ଟି-୨୦ ବିଶ୍ୱକପ: ବୁମରାଙ୍କ ସ୍ଥାନରେ ନେଲେ ଶାମି, ଷ୍ଟାଣ୍ଡବାଇ ରହିଲେ ସିରାଜ ଓ ଶାର୍ଦ୍ଦୁଲ
ଆହତ କାରଣରୁ ଆସନ୍ତା ଟି20 ବିଶ୍ୱକପରୁ ବାଦ୍ ପଡିଥିବା ଭାରତୀୟ ସ୍ପିଡ ଷ୍ଟାର ଜସପ୍ରୀତ ବୁମରାଙ୍କ ସ୍ଥାନରେ ଦଳରେ ସାମିଲ ହୋଇଛନ୍ତି ମହମ୍ମଦ ଶାମି । ସେହିପରି ଷ୍ଟାଣ୍ଡବାଇରେ ମହମ୍ମଦ ସିରାଜ ଓ ଶାର୍ଦ୍ଦୁଲ ଠାକୁରଙ୍କୁ ରଖାଯାଇଛି ।
ମୁମ୍ବାଇ: ଶେଷରେ ସତ ହେଲା ସମସ୍ତ ଆକଳନ । ଆହତ କାରଣରୁ ଆସନ୍ତା ଟି20 ବିଶ୍ୱକପରୁ ବାଦ୍ ପଡିଥିବା ଭାରତୀୟ ସ୍ପିଡ ଷ୍ଟାର ଜସପ୍ରୀତ ବୁମରାଙ୍କ ସ୍ଥାନରେ ଦଳରେ ସାମିଲ ହୋଇଛନ୍ତି ମହମ୍ମଦ ଶାମି । ସେହିପରି ଷ୍ଟାଣ୍ଡବାଇରେ ମହମ୍ମଦ ସିରାଜ ଓ ଶାର୍ଦ୍ଦୁଲ ଠାକୁରଙ୍କୁ ରଖାଯାଇଛି। ଆଜି ଏ ସମ୍ପର୍କରେ ବିସିସିଆଇ ସଂପାଦକ ଜୟ ଶାହ ଗୋଟିଏ ବିବୃତି ଜାରି କରି ସୂଚନା ଦେଇଛନ୍ତି। ଆଜି ହିଁ ଏହି ୩ ଖେଳାଳି ଅଷ୍ଟ୍ରେଲିଆ ଗସ୍ତରେ ଉଡ଼ାଣ ଭରିବେ ।

ପିଠିରେ ଆଘାତଜନିତ ସମସ୍ୟା କାରଣରୁ ବୁମରା ବିଶ୍ଵ କପ୍ରୁ ବାଦ୍ ପଡି ସାରିଛନ୍ତି। ଏହା ପୂର୍ବରୁ ଶାମି ଭାରତୀୟ ଦଳରେ ଷ୍ଟାଣ୍ଡବାଇ ତାଲିକାରେ ଥିଲେ। ସେହିପରି ଭଲ ଫର୍ମରେ ଥାଇ ମଧ୍ୟ ମହମ୍ମଦ ସିରାଜ ଷ୍ଟାଣ୍ଡବାଇ ବା ବ୍ୟାକପ ଭାବେ ବିଶ୍ୱକପ ଟିମ୍ରେ ରହିବେ।
ଶାର୍ଦ୍ଦୁଲ ଠାକୁର ଅଲରାଉଣ୍ଡର ଭାବେ ଷ୍ଟାଣ୍ଡବାଇରେ ରହିବେ। ସେ ହାର୍ଦ୍ଦିକ ପାଣ୍ତ୍ୟାଙ୍କ ବ୍ୟାକଅପ। ଏହାବାଦ ପୂର୍ବରୁ ଶ୍ରେୟସ ଆୟର ଓ ରବି ବିଷ୍ଣୋଇ ଷ୍ଟାଣ୍ଡବାଇ ତାଲିକାରେ ରହିଛନ୍ତି।












Click it and Unblock the Notifications