ମେଲବର୍ଣ୍ଣ ପରେ ସିଡନୀରେ ସୁପର ଶୋ’ ଦେଖାଇଲେ ବିରାଟ୍, ସୂର୍ୟା-ରୋହିତଙ୍କର ବି ଅର୍ଦ୍ଧଶତ
ଚଳିତ ଟି-୨୦ ବିଶ୍ୱକପରେ ଆଜି ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଭାରତ ବନାମ ନେଦରଲ୍ୟାଣ୍ଡ ମୁକାବିଲା ଜାରି ରହିଛି । ମ୍ୟାଚରେ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି । ପ୍ରଥମେ ବ୍ଯାଟିଂ କରି ୧୭୯ ରନ କରିଛି ଭାରତ । ଫଳରେ ମ୍ୟାଚକୁ ଜିତିବାକୁ ହେଲେ ନେଦରଲ
ସିଡନୀ: ଚଳିତ ଟି-୨୦ ବିଶ୍ୱକପରେ ଆଜି ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଭାରତ ବନାମ ନେଦରଲ୍ୟାଣ୍ଡ ମୁକାବିଲା ଜାରି ରହିଛି । ମ୍ୟାଚରେ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି । ପ୍ରଥମେ ବ୍ଯାଟିଂ କରି ୧୭୯ ରନ କରିଛି ଭାରତ । ଫଳରେ ମ୍ୟାଚକୁ ଜିତିବାକୁ ହେଲେ ନେଦରଲ୍ୟାଣ୍ଡକୁ ୧୮୦ ରନର ଆବଶ୍ୟକତା ରହିଛି ।

ତେବେ ଏହି ମ୍ୟାରେ ମଧ୍ୟ ଦେଖିବାକୁ ମିଳିଛି ଭାରତୀୟ ରନ ମେସିନ ବିରାଟ କୋହଲିଙ୍କ ଜଲୱା । ମେଲବର୍ଣ୍ଣରେ ପାକ୍ ବିପକ୍ଷ ମହା ମୁକାବିଲା ପରେ ସିଡନୀରେ ମଧ୍ୟ ସୁପର ଶୋ ଜାରି ରହିଛନ୍ତି କିଙ୍ଗ କୋହଲି । ପ୍ରଥମରୁ ଧୈର୍ଯ୍ୟର ସହ ବ୍ୟାଟିଂ କରିଥିବା କୋହଲି ପରେ ଲଗାତାର ବାଉଣ୍ଡରୀ ମାରି ନେଦରଲାଣ୍ଡ ବୋଲରଙ୍କୁ ନିରାଶ କରିଥିଲେ । ପ୍ରଥମ 21 ବଲରୁ ମାତ୍ର 19 ରନ ସଂଗ୍ରହ କରିଥିବା କୋହଲି ପରବର୍ଷି 44 ବଲରେ 62 ରନ ସଂଗ୍ରହ କରିଛନ୍ତି । ଯେଉଁଥିରେ ସାମିଲ ଅଛି 3ଟି ଚୌକା ଓ 2ଟି ଛକା ।
ତେବେ କେଏଲ ରାହୁଲ ବଡ ସ୍କୋର କରିବାରେ ବିଫଳ ହୋଇଥିବା ବେଳେ ଅଧିନାୟକ ରୋହିତ ଶର୍ମା ଓ ସୂର୍ଯ୍ୟକୁମାର ଯାଦବ ଅର୍ଦ୍ଧଶତକ ହାସଲ କରିଛନ୍ତି । ରୋହିତ ୫୩ ରନର ଇନିଂସ ଖେଳିଥିବା ବେଳେ ସୂର୍ଯ୍ୟ ୨୫ ବଲରେ ବିସ୍ଫୋରକ ୫୧ ରନର ଇନିଂସ ଖେଳିଥିଲେ ।












Click it and Unblock the Notifications