ଟି-20 ବିଶ୍ୱକପ ସେମିଫାଇନାଲ ଲାଇନଅପ୍: ପାକିସ୍ତାନକୁ ଭେଟିବ ଅଷ୍ଟ୍ରେଲିଆ, ଇଂଲଣ୍ଡ ବିପକ୍ଷରେ କିଏ ?
ଟି-20 ବିଶ୍ୱକପର ସେମିଫାଇନାଲ ପାଇଁ 3ଟି ଦଳ ଚୁଡାନ୍ତ ହୋଇସାରିଛି । ଆଜି ଖେଳାଯାଇଥିବା ଇଂଲଣ୍ଡ ବନାମ ଦକ୍ଷିଣ ଆଫ୍ରିକା ମ୍ୟାଚରେ ଦକ୍ଷିଣ ଆଫ୍ରିକା ଦଳ 131 ରନ୍ ପୂର୍ବରୁ ଇଂଲଣ୍ଡକୁ ଅଟକାଇ ପାରିଲା ନାହିଁ ।
ଦୁବାଇ: ଟି-20 ବିଶ୍ୱକପର ସେମିଫାଇନାଲ ପାଇଁ 3ଟି ଦଳ ଚୁଡାନ୍ତ ହୋଇସାରିଛି । ଆଜି ଖେଳାଯାଇଥିବା ଇଂଲଣ୍ଡ ବନାମ ଦକ୍ଷିଣ ଆଫ୍ରିକା ମ୍ୟାଚରେ ଦକ୍ଷିଣ ଆଫ୍ରିକା ଦଳ 131 ରନ୍ ପୂର୍ବରୁ ଇଂଲଣ୍ଡକୁ ଅଟକାଇ ପାରିଲା ନାହିଁ । ଦଳ ବିଜୟୀ ହୋଇଥିଲେ ମଧ୍ୟ ଅଷ୍ଟ୍ରେଲିଆଠାରୁ କମ୍ ଟେନ ରନ୍ ରେଟ୍ ଆଧାରରେ ସେମିଫାଇନାଲରେ ପ୍ରବେଶ କରିପାରି ନାହିଁ । ଫଳରେ ଗ୍ରୁପ-1ରେ ଇଂଲଣ୍ଡ ପରେ ଅଷ୍ଟ୍ରେଲିଆ 2ୟ ସେମିଫାଇନାଲିଷ୍ଟ ହୋଇଛି ଏବଂ ସେମିଫାଇନାଲରେ ପାକିସ୍ତାନକୁ ଭେଟିବ ଅଷ୍ଟ୍ରେଲିଆ ଟିମ୍ ।

ତେବେ ଚତୁର୍ଥ ତଥା ଅନ୍ତିମ ଦଳ ଭାବେ କିଏ ସେମିଫାଇନାଲରେ ଇଂଲଣ୍ଡକୁ ଭେଟିବ, ତାହା ନଭେମ୍ବର 7 କିମ୍ବା 8 ତାରିଖ ମ୍ୟାଚ ପରେ ସ୍ଥିର ହୋଇଯିବ । କାରଣ ଏବେ ବି ସେମିଫାଇନାଲ ଦୌଡରେ ଗ୍ରୁପ-2ରୁ ନ୍ୟୁଜିଲାଣ୍ଡ, ଭାରତ ଏବଂ ଆଫଗାନିସ୍ତାନ ରହିଛନ୍ତି ।
ରବିବାର ଦିନ ନ୍ୟୁଜିଲାଣ୍ଡ ଦଳ ଆଫଗାନିସ୍ତାନକୁ ଭେଟିବେ। ଯଦି ନ୍ୟୁଜିଲାଣ୍ଡ ଦଳ ଏହି ମ୍ୟାଚ୍ ଜିତେ, ତେବେ ସେମିଫାଇନାଲରେ ପ୍ରବେଶ କରିବ। କିନ୍ତୁ ଯଦି ସେ ହାରିଯାଏ, ତେବେ ସୋମବାର ଭାରତ ଏବଂ ନାମିବିଆ ମଧ୍ୟରେ ଖେଳାଯିବା ପରେ ଚତୁର୍ଥ ଦଳ ନିଷ୍ପତ୍ତି ନିଆଯିବ। ତେବେ କେବଳ ଭାରତ ଏବଂ ଆଫଗାନିସ୍ତାନ ଏହି ରେସରେ ରହିବେ। ଯାହା ପରେ ନେଟ୍ ରନ ରେଟ୍ ଆଧାରରେ ଚତୁର୍ଥ ତଥା ଅନ୍ତିମ ସେମିଫାଇନାଲିଷ୍ଟି ସ୍ଥିର ହେବ ।












Click it and Unblock the Notifications