ଟି-20 ବିଶ୍ୱକପ 2021: ଦମଦାର ଦଶ ୱିକେଟ ବିଜୟ ସହ ଯାତ୍ରା ଆରମ୍ଭ କଲା ଓମାନ

ରବିବାର ଅପରାହ୍ନରୁ ଆରମ୍ଭ ହୋଇଥିବା ଆଇସିସି ପୁରୁଷ ଟି20 ବିଶ୍ୱକପରେ ଜତିନ୍ଦର ସିଂ (73ନଟଆଉଟ୍‌) ଏବଂ ଆକିବ ଇଲିୟାସ (50ନଟଆଉଟ୍‌)ଙ୍କ ଅପରାଜିତ 131 ରନର ଓପନିଂ ଷ୍ଟାଣ୍ଡ ଦ୍ବାରା ଘରୋଇ ସ୍ଥିତିର ସମ୍ପୂର୍ଣ୍ଣ ଫାଇଦା ଉଠାଇ ଗ୍ରୁପ୍ ବି’ର ପ୍ରଥମ ମ୍ୟାଚରେ ପାପୁଆ ନ୍

ଓମାନ: ରବିବାର ଅପରାହ୍ନରୁ ଆରମ୍ଭ ହୋଇଥିବା ଆଇସିସି ପୁରୁଷ ଟି20 ବିଶ୍ୱକପରେ ଜତିନ୍ଦର ସିଂ (73ନଟଆଉଟ୍‌) ଏବଂ ଆକିବ ଇଲିୟାସ (50ନଟଆଉଟ୍‌)ଙ୍କ ଅପରାଜିତ 131 ରନର ଓପନିଂ ଷ୍ଟାଣ୍ଡ ଦ୍ବାରା ଘରୋଇ ସ୍ଥିତିର ସମ୍ପୂର୍ଣ୍ଣ ଫାଇଦା ଉଠାଇ ଗ୍ରୁପ୍ ବି'ର ପ୍ରଥମ ମ୍ୟାଚରେ ପାପୁଆ ନ୍ୟୁ ଗିନିକୁ 10 ୱିକେଟ୍ ହରାଇ ଦୁଇଟି ପଏଣ୍ଟ ହାସଲ କରିଛି ଓମାନ।

t20 world cup 2021

ପ୍ରଥମେ ବ୍ୟାଟିଂର ଆମନ୍ତ୍ରିଣ ପାଇଥିବା ପାପୁଆ ନ୍ୟୁ ଗିନିର ଅଧିନାୟକ ଆସାଦ ଭାଲାଙ୍କ 56 ରନ୍ ଅର୍ଦ୍ଧଶତକୀୟ ପାଳି ସହାୟତାରେ 9 ୱିକେଟ ହାରଇ 129 ସ୍କୋର କରିଥିଲା । ପରେ ଜତିନ୍ଦର ଏବଂ ଇଲିୟାସଙ୍କ ଅବିଭକ୍ତ 85ବଲ ସହଭାଗୀତା ସହିତ ଓମାନ 13.4 ଓଭରରେ 131 ରନ ସ୍କୋର କରି ଏକ ଚମତ୍କାର ବିଜୟ ପଞ୍ଜିକରଣ କରିଥିଲେ।

ତେବେ ପୁରୁଷ ଟି-20 ବିଶ୍ୱକପରେ 10 ୱିକେଟ୍ ବିଜୟ ପଞ୍ଜିକରଣ କରିଥିବା ଓମାନ ବର୍ତ୍ତମାନ ତୃତୀୟ ଦଳ ହୋଇଛି । ଏହାପୂର୍ବରୁ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ଏହି କୀର୍ତ୍ତିମାନ ରଚିଥିଲେ। ଓମାନ ପାଇଁ ପୁରୁଷ ଟି-20 ଇଣ୍ଟରନ୍ୟାସନାଲରେ ଯେକୌଣସି ୱିକେଟ୍ ପାଇଁ ଏହା ହେଉଛି ସର୍ବୋଚ୍ଚ ଭାଗିଦାରୀ ।

ଏହି ଭାଗିଦାରୀରେ ପଞ୍ଜାବରେ ଜନ୍ମିତ ଜତିନ୍ଦର ସିଂ ଆକ୍ରମଣାତ୍ମ ପାଳି ସାମିଲ ରହିଛି । ସର୍ଟ ଗ୍ରାଉଣ୍ଡର ସମ୍ପୂର୍ଣ୍ଣ ଫାଇଦା ଉଠାଇ ତାଙ୍କ ଦଳକୁ ବିଜୟ ଆଡକୁ ଆଗେଇ ନେଇଥିଲେ ଜତିନ୍ଦର। ସେ ଅପରାଜିତ 73 ରନ ପାଇଁ 42 ଟି ବଲ ଖେଳିଥିଲେ, ଯେଉଁଥିରେ 7ଟି ଚୌକା ଏବଂ 4ଟି ଛକା ଅନ୍ତର୍ଭୁକ୍ତ ଥିଲା । ଇଲିୟାସ 43 ଟି ବଲରୁ ଅପରାଜିତ 50 ରନ୍ କରି ପାଞ୍ଚଟି ଚୌକା ଓ ଗୋଟିଏ ଛକା ଲଗାଇଥିଲେ ।
ଉଭୟଙ୍କ ମଧ୍ୟରେ ଭାଗିଦାରୀ ଭାଙ୍ଗିବା ପାଇଁ ପାପୁଆ ନ୍ୟୁ ଗିନି ସାତ ବୋଲରଙ୍କୁ ନିୟୋଜିତ କରିଥିଲେ କିନ୍ତୁ ସେମାନେ ସଫଳ ହୋଇନଥିଲେ।

ଏହାପୂର୍ବରୁ ଓମାନ ଅଧିନାୟକ ଜିଶାନ ମାକସୁଦ ତାଙ୍କ ସ୍ପିନରେ ଚମତ୍କାର ପ୍ରଦର୍ଶନ କରି ଚାରି ଓଭରରେ 20 ରନ୍‌ ପାଇଁ ଚାରିଟି ୱିକେଟ୍ ନେଇଥିଲେ । ଯେଉଁଥିରେ ସମାନ ଓଭରରେ ତିନି ଖେଳାଳିଙ୍କୁ ପାଭିଲିଅନ ପଠାଯାଇଥିଲା। ଯାହା ପାଇଁ ତାଙ୍କୁ 'ମ୍ୟାନ୍ ଅଫ୍ ଦି ମ୍ୟାଚ୍' ପୁରଷ୍କାର ପ୍ରଦାନ କରାଯାଇଛି । ଓମାନ ପାଇଁ ବିଲାଲ ଖାନ ଏବଂ କାଲିମୁଲ୍ଲା ପ୍ରତ୍ୟେକ ଦୁଇଟି ୱିକେଟ୍ ନେଇ ବୋଲିଂ ସହ ଭଲ ଆରମ୍ଭ କରିଥିଲେ।

ପାପୁଆ ନ୍ୟୁ ଗିନି (ପିଏନଜି) ପାଇଁ ଅଧିନାୟକ ଆସାଦ୍ ଭାଲା 4ଟି ଚୌକା ଏବଂ 3ଟି ଛକା ସହାୟତାରେ 43 ବଲରୁ ସର୍ବାଧିକ 56 ରନ ସଂଗ୍ରହ କରିଥିଲେ । ସେହିପରି ଟି-୨୦ ବିଶ୍ୱକପ୍ ଡେବ୍ୟୁ କରିଥିବା ଅନ୍ୟ ଦୁଇ ଖେଳାଳି ଚାର୍ଲ୍ସ ଆମିନି (37) ଏବଂ ସେସେ ବାଉ (13) ଡବଲ୍ ଡିଜିଟ୍ ସ୍କୋର କରିଥିଲେ । ଏହି 3 ଖେଳାଳିଙ୍କ ବ୍ୟାତିତ ପାପୁଆ ନ୍ୟୁ ଗିନିର ଅନ୍ୟ ବ୍ୟାଟର ଦୁଇ ଅଙ୍କ ଛୁଇଁ ପାରିନଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+