ଟି-୨୦ ବିଶ୍ୱକପ: ହାରିଲା ଦ. ଆଫ୍ରିକା, ସେମି ଟିକେଟ୍ ହାତେଇଲା ଭାରତ
ହାରିଲା ଦ. ଆଫ୍ରିକା । ସେମି ଟିକେଟ୍ ପାଇଲା ଭାରତ । ବଢିଲା ପାକିସ୍ତାନ ଓ ବାଂଲାଦେଶର ସେମି ଆଶା । ଗ୍ରୁପ-2ରେ ଦେଖିବାକୁ ମିଳୁଛି ରୋମାଞ୍ଚକର ଲଢେଇ ।
ଆଡିଲେଡ୍: ହାରିଲା ଦ. ଆଫ୍ରିକା । ସେମି ଟିକେଟ୍ ପାଇଲା ଭାରତ । ବଢିଲା ପାକିସ୍ତାନ ଓ ବାଂଲାଦେଶର ସେମି ଆଶା । ଗ୍ରୁପ-2ରେ ଦେଖିବାକୁ ମିଳୁଛି ରୋମାଞ୍ଚକର ଲଢେଇ । ଆଜି ଦକ୍ଷିଣ ଆଫ୍ରିକା ଓ ନେଦରଲାଣ୍ଡ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ 13 ରନରେ ପରାସ୍ତ ହୋଇଛି ଦ. ଆଫ୍ରିକା । ତେବେ ଦକ୍ଷିଣ ଆଫ୍ରିକାର ଏହି ପରାଜୟ ସହ ଭାରତ ଆନୁଷ୍ଠାନକ ଭାବେ ସେମି ଫାଇନାଲରେ ପ୍ରବେଶ କରିଥିବା ବେଳେ ପାକିସ୍ତାନ ଓ ବାଂଲା ଦଳର ସେମି ଆଶା ଏବେ ବି ଉଜ୍ଜିବତ ରହିଛି ।

ଆଜି ଚଳିତ ଟି-20 ବିଶ୍ୱକପରେ ଶେଷ ପର୍ଯ୍ୟାୟ ଲିଗ୍ ମ୍ୟାଚ ଖେଳାଯାଉଛି । ଗ୍ରୁପ-2ର 3ଟି ଯାକ ମ୍ୟାଚ ଆଜି ଖେଳାଯିବ । ପ୍ରଥମ ମ୍ୟାଚରେ ନେଦରଲାଣ୍ଡ୍ସ ଦ. ଆଫ୍ରିକାକୁ 13 ରନରେ ପରାସ୍ତ କରିଥିବା ବେଳେ ଦ୍ୱିତୀୟ ମ୍ୟାଚରେ ବାଂଲାଦେଶକୁ ଭେଟୁଛି ପାକିସ୍ତାନ । ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି ବାଂଲାଦେଶ । ତେବେ ଏହି ମ୍ୟାଚରେ ଯିଏ ବିଜୟୀ ହେବ, ସେ ଭାରତ ସହ ସେମିଫାଇନାଲରେ ପ୍ରବେଶ କରିବ । ସେହିପରି ଆଜିର ଶେଷ ମ୍ୟାଚରେ ଜିମ୍ବାୱେକୁ ଭେଟିବ ଭାରତ ।
ଆଜିର ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଦକ୍ଷିଣ ଆଫ୍ରିକା । ତେବେ ନେଦରଲାଣ୍ଡସ ନିର୍ଦ୍ଧାରିତ ଓଭରରେ ୧୫୮ ରନ୍ କରିବା ସହ ଦକ୍ଷିଣ ଆଫ୍ରିକା ସାମ୍ନାରେ ୧୫୯ ରନର ବିଜୟଲକ୍ଷ୍ୟ ରଖିଥିଲା । ଦକ୍ଷିଣ ଆଫ୍ରିକା ଏହି ଟାର୍ଗେଟକୁ ବେଶ ସହଜରେ ହାସଲ କରିବ ବୋଲି ଅନୁମାନ କରାଯାଉଥିଲା । କିନ୍ତୁ ନେଦରଲାଣ୍ଡସର ଶାଣିତ ବୋଲିଂ ଆଗରେ ମାତ୍ର ୧୪୫ ରନ୍ କରିବାକୁ ସକ୍ଷମ ହୋଇଥିଲା ଦକ୍ଷିଣ ଆଫ୍ରିକା । ତେବେ ଏହି ବିଶ୍ୱକପ ସେମିଫାଇନାଲ ରେସରୁ ଏକ ପ୍ରକାର ବିଦା ହୋଇଛି ।












Click it and Unblock the Notifications