ପାକିସ୍ତାନୀ ଅଭିନେତ୍ରୀଙ୍କ ଖୋଲା ଚ୍ୟାଲେଞ୍ଜ: ଭାରତକୁ ପରାସ୍ତ କଲେ ଜଣେ ଜିମ୍ବାୱେ ଯୁବକଙ୍କୁ ବିବାହ କରିବି
ପାକିସ୍ତାନୀ ଅଭିନେତ୍ରୀ ସେହର ଶିନୱାରି ତାଙ୍କ ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରୁ ଟୁଇଟ୍ କରି କହିଛନ୍ତି ଯେ, ଯଦି ଜିମ୍ବାୱେ ଭାରତକୁ ପରାସ୍ତ କରେ । ତେବେ ସେ ଜଣେ ଜିମ୍ବାୱେ ପୁରୁଷଙ୍କୁ ବିବାହ କରିବେ।
କରାଚୀ: ପାକିସ୍ତାନୀ ଅଭିନେତ୍ରୀ ସେହର ଶିନୱାରି ତାଙ୍କ ବିବାଦିୟ ଟ୍ୱିଟ୍ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ଥାନ୍ତି । ବାଂଲାଦେଶ ବିପକ୍ଷ ମ୍ୟାଚରେ ସେ କ୍ରମାଗତ ଭାବରେ ପ୍ରାର୍ଥନା କରୁଥିଲେ ଯେ, ଏହି ମ୍ୟାଚରେ ଭାରତ ହାରିଯାଉ। ସେ ପ୍ରାର୍ଥନା କରୁଥିଲେ ଯେ ମ୍ୟାଚରେ ଏତେ ବର୍ଷା ହେଉ କି ସେମିଫାଇନାଲରେ ପ୍ରବେଶ କରିବାର ଭାରତର ଆଶା ମଧ୍ୟ ନଷ୍ଟ ହୋଇଯାଉ ।

ତେବେ ବାଂଲାଦେଶର ପରାଜୟ ପରେ ସେମିଫାଇନାଲରେ ପ୍ରବେଶ କରିବାର ପାକିସ୍ତାନର ଆଶା ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ବର୍ତ୍ତମାନ କେବଳ କିଛି କରିସ୍ମା ପାକିସ୍ତାନକୁ ସେମିଫାଇନାଲକୁ ନେଇପାରିବ । ଇତି ମଧ୍ୟରେ ପାକିସ୍ତାନୀ ଅଭିନେତ୍ରୀ ସେହର ଶିନୱାରି ତାଙ୍କ ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରୁ ଟୁଇଟ୍ କରି କହିଛନ୍ତି ଯେ, ଯଦି ଜିମ୍ବାୱେ ଭାରତକୁ ପରାସ୍ତ କରେ । ତେବେ ସେ ଜଣେ ଜିମ୍ବାୱେ ପୁରୁଷଙ୍କୁ ବିବାହ କରିବେ ।
I'll marry a Zimbabwean guy, if their team miraculously beats India in next match 🙂
— Sehar Shinwari (@SeharShinwari) November 3, 2022
ରବିବାର ଅର୍ଥାତ୍ ନଭେମ୍ବର 6 ରେ, ଚଳିତ ବିଶ୍ୱକପରେ ଭାରତ ତା'ର ଶେଷ ମ୍ୟାଚରେ ଜିମ୍ବାୱେକୁ ଭେଟିବ। ଜିମ୍ବାୱେ ପୂର୍ବରୁ ପାକିସ୍ତାନକୁ ହରାଇଥିବାରୁ ଏବେ ଭାରତକୁ ମଧ୍ୟ ଉକ୍ତ ଦଳ ହରାଉ ବୋଲି ଚାହୁଁଛନ୍ତି ଅଭିନେତ୍ରୀ ସେହର । ଭାରତ ହାରିଗଲେ ପାକିସ୍ତାନ ବିଶ୍ୱକପର ସେମି ଫାଇନାଲରେ ପ୍ରବେଶ କରିବ ବୋଲି ସେ ଆଶା ରଖିଛନ୍ତି। ତେଣୁ ସେ ଆଜି ଜିମ୍ବାୱେ ଖେଳାଳିଙ୍କୁ ଅଜବ ପ୍ରସ୍ତାବ ଦେଇଛନ୍ତି ।

ତେବେ କ୍ରିକେଟ୍ ପ୍ରଶଂସକମାନେ କ୍ରମାଗତ ଭାବରେ ପାକିସ୍ତାନୀ ଅଭିନେତ୍ରୀଙ୍କୁ ଟ୍ରୋଲ କରୁଛନ୍ତି । ଜଣେ ଉପଭୋକ୍ତା ଟ୍ୱିଟ୍ କରି କହିଛନ୍ତି, 'ତା'ପରେ ମୁଁ ତୁମ ପାଇଁ ବହୁତ ଖରାପ ଅନୁଭବ କରୁଛି କାରଣ ତୁମେ ସାରା ଜୀବନ ଏକୁଟିଆ ରହିବ।' ଅନ୍ୟ ଜଣେ ଲେଖିଛନ୍ତି, ଯେତେବେଳେ ଭାରତ ବାଂଲାଦେଶକୁ ପରାସ୍ତ କଲାବେଳେ ତୁମେ ତୁମର ଟ୍ୱିଟର ଆକାଉଣ୍ଟ ଡିଲିଟ କରିଥାନ୍ତ।












Click it and Unblock the Notifications