Get Updates
Get notified of breaking news, exclusive insights, and must-see stories!

ଟି-ଟ୍ୱେଣ୍ଟି ବିଶ୍ୱକପର ସୁପର-୮: ସନ୍ଧ୍ୟାରେ ଇଂଲଣ୍ଡ-ନ୍ୟୁଜିଲାଣ୍ଡ ମଧ୍ୟରେ ଲଢ଼େଇ

ଟି-ଟ୍ୱେଣ୍ଟି ବିଶ୍ୱକପର ସୁପର-୮ ରାଉଣ୍ଡରେ ଆଜି ଗ୍ରୁପ୍-୨ରୁ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ପରସ୍ପରକୁ ଭେଟିବେ । ଇଂଲଣ୍ଡ ସେମି ଫାଇନାଲ୍‌ରେ ପ୍ରବେଶ କରିସାରିଛି । ନ୍ୟୁଜିଲାଣ୍ଡ ପାଇଁ ଏହି ମ୍ୟାଚ 'କର ବା ମର' ପରିସ୍ଥିତି ସୃଷ୍ଟି କରିଛି । ଏହି ମ୍ୟାଚ ଉପରେ ପାକିସ୍ତାନର ଭାଗ୍ୟ ମଧ୍ୟ ନିର୍ଭର କରୁଛି ।

T20 World Cup Super 8

ସୁପର-୮ ରାଉଣ୍ଡରେ ଇଂଲଣ୍ଡ କ୍ରମାନ୍ୱୟରେ ଶ୍ରୀଲଙ୍କା ଓ ପାକିସ୍ତାନକୁ ହରାଇ ସେମିରେ ସ୍ଥାନ ପକ୍କା କରିଥିଲା । ନ୍ୟୁଜିଲାଣ୍ଡ ଏକ ମ୍ୟାଚରେ ଶ୍ରୀଲଙ୍କାକୁ ପରାସ୍ତ କରିଥିବା ବେଳେ ପାକିସ୍ତାନ ବିପକ୍ଷ ମ୍ୟାଚ ବର୍ଷା ଯୋଗୁଁ ବାତିଲ ହୋଇ ଯିବାରୁ ୧ ପଏଣ୍ଟ ସହ ମୋଟ୍ ୩ ପଏଣ୍ଟ ଅର୍ଜନ କରିଛି । ଆଜି ଇଂଲଣ୍ଡକୁ ହରାଇଲେ ନ୍ୟୁଜିଲାଣ୍ଡ ସେମିରେ ପ୍ରବେଶ କରିବ। ପାକିସ୍ତାନର ଆଶା ମଉଳି ଯିବ । ନ୍ୟୁଜିଲାଣ୍ଡ ପରାଜିତ ହେଲେ ପାକିସ୍ତାନ ଅନ୍ତିମ ମ୍ୟାଚରେ ଶ୍ରୀଲଙ୍କାକୁ ହରାଇ ସେମିରେ ପ୍ରବେଶ କରିବାକୁ ପ୍ରୟାସ କରିବ ।

ଇଂଲଣ୍ଡ ଲିଗ୍ ରାଉଣ୍ଡ୍‌ରେ ସଂଘର୍ଷ କରିଥିଲେ ହେଁ ସୁପର-୮ ରାଉଣ୍ଡ୍‌ରେ ସବୁ ବିଭାଗରେ ଶ୍ରେଷ୍ଠ ପ୍ରଦର୍ଶନ ଜାରି ରଖିଛି । ପାକିସ୍ତାନ ବିପକ୍ଷରେ ଅଧିନାୟକ ହ୍ୟାରୀ ବ୍ରୁକ ଶତକୀୟ ପାଳି ଖେଳି ଦଳକୁ ଜିତାଇଥିଲେ । ଶ୍ରୀଲଙ୍କା ବିପକ୍ଷରେ ସ୍ପିନରମାନେ ବିଜୟର ନାୟକ ସାଜିଥିଲେ । କେବଳ ଓପନରଙ୍କ ପ୍ରଦର୍ଶନକୁ ନେଇ ଦଳ ସାମାନ୍ୟ ଚିନ୍ତାରେ ରହିଛନ୍ତି । ଜୋସ ବଟଲରଙ୍କ ବ୍ୟାଟ୍ ଏପର୍ଯ୍ୟନ୍ତ ଚୁପ୍ ରହିଛି ।

ନ୍ୟୁଜିଲାଣ୍ଡ ମଧ୍ୟ ଚମତ୍କାର ପ୍ରଦର୍ଶନ କରୁଛି । ମାତ୍ର ଟପ ଅର୍ଡର ବ୍ୟାଟର ବଡ଼ ଭାଗିଦାରୀ ଗଠନ କରିବାରେ ବିଫଳ ହୋଇଛନ୍ତି । ବିଶେଷ କରି ସ୍ପିନରଙ୍କ ବିପକ୍ଷରେ ଟିମ ସାଇଫର୍ଟ ଓ ଫିନ ଆଲେନ ବିଫଳ ହେଉଛନ୍ତି । ଆଜି ଇଂଲଣ୍ଡକୁ ଭେଟିବା ପୂର୍ବରୁ ନ୍ୟୁଜିଲାଣ୍ଡ ଏହି ସବୁ ତ୍ରୁଟି ସୁଧାରିବ ।

ପୂର୍ବ ରେକର୍ଡକୁ ଦେଖିଲେ ଇଂଲଣ୍ଡର ପଲା ଭାରି ରହିବ । ଉଭୟ ଦଳ ୨୭ଟି ଟି-ଟ୍ୱେଣ୍ଟି ଖେଳିଛନ୍ତି । ଏଥିରୁ ଇଂଲଣ୍ଡ ୧୭ଟି ମ୍ୟାଚ ଜିତିଛି । ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ମଧ୍ୟ ଉଭୟ ୭ଥର ସାମ୍ନା ସାମ୍ନି ହୋଇଛନ୍ତି । ଏଥିରୁ ଇଂଲଣ୍ଡ ୪ଟି ମ୍ୟାଚରେ ବିଜୟ ହାସଲ କରିଛି ।

ପ୍ରେମଦାସା ଷ୍ଟାଡ଼ିୟମ୍‌ର ପିଚ୍ ସ୍ପିନରଙ୍କୁ ଭରପୁର ସହାୟତା କରୁଛି । ତେଣୁ ଉଭୟ ଦଳ ସ୍ପିନରଙ୍କୁ ଗୁରୁତ୍ୱ ଦେବେ । ରାତ୍ରିରେ ମ୍ୟାଚ ରହିଥିଲେ ହେଁ କାକର ପ୍ରଭାବ ନଥିବାରୁ ଟସ ଗୁରୁତ୍ୱ ରଖିବ ନାହିଁ ।

ସମ୍ଭାବ୍ୟ ଦଳ

ଇଂଲଣ୍ଡ: ଫିଲ ସଲ୍ଟ, ଜୋସ ବଟଲର, ହ୍ୟାରୀ ବ୍ରୁକ୍(ଅଧିନାୟକ), ଜାକବ ବେଥେଲ, ଟମ ବାଣ୍ଟନ, ସାମ କୁରାନ, ୱିଲ ଜ୍ୟାକ୍ସ, ଜାମି ଓଭରଟନ, ଲାଏମ ଡାଓସନ, ଜୋଫ୍ରା ଆର୍ଚର, ଆଦିଲ ରସିଦ ।

ନ୍ୟୁଜିଲାଣ୍ଡ: ଟିମ ସାଇଫର୍ଟ, ଫିନ ଆଲେନ, ରଚିନ ରବିନ୍ଦ୍ର, ଗ୍ଲେନ ଫିଲିପ୍ସ, ଡାରିଲ ମିଚେଲ, ମାର୍କ ଚାପମାନ, ମିଚେଲ ସାଣ୍ଟନର(ଅଧିନାୟକ), କୋଲ ମ୍ୟାକକୋଞ୍ଚି, ମାଟ ହେନରୀ, ଆଇସ ସୋଦ୍ଧି, ଲୋକି ଫର୍ଗୁସନ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+