Get Updates
Get notified of breaking news, exclusive insights, and must-see stories!

ଟି-ଟ୍ୱେଣ୍ଟି ବିଶ୍ୱକପର ସୁପର-୮: ସନ୍ଧ୍ୟାରେ ମୁହାଁମୁହିଁ ହେବେ ଶ୍ରୀଲଙ୍କା-ପାକିସ୍ତାନ

ଟି-ଟ୍ୱେଣ୍ଟି ବିଶ୍ୱକପର ସୁପର-୮ ରାଉଣ୍ଡ୍‌ରେ ଆଜି ପାକିସ୍ତାନ - ଶ୍ରୀଲଙ୍କାକୁ ଭେଟିବେ । ଶୁକ୍ରବାର ଟେବୁଲ ଟପ୍ପର ଇଂଲଣ୍ଡ ଠାରୁ ନ୍ୟୁଜିଲାଣ୍ଡ ପରାଜିତ ହେବା ପରେ ପାକିସ୍ତାନର ସେମି ଫାଇନାଲ୍ ଆଶା ସଂଚାର ହୋଇଛି । ତଥାପି ସେମିରେ ପହଞ୍ଚିବା ଏତେ ସହଜ ନୁହେଁ । ରନ୍ ରେଟ୍‌ରେ ନ୍ୟୁଜିଲାଣ୍ଡ ଢ଼େର ଆଗରେ ରହିଛି । ଗ୍ରୁପ୍-୨ରେ ଇଂଲଣ୍ଡ ୩ଟି ଯାକ ମ୍ୟାଚ ଜିତି ମୋଟ୍ ୬ ପଏଣ୍ଟ ଅର୍ଜନ କରିଛି । ଫଳରେ ଦଳ ମୁମ୍ବାଇରେ ସେମି ଫାଇନାଲ୍ ମ୍ୟାଚ୍ ଖେଳିବା ନିଶ୍ଚିତ ହୋଇଛି ।

ନ୍ୟୁଜିଲାଣ୍ଡ ୩ଟି ଯାକ ମ୍ୟାଚ ଖେଳି ସାରିଛି ଓ ଅର୍ଜନ କରିଛି ୩ ପଏଣ୍ଟ । ପାକିସ୍ତାନ ୨ଟି ମ୍ୟାଚ ଖେଳି ୧ ପଏଣ୍ଟ ହାସଲ କରିଛି । ଆଜି ଶ୍ରୀଲଙ୍କାକୁ ହରାଇଲେ ପାକିସ୍ତାନ ୩ ପଏଣ୍ଟରେ ପହଞ୍ଚି ଯିବ । ମାତ୍ର ରନ୍ ରେଟ୍‌ରେ ନ୍ୟୁଜିଲାଣ୍ଡକୁ ପଛରେ ପକାଇ ପାରିଲେ ଦଳ ସେମିରେ ପ୍ରବେଶ କରିପାରିବ ।

T20 World Cup Super 8

ନ୍ୟୁଜିଲାଣ୍ଡର ରନ୍ ରେଟ୍ ରହିଛି ୧.୩୯୦ । ପାକିସ୍ତାନ -୦.୪୬୧ ରନ୍ ରେଟ୍ ସହ ପଏଣ୍ଟ ତାଲିକାର ତୃତୀୟ ସ୍ଥାନରେ ରହିଛି । ଶ୍ରୀଲଙ୍କାକୁ ବଡ଼ ବ୍ୟବଧାନରେ ହରାଇ ପାରିଲେ ପାକିସ୍ତାନ ସେମିରେ ପ୍ରବେଶ କରିପାରିବ। ଆଜି ପାକିସ୍ତାନ ପ୍ରଥମେ ବ୍ୟାଟିଂ କଲେ ଶ୍ରୀଲଙ୍କାକୁ ୬୪ ରନ୍ ବ୍ୟବଧାନରେ ହରାଇବାକୁ ପଡ଼ିବ । ସେହପରି ଦ୍ୱିତୀୟରେ ବ୍ୟାଟିଂ କଲେ ୧୩.୧ ଓଭର ସୁଦ୍ଧା ପାକିସ୍ତାନକୁ ବିଜୟ ଲକ୍ଷ୍ୟ ହାସଲ କରିବାକୁ ହେବ । ଏହା ସମ୍ଭବ ହେଲେ ଦଳ ରନ ରେଟ୍ରେ ନ୍ୟୁଜିଲାଣ୍ଡକୁ ଅତିକ୍ରମ କରିପାରିବ ।

ଅଧିକ ପଢ଼ନ୍ତୁ :- ମାର୍ଚ୍ଚ ୨୬ ନୁହେଁ ୨୮ରୁ ଆରମ୍ଭ ହେବ ଆଇପିଏଲ ୨୦୨୬, ଜାଣନ୍ତୁ ଦୁଇଦିନ ବିଳମ୍ବ ପଛର କାରଣ

ଶ୍ରୀଲଙ୍କା ଦଳ ସେମି ଦୌଡ଼ରୁ ବାଦ ପଡ଼ି ସାରିଛି । ଆଜି ପାକିସ୍ତାନର ଭାଗ୍ୟ ଶ୍ରୀଲଙ୍କାର ପ୍ରଦର୍ଶନ ଉପରେ ନିର୍ଭର କରିବ । ପାକିସ୍ତାନ ବେଶ୍ ଉନ୍ନତ ଫର୍ମରେ ରହିଛି । ବିଶେଷ କରି ପେସ୍ ବୋଲର ସହିନ ଆଫ୍ରିଦି ଫର୍ମକୁ ଫେରିଥିବାରୁ ଦଳର ପଲା ଭାରି ଜଣା ପଡ଼ୁଛି । ଶ୍ରୀଲଙ୍କାର ସ୍ପିନରମାନେ ମ୍ୟାଚ ଜିତାଇବାର କ୍ଷମତା ରଖିଛନ୍ତି । ତେଣୁ ଆଜି ଏକ ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିବ ।

ପଲ୍ଲେକେଲେ ଷ୍ଟାଡ଼ିୟମ୍‌ ପିଚ୍ ସ୍ପିନରଙ୍କୁ ସହାୟତା କରିବା ନିଶ୍ଚିତ । ରାତ୍ରିରେ କାକର ସମ୍ଭାବନା ନଥିବାରୁ ଟସ୍ ସେଭଳି ଗୁରୁତ୍ୱ ରଖିବ ନାହିଁ । ଟସ ବିଜୟୀ ଦଳ ବ୍ୟାଟିଂ ନିଷ୍ପତ୍ତି ନେଲେ ବିଜୟ ସହଜ ହୋଇପାରିବ ।

ସମ୍ଭାବ୍ୟ ଏକାଦଶ

ଶ୍ରୀଲଙ୍କା: ପଥୁମ ନିଶଙ୍କା, କାମିଲ ମିଶରା/କୁଶଲ ପେରେରା, କୁଶଲ ମେଣ୍ଡିସ, ପବନ ରତନାଏକେ, ଡାସୁନ ଶଣକା(ଅଧିନାୟକ), କାମିଣ୍ଡୁ ମେଣ୍ଡିସ, ଦୁନିଥ ୱେଲାଲଗେ, ଦୁଶାନ ହେମନ୍ତ, ଦୁଷ୍ମନ୍ତ ଚାମୀରା, ମହୀଶ ତୀକ୍ଷଣା, ଦିଲସାନ ମଦୁଶଙ୍କା ।

ପାକିସ୍ତାନ: ସାହିବଜାଦା ଫରହାନ, ସାଏମ ଆୟୁବ, ସଲମାନ ଆଘା(ଅଧିନାୟକ), ବାବର ଆଜମ, ଫଖାର ଜମାନ, ଶଦାବ ଖାନ, ଉସମାନ ଖାନ, ମହମ୍ମଦ ନୱାଜ, ସହିନ ଆଫ୍ରିଦି, ସଲମାନ ମିର୍ଜା, ଉସମାନ ତାରିକ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+