାଟକୁ ଆସିବେ ତେବେ ବୋଲର ଯିବେ ତ କୁଆଡେ ଯିବେ ବୋଲି ୱାସିମ ଆକ୍ରାମ କହିଛନ୍ତି।

ସୂର୍ଯ୍ୟଙ୍କ ପାଇଁ ଯୋଜନା କରିବା କଷ୍ଟକର: ୱାକର

ପାକିସ୍ତାନର ପୂର୍ବତନ କ୍ରିକେଟର ୱାସିମ ଆକ୍ରମ ମଧ୍ୟ ପ୍ରଂଶସା କରିବାକୁ ଯାଇ କହିଛନ୍ତି, ସୂର୍ଯ୍ୟ ଯେମିତି ଖେଳୁଛନ୍ତି ଲାଗୁଛି ଭିନ୍ନ ଏକ ଗ୍ରହରୁ ସେ ଆସିଛନ୍ତି । ସୂର୍ଯ୍ୟ ଅନ୍ୟମାନଙ୍କଠାରୁ ପୂରା ଅଲଗା ଖେଳାଳି । ସେ କେବଳ ଜିମ୍ବାୱେ ନୁହେଁ ବରଂ ବିଶ୍ୱର ବଡ ବଡ ଟିମ ବିପକ୍ଷରେ ଆକ୍ରାଣାତ୍ମକ ଭାବେ ବ୍ୟାଟିଂ କରିଥାନ୍ତି । ସେହିପରି ୱାକାର ୟୁନିସ କହିଛନ୍ତି, ସୂର୍ଯ୍ୟଙ୍କ ବିପକ୍ଷରେ କୌଣସି ପ୍ଲାନ କରିବା ସମ୍ଭବ ନୁହେଁ । ବୋଲର କରିବ ତ କଣ କରିପାରିବ ।

କହିରଖୁ କି, ଗୁରୁବାର ଟି-୨୦ ସେମିଫାଇନାଲ ମୁକାବିଲାରେ ଇଂଲଣ୍ଡକୁ ଭେଟିବ ଟିମ୍ ଇଣ୍ଡିଆ । ଇଂଲଣ୍ଡ ବିପକ୍ଷରେ ବିଜୟ ସହ ଫାଇନାଲ ଟିକେଟ ହାତେଇବାକୁ ଲକ୍ଷ୍ୟ ରଖିଛି ରୋହିତ ବାହିନୀ । ଆଡିଲେଡରେ ଏହି ମ୍ୟାଚ୍ ହେବ । ଏସବୁ ଭିତରେ ୨୦୨୨ରେ ସୂର୍ଯ୍ୟ କୁମାର ଟି-୨୦ରେ ସବୁଠାରୁ ଅଧିକ ରନ କରିଥିବା ବ୍ୟାଟ୍ସର ହୋଇଛନ୍ତି । ଚଳିତ ଟି-୨୦ କ୍ୟାଲେଣ୍ଡର ବର୍ଷରେ ୧ ହଜାର ରନ ପୂରା କରିଛନ୍ତି ସୂର୍ଯ୍ୟ । ଗୋଟିଏ ବର୍ଷରେ ୧ ହଜାର ରନ ପୂରା କରିଥିବା ସେ ପ୍ରଥମ ଭାରତୀୟ ମଧ୍ୟ ହୋଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+