ଟି-20 ବିଶ୍ୱକପ: ଆରମ୍ଭରୁ ବିଜୟ, ଅଭ୍ୟାସ ମ୍ୟାଚ ଜିତିଲା ଭାରତ

ଆଜି ଅଷ୍ଟ୍ରେଲିଆରେ ଖେଳାଯାଇଥିବା ଅଭ୍ୟାସ ମ୍ୟାଚରେ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଏକାଦଶକୁ ୧୩ ରନରେ ପରାସ୍ତ କରିଛି ଭାରତ ।

ନୂଆଦିଲ୍ଲୀ: ବିଶ୍ୱକପ୍ ଆରମ୍ଭ ପୂର୍ବରୁ ଭାରତ ଖାତାରେ ବିଜୟ । ଅଭ୍ୟାସ ମ୍ୟାଚ ଜିତିଲା ଟିମ ଇଣ୍ଡିଆ । ଆଜି ଅଷ୍ଟ୍ରେଲିଆରେ ଖେଳାଯାଇଥିବା ଅଭ୍ୟାସ ମ୍ୟାଚରେ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଏକାଦଶକୁ ୧୩ ରନରେ ପରାସ୍ତ କରିଛି ଭାରତ ।

T20 World Cup

ମ୍ୟାଚରେ ଟସ୍ ଜିତି ରୋହିତ ଶର୍ମା ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିଲେ । କେ.ଏଲ ରାହୁଲ ଓ ବିରାଟ କୋହଲିଙ୍କୁ ଅନୁପସ୍ଥିତିରେ ଦଳ ପାଇଁ ରୋହିତ ଶର୍ମା ଓ ରିଷଭ ପନ୍ତ ଓପନିଂ କରିଥିଲେ । ହେଲେ ଉଭୟ ସଫଳ ହୋଇପାରି ନଥିଲେ । ତେବେ ମଧ୍ୟମକ୍ରମରେ ଦୀପକ ହୁଡା ୨୨ ରନ୍, ସୂର୍ଯ୍ୟକୁମାର ଯାଦବ ୫୨ ରନ୍, ହାର୍ଦ୍ଦିକ ପାଣ୍ଡ୍ୟା ୨୭ ରନର ଇଂନିସ ଖେଳିବା ଯୋଗୁ ଟିମ୍ ଇଣ୍ଡିଆ ୨୦ ଓଭରରେ ୧୫୮ ରନ୍ କରିପାରିଥିଲା ।

ଭାରତ ଦ୍ଵାରା ଧାର୍ଯ୍ୟ ୧୫୯ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଓ୍ଵେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଏକାଦଶ ପ୍ରଥମ ୬ ଓଭରରେ ୨୯ ରନରେ ୪ ଓ୍ଵିକେଟ୍ ହରାଇଥିଲା। ଏଥିରୁ ଭୁବନେଶ୍ଵର ଏବଂ ଅର୍ଶଦୀପ ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ। ଏହା ପରେ ଭାରତୀୟ ବୋଲର ଚମତ୍କାର ବୋଲିଂ କରି କଙ୍ଗାରୁ ଦଳକୁ ବିଜୟ ଲକ୍ଷ୍ୟ ଯାଏଁ ପହଞ୍ଚିବାକୁ ଦେଇନଥିଲେ। ଅର୍ଶଦୀପ ୩ ଓଭରରେ ମାତ୍ର ୬ ରନ ଦେଇ ତିନୋଟି ଓ୍ଵିକେଟ୍ ନେଇଥିଲେ। ୟୁଜବେନ୍ଦ୍ର ଚହଲ ଏବଂ ଭୁବନେଶ୍ଵର କୁମାର ପ୍ରତ୍ୟେକ ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।

ଭାରତର ବାକି ଅଭ୍ୟାସ ମ୍ୟାଚର ସୂଚୀ:

ଭାରତ ବନାମ ଓ୍ଵେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ- ଅକ୍ଟୋବର ୧୨
ଭାରତ ବନାମ ଅଷ୍ଟ୍ରେଲିଆ- ଅକ୍ଟୋବର ୧୭
ଭାରତ ବନାମ ନ୍ୟୁଜିଲାଣ୍ଡ- ଅକ୍ଟୋବର ୧୯

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+