ଟି-ଟ୍ୱେଣ୍ଟି ବିଶ୍ୱକପ ସୁପର-୮ ଫାଇଟ୍; ଆଜି ଶ୍ରୀଲଙ୍କା- ନ୍ୟୁଜିଲାଣ୍ଡ ମୁକାବିଲା
ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ୍ ସୁପର-୮ ରାଉଣ୍ଡରେ ଆଜି ଗ୍ରୁପ-୨ରୁ ଶ୍ରୀଲଙ୍କା ଓ ନ୍ୟୁଜିଲାଣ୍ଡ ପରସ୍ପରକୁ ଭେଟିବେ । ଉଭୟ ଦଳ ପାଇଁ ଏହି ମ୍ୟାଚ ଗୁରୁତ୍ୱପୂର୍ଣ୍ଣ ରହିଥିବାରୁ ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ । ସୁପର-୮ ରାଉଣ୍ଡ୍ରେ ଶ୍ରୀଲଙ୍କା ପ୍ରଥମ ମ୍ୟାଚରେ ଇଂଲଣ୍ଡ ଠାରୁ ପରାଜିତ ହୋଇ ସାରିଛି । ସେମି ଫାଇନାଲ୍ରେ ପହଞ୍ଚିବାକୁ ହେଲେ ଘରୋଇ ଦଳକୁ ବାକି ୨ଟି ଯାକ ମ୍ୟାଚ ଜିତିବାକୁ ପଡ଼ିବ । ନ୍ୟୁଜିଲାଣ୍ଡର ପ୍ରଥମ ମ୍ୟାଚ (ପାକିସ୍ତାନ ବିପକ୍ଷ) ବର୍ଷା ଯୋଗୁଁ ବାତିଲ ହୋଇ ଯାଇଥିଲା । ଏହି ମ୍ୟାଚରୁ ଦଳ ୧ପଏଣ୍ଟ ଅର୍ଜନ କରିଥିଲା । ତେଣୁ କରି ସେମିରେ ପ୍ରବେଶ କରିବା ପାଇଁ ନ୍ୟୁଜିଲାଣ୍ଡକୁ ମଧ୍ୟ ୨ଟି ଯାକ ମ୍ୟାଚ ଜିତିବାକୁ ହେବ ।

କାରଣ ୩ ପଏଣ୍ଟରେ ସେମି ଫାଇନାଲ୍ରେ ପହଞ୍ଚି ହେବ ନାହିଁ । ପୂର୍ବ ରେକର୍ଡକୁ ଦେଖିଲେ ଆଜି ନ୍ୟୁଜିଲାଣ୍ଡର ପଲା ଭାରି ରହିବ । ଉଭୟ ଦଳ ପରସ୍ପରକୁ ୨୫ଥର ଭେଟିଛନ୍ତି । ଏଥିରୁ ନ୍ୟୁଜିଲାଣ୍ଡ ୧୬ଟି ମ୍ୟାଚ ଜିତିଛି । ଶ୍ରୀଲଙ୍କା ୯ଟି ମ୍ୟାଚରେ ବିଜୟୀ ହୋଇଛି । ଶ୍ରୀଲଙ୍କା ମାଟିରେ ମଧ୍ୟ ନ୍ୟୁଜିଲାଣ୍ଡ ୫-୩ରେ ଆଗୁଆ ରହିଛି । ଇଂଲଣ୍ଡ ବିପକ୍ଷରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ହେଁ ଶ୍ରୀଲଙ୍କା ଆଜି ଏକାଦଶରେ ପରିବର୍ତ୍ତନ କରିବା ସମ୍ଭାବନା ନାହିଁ । କେବଳ କାମିଲ ମିଶରାଙ୍କ ସ୍ଥାନରେ କୁଶଲ ପେରେରା ଖେଳିବା ଆଶା କରାଯାଇପାରେ । ନ୍ୟୁଜିଲାଣ୍ଡ ମଧ୍ୟ ଏକାଦଶ ଅପରିବର୍ତ୍ତିତ ରଖିବ । ଜାକବ ଡଫିଙ୍କ ସ୍ଥାନରେ ଲୋକି ଫର୍ଗୁସନଙ୍କୁ ସୁଯୋଗ ମିଳିବ । ଫର୍ଗୁସନ ଗତ ପାକିସ୍ତାନ ବିପକ୍ଷ ମ୍ୟାଚ ପାଇଁ ଏକାଦଶରେ ସ୍ଥାନ ପାଇଥିଲେ । ହେଲେ ବର୍ଷା ଯୋଗୁଁ ଖେଳ ସମ୍ଭବ ହୋଇ ନଥିଲା । ପ୍ରେମଦାସା ଷ୍ଟାଡ଼ିୟମ୍ର ପିଚ୍ ସ୍ପିନରଙ୍କୁ ସହାୟତା କରିବା ନିଶ୍ଚିତ । ଆଜି ବର୍ଷା ସମ୍ଭାବନା ନାହିଁ । ପାଗ ସମ୍ପୂର୍ଣ୍ଣ ଶୁଖିଲା ରହିବ । ତେଣୁ ସ୍ପିନରମାନେ ପିଚ୍ର ଭରପୁର ଫାଇଦା ଉଠାଇବେ । ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଆଶା କରାଯାଉଛି ।
ସମ୍ଭାବ୍ୟ ଏକାଦଶ ଶ୍ରୀଲଙ୍କା: ପଥୁମ ନିଶଙ୍କା, କାମିଲ ମିଶରା/ କୁଶଲ ପେରେରା, କୁଶଲ ମେଣ୍ଡିସ, ପବନ ରତନାଏକେ, ଡାସୁନ ଶଣକା (ଅଧିନାୟକ), କାମିଣ୍ଡୁ ମେଣ୍ଡିସ, ଦୁନିଥ ୱେଲାଲଗେ, ଦୁଶାନ ହେମନ୍ତ, ଦୁଷ୍ମନ୍ତ ଚାମୀରା, ମହୀଶ ତୀକ୍ଷଣା, ଦିଲସାନ ମଦୁଶଙ୍କା ।
ନ୍ୟୁଜିଲାଣ୍ଡ: ଟିମ ସାଇଫର୍ଟ, ଫିନ ଆଲେନ, ରଚିନ ରବିନ୍ଦ୍ର, ଗ୍ଲେନ ଫିଲିପ୍ସ, ମାର୍କ ଚାପମାନ, ଡାରିଲ ମିଚେଲ, ମିଚେଲ ସାଣ୍ଟନର (ଅଧିନାୟକ), ଜିମ୍ମି ନୀଶମ, ମାଟ ହେନରୀ, ଆଇସ ସୋଦ୍ଧି, ଲୋକି ଫର୍ଗୁସନ/ଜାକବ ଡଫି ।
-
ବଡ ନିଷ୍ପତ୍ତି: ଜୁନ୍ ପର୍ଯ୍ୟନ୍ତ ଏସବୁ ଉତ୍ପାଦ ଉପରେ କଷ୍ଟମ୍ ଶୁଳ୍କ ଛାଡ଼ -
IPL 2026 : କିଙ୍ଗସ୍ ବନାମ କିଙ୍ଗସ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଚେନ୍ନାଇ, ପଞ୍ଜାବ ପାଇଁ ଚିନ୍ତା ବ୍ୟାଟରଙ୍କ ଫର୍ମ୍ -
APSEZ ର ବଡ଼ ସଫଳତା: 500 ମିଲିୟନ୍ ଟନ୍ କାର୍ଗୋ ହ୍ୟାଣ୍ଡଲିଂ ସୀମା ଅତିକ୍ରମ -
Adani Ports ର ବଡ଼ ରେକର୍ଡ: 500 ମିଲିୟନ୍ ଟନ୍ କାର୍ଗୋ ପାର, 2030 ମଧ୍ୟରେ 1 ବିଲିୟନ୍ ଟନ୍ ଲକ୍ଷ୍ୟ -
IPL-2026 : କୋଲକାତାକୁ ଭେଟିବ ହାଇଦ୍ରାବାଦ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଉଭୟ ଟିମ୍ -
ଶନିବାର ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଲାଗିପାରେ ମୋହର -
IPL 2026: ପଞ୍ଜାବର ଦ୍ବିତୀୟ ବିଜୟ, ଧୋନୀଙ୍କ ଅନୁପସ୍ଥିତିରେ ପୁଣି ହାରିଲା CSK





Click it and Unblock the Notifications