ଟି-ଟ୍ୱେଣ୍ଟି ବିଶ୍ୱକପ୍: ଟିମ୍ ଘୋଷଣା କଲେ ଦକ୍ଷିଣ ଆଫ୍ରିକା
ଆଗାମୀ ଟି-ଟ୍ୱେଣ୍ଟି ବିଶ୍ୱକପ୍ ପାଇଁ ଦକ୍ଷିଣ ଆଫ୍ରିକା ଦଳ ଘୋଷଣା କରାଯାଇଛି । ଆଡେନ ମାରକ୍ରମ ଅଧିନାୟକ ରହିଥିବାବେଳେ କ୍ୱିଣ୍ଟନ ଡି କକ୍ ଦଳରେ ସ୍ଥାନ ପାଇଛନ୍ତି । ମାତ୍ର ଚଳିତ ଏସଏ ଟି-ଟ୍ୱେଣ୍ଟିରେ ବିସ୍ଫୋରକ ବ୍ୟାଟିଂ ଜାରି ରଖିଥିବା ର୍ୟାନ ରିକେଲଟନଙ୍କୁ ଦଳରୁ ବାଦ ଦିଆଯାଇଛି । ତାଙ୍କ ସମେତ ହେନରିକ୍ କ୍ଲାସେନ, ରିଜା ହେଣ୍ଡରିକ୍ସ, ଟ୍ରିଷ୍ଟନ ଷ୍ଟବ୍ସ, ଓଟିନେଲ ବାର୍ଟମାନ, ଗେରାଲ୍ଡ କୋଏଜି, ବିୟର୍ଣ୍ଣ ଫର୍ଟାନ ଓ ତାବ୍ରେଜ ସାମସି ମଧ୍ୟ ବିଶ୍ୱକପ୍ ଦଳରେ ସ୍ଥାନ ପାଇ ନାହାନ୍ତି ।

ସୂଚନାଯୋଗ୍ୟ, ୨୦୨୪ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଖେଳିଥିବା କ୍ଲାସେନ ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ନେଇ ସାରିଛନ୍ତି । ବାମ ହାତି ବ୍ୟାଟର ଟୋନି ଡି ଜର୍ଜି ଓ ଜାସନ ସ୍ମିଥ୍ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଆହତ ହୋଇ ୧୦ ସପ୍ତାହ କାଳ କ୍ରିକେଟ୍ରୁ ଦୂରେଇ ରହିଥିବା ଫାଷ୍ଟ ବୋଲର କାଗିସୋ ରାବାଡା ଫିଟ୍ ହୋଇ ଦଳକୁ ଫେରିଛନ୍ତି । ଡିୱାଲ୍ଡ ବ୍ରେଭିସ୍, ଜର୍ଜ ଲିଣ୍ଡେ, ଡୋନୋଭାନ ଫେରେରା, ଡି ଜର୍ଜି ଓ ଜାସନ ସ୍ମିଥ୍ ପ୍ରଥମ କରି ବିଶ୍ୱକପ୍ ଖେଳିବେ ।
ଦଳ: ଆଡେନ ମାର୍କରମ (ଅଧିନାୟକ), କର୍ବିନ ବସ୍କ, ଡିୱାଲ୍ଡ ବ୍ରେଭିସ, କ୍ୱିଣ୍ଟନ ଡି କକ୍, ଟୋନି ଡି ଜର୍ଜି, ଡୋନୋଭାନ ଫେରେରା, ମାର୍କୋ ଜାନସେନ, ଜର୍ଜ ଲିଣ୍ଡେ, କେଶବ ମହାରାଜ, କ୍ୱେନା ମଫାକା, ଡେଭିଡ୍ ମିଲର, ଲୁଙ୍ଗି ଏନ୍ଗିଡ଼ି, ଆନରିଚ ନର୍ଜ, କାଗିସୋ ରାବାଡା, ଜାସନ ସ୍ମିଥ୍ ।












Click it and Unblock the Notifications