ଟି-20 ବିଶ୍ୱକପ: 364 ଦିନ ପରେ ପରାଜୟର ପ୍ରତିଶୋଧ, ଏଥର ଆସିବ କି କପ ?

ବିଜୟରୁ ଅଭିଯାନ ଆରମ୍ଭ କରିଛି ଟିମ ଇଣ୍ଡିଆ । ନେଇଛି ପରାଜୟର ପ୍ରତିଶୋଧ । ଠିକ୍ 364 ଦିନ ପରେ କଳା ଦାଗ ପୋଛି ଦେଇଛି ରୋହିତ୍ ବାହିନୀ । ଗତବର୍ଷ ଅର୍ଥାତ 2021 ଅକ୍ଟୋବର 24 ତାରିଖରେ ଆଇସିସି ଟୁର୍ଣ୍ଣାମେଣ୍ଟରେ ଭାଙ୍ଗିଥିଲା ଭାରତର ଅଜେୟ ରେକର୍ଡ ଧାର ।

ନୂଆଦିଲ୍ଲୀ: ବିଜୟରୁ ଅଭିଯାନ ଆରମ୍ଭ କରିଛି ଟିମ ଇଣ୍ଡିଆ । ନେଇଛି ପରାଜୟର ପ୍ରତିଶୋଧ । ଠିକ୍ 364 ଦିନ ପରେ କଳା ଦାଗ ପୋଛି ଦେଇଛି ରୋହିତ୍ ବାହିନୀ । ଗତବର୍ଷ ଅର୍ଥାତ 2021 ଅକ୍ଟୋବର 24 ତାରିଖରେ ଆଇସିସି ଟୁର୍ଣ୍ଣାମେଣ୍ଟରେ ଭାଙ୍ଗିଥିଲା ଭାରତର ଅଜେୟ ରେକର୍ଡ ଧାର । ଗତବର୍ଷ ଟି-20 ବିଶ୍ୱକପରେ ପାକିସ୍ତାନଠୁ ଏକପାଖିଆ ମ୍ୟାଚରେ 10 ୱିକେଟରେ ପରାସ୍ତ ହୋଇଥିଲା ମେନ୍ ଇନ ବ୍ଲୁ । ଠିକ୍ ଏକ ବର୍ଷ ପରେ ଯାହାର ଦୃଢ ଜବାବ୍ ଦେଇଛି ଟିମ୍ ଇଣ୍ଡିଆ ।

T20 World Cup

ଗତକାଲି ମ୍ୟାଚରେ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଲଢେଇ କରି ପାକିସ୍ତାନକୁ ଶେଷ ବଲରେ ମାତ୍ ଦେଇଛି ରୋହିତ ଆଣ୍ଡ କମ୍ପାନୀ । ରୋମାଞ୍ଜ ଭରା ମ୍ୟାଚରେ 4 ୱିକେଟରେ ବିଜୟ ହୋଇଛି ଭାରତ । ଐତିହାସିକ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ 90 ହଜାରରୁ ଅଧିକ ଦର୍ଶକଙ୍କ ଉପସ୍ଥିତିରେ ଭାରତ ପାକିସ୍ତାନକୁ 4 ୱିକେଟରେ ପରାସ୍ତ କରିଛି। ତେବେ ଏହି ବିଜୟ ପରେ ସମସ୍ତଙ୍କ ଆଶା ଟିମ୍ ଇଣ୍ଡିଆ କିମ୍ବଦନ୍ତୀ ମହେନ୍ଦ୍ର ସିଂ ଧୋନିଙ୍କ 2007 ଟାଇଟଲ ପ୍ରଦର୍ଶନକୁ ପୁନରାବୃତ୍ତି କରି ପାରିବ କି ?

ଆଗାମୀ ମ୍ୟାଚ ଭାରତ ବନାମ ନେଦରଲ୍ୟାଣ୍ଡ । ଭାରତୀୟ ଦଳ ନେଦରଲ୍ୟାଣ୍ଡ ବିପକ୍ଷରେ ଏକ ବୃହତ ବ୍ୟବଧାନରେ ପଞ୍ଜିକରଣ କରିବାକୁ ଚାହୁଁଛି । ଯାହା ଦ୍ୱାରା ନେଟ୍ ରନ୍ ହାର (+0.054) ଉନ୍ନତ ହୋଇପାରିବ। ଟିମ୍ ଇଣ୍ଡିଆ ବର୍ତ୍ତମାନ ଗୋଟିଏ ବିଜୟ ସହ ଦଳର ଶୀର୍ଷରେ ଅଛି। ଚତୁର୍ଥ ଥର ପାଇଁ ସେମିଫାଇନାଲରେ ପ୍ରବେଶ କରିବା ଭାରତୀୟ ଦଳର ପ୍ରଥମ ଲକ୍ଷ୍ୟ ହେବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+