ଟି-୨୦ ବିଶ୍ୱକପ: ବାଂଲାଦେଶକୁ ବର୍ଷା ସାଜିଲା କାଳ, ବିଜୟ ଟେବୁଲ ଶୀର୍ଷରେ ଭାରତ

ରୋମାଞ୍ଚକର ମ୍ୟାଚରେ ବାଂଲାଦେଶକୁ ପରାସ୍ତ କରିଛି ଟିମ୍ ଇଣ୍ଡିଆ । ବିଜୟ ସହିତ ଦଳ ଟେବୁଲ ଶୀର୍ଷରେ ବସି ସେମିଫାଇନାଲର ନିକଟତର ହୋଇଛି । ତେବେ ବର୍ଷା ବାଧିତ ଏହି ମ୍ୟାଚରେ ଆରମ୍ଭରୁ ଆକ୍ରମଣ ଜାରି ରଖିଥିଲା ବାଂଲାଦେଶ । ହେଲେ ବର୍ଷା ପରେ କିନ୍ତୁ ଟିମ୍ ଇଣ୍ଡିଆ କମ୍

ଆଡିଲେଡ୍: ରୋମାଞ୍ଚକର ମ୍ୟାଚରେ ବାଂଲାଦେଶକୁ ପରାସ୍ତ କରିଛି ଟିମ୍ ଇଣ୍ଡିଆ । ବିଜୟ ସହିତ ଦଳ ଟେବୁଲ ଶୀର୍ଷରେ ବସି ସେମିଫାଇନାଲର ନିକଟତର ହୋଇଛି । ତେବେ ବର୍ଷା ବାଧିତ ଏହି ମ୍ୟାଚରେ ଆରମ୍ଭରୁ ଆକ୍ରମଣ ଜାରି ରଖିଥିଲା ବାଂଲାଦେଶ । ହେଲେ ବର୍ଷା ପରେ କିନ୍ତୁ ଟିମ୍ ଇଣ୍ଡିଆ କମ୍ ବ୍ୟାକ୍ କରିବା ସହିତ ଲଗାତାର ୱିକେଟ୍ ନେଇଥିଲା । ଆଉ ଶେଷ ଓଭରରେ ଅର୍ଶଦୀପ ଚମକ୍ରାର ବୋଲିଂ କରିବା ସହିତ ଦଳକୁ ବିଜୟ ଭେଟି ଦେଇଥିଲେ ।

T20 World Cup

ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୮୪ ରନ କରିଥିଲା । ଏହାର ଜବାବରେ ବାଂଲାଦେଶ ଶେଷ ଯାଏ ଚେଷ୍ଟା କରିଥିଲେ ହେଁ ଟାର୍ଗେଟ ଠାରୁ ୫ ରନ ପଛରେ ରହି ଯାଇଛି । ବାଂଲାଦେଶ ପ୍ରଥମେ ୧୮୫ ରନର ଟାର୍ଗେଟକୁ ପିଛା କରୁଥିଲା।

୭ ଓଭର ସୁଦ୍ଧା ଦଳ ବିନା କୌଣସି ୱିକେଟ ହରାଇ ୬୬ ରନ ମଧ୍ୟ କରି ନେଇଥିଲା। ହେଲେ ବର୍ଷା ଯୋଗୁ ବାଂଲାଦେଶକୁ ଡିଏଲ ମେଥଡ ଦ୍ୱାରା ୧୬ ଓଭରରେ ୧୫୧ ରନର ଟାର୍ଗେଟ ମିଳିଥିଲା । ଲିଟନ ଦାସ ବିସ୍ଫୋରକ ଅର୍ଦ୍ଧଶତକ ସହ କ୍ରିଜରେ ଥିବାରୁ ବାଂଲାଦେଶ ସହଜରେ ବିଜୟ ଟାର୍ଗେଟକୁ ହାସଲ କରିନେବ ବୋଲି ଆଶା କରାଯାଉଥିଲା ।

କିନ୍ତୁ ବର୍ଷା ଛାଡ଼ିବା ପରେ ମିଡ୍‌ ୱିକେଟରୁ କେଏଲ ରାହୁଲଙ୍କ ସିଧା ଥ୍ରୋରେ ଲିଟନ ଦାସ ରନ ଆଉଟ ହେବାରୁ ଖେଳର ଗତିପଥ ବଦଳି ଯାଇଥିଲା। ଲିଟନ ଦାସ ୨୭ ବଲରେ ୬୦ ରନ କରି ପ୍ୟାଭିଲିୟନ ଫେରିଥିଲେ ।

ପରେ ପରେ ଓପନର ନଜମୁଲ ହୁସେନ ସାଣ୍ଟୋ(୨୧), ଅଧିନାୟକ ସାକିବ ଅଲ ହାସନ(୧୩), ଅଫିଫ ହୁସେନ(୩) ଓ ୟାସିର ଅଲୀ (୧) ନିରାଶ ହୋଇଥିଲେ । ଶେଷରେ ଇଣ୍ଡିଆ ୫ ରନରେ ବିଜୟୀ ହୋଇଥିଲା । ଭାରତ ପକ୍ଷରୁ ଅର୍ଶଦୀପ ଓ ପାଣ୍ଡ୍ୟା ଦୁଇଟି ଲେଖାଏଁ ସଫଳତା ପାଇଥିବାବେଳେ, ମହମ୍ମଦ ଶାମି ଗୋଟିଏ ସଫଳତା ପାଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+