ଟି-20 ବିଶ୍ୱକପ: ଡି/ଏଲ ଆଧାରରେ ମ୍ୟାଚ ଜିତିଲା ପାକିସ୍ତାନ, ଏବେ ବି ଉଦଜୀବିତ ସେମି ଆଶା
ଚଳିତ ଟି-20 ବିଶ୍ୱକପ ସୁପର 12 ର 36 ତମ ମ୍ୟାଚରେ ଡାକୱର୍ଥ-ଲୁଇସ (ଡି/ଏଲ) ପ୍ରଣାଳୀରେ ଦକ୍ଷିଣ ଆଫ୍ରିକାକୁ 33 ରନରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିବାର ଆଶା ଉଦଜୀବିତ ରଖିଛି ପାକିସ୍ତାନ ।
ସିଡନୀ: ଚଳିତ ଟି-20 ବିଶ୍ୱକପ ସୁପର 12 ର 36 ତମ ମ୍ୟାଚରେ ଡାକୱର୍ଥ-ଲୁଇସ (ଡି/ଏଲ) ପ୍ରଣାଳୀରେ ଦକ୍ଷିଣ ଆଫ୍ରିକାକୁ 33 ରନରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିବାର ଆଶା ଉଦଜୀବିତ ରଖିଛି ପାକିସ୍ତାନ । ଯଦି ଶେଷ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ପ୍ରତିପକ୍ଷ ନେଦରଲ୍ୟାଣ୍ଡ୍ସ ଠାରୁ ହାରି ଯାଉଛି କିମ୍ବା ବର୍ଷା ଯୋଗୁ ମ୍ୟାଚ୍ ବାତିଲ ହୋଇଯାଉଛି, ତା'ହେଲେ ପାକିସ୍ତାନର ସେମି ଫାଇନାଲ ଖେଳିବା ଆଶା ଏକ ପ୍ରକାରର ନିଶ୍ଚିତ ହେବ ।

186 ରନର ଟାର୍ଗେଟକୁ ଗୋଡ଼ାଇ 9 ଓଭରରେ 4 ୱିକେଟ୍ ବିନିମୟରେ 69 ରନ୍ କରିଥିଲା ଦକ୍ଷିଣ ଆଫ୍ରିକା । ବର୍ଷା ହେବା ଫଳରେ ଖେଳ ବ୍ୟାହତ ହୋଇଥିଲା । ବର୍ଷା ପରେ ପ୍ରୋଟିସ୍ ଦଳ ପାଇଁ 14 ଓଭରରେ 142 ରନ୍ ବିଜୟ ଲକ୍ଷ୍ୟ ସ୍ଥିର କରାଗଲା । ମାତ୍ର ଦକ୍ଷିଣ ଆଫ୍ରିକାର ଦଳ 14 ଓଭରରେ 9 ୱିକେଟ୍ ପାଇଁ କେବଳ 108 ରନ୍ ସ୍କୋର କରିପାରିଥିଲା ।
ଏହି ବିଜୟ ସହିତ ପାକିସ୍ତାନ ଚାରିଟି ମ୍ୟାଚରୁ ଚାରି ପଏଣ୍ଟ ପାଇଛି। ଗ୍ରୁପ୍ -2 ର ପଏଣ୍ଟ ଟେବୁଲରେ ବାବର ଆଜାମଙ୍କ ଦଳ ତିନି ନମ୍ବରରେ ପହଞ୍ଚିଛି। ଏହି ଗ୍ରୁପରେ 6 ପଏଣ୍ଟ ସହ ଭାରତ ପ୍ରଥମ ସ୍ଥାନରେ ଥିବାବେଳେ ଦକ୍ଷିଣ ଆଫ୍ରିକା 5 ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛି।
ପାକିସ୍ତାନ ପାଇଁ ଶାଦବ ଖାନଙ୍କ 22 ବଲ 52 ରନ କରିଥିଲେ । ଶାଦାବଙ୍କ ବ୍ୟତୀତ ଇଫତିଖର ଅହମ୍ମଦ 35 ବଲରେ 51 ରନ୍ ସଂଗ୍ରହ କରି ଇନିଂସ ଦାୟିତ୍ୱ ନେଇଥିଲେ । ଉଭୟ ବ୍ୟାଟିଂ ଓ ବୋଲିଂରେ କମାଲ କରିଥିବା ଶଦାବ ଖାନ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି। ପାକିସ୍ତାନ ପାଇଁ ଆଫ୍ରିଦି 3ଟି ୱିକେଟ ନେଇଥିବା ବେଳେ ଶଦାବ ଖାନ 2ଟି, ନଶୀମ ଶାହ, ହରିଶ ରୌଫ ଓ ମହମ୍ମଦ ୱାସିମ ଗୋଟିଏ ଲେଖାଏ ସଫଳତା ପାଇଛନ୍ତି।












Click it and Unblock the Notifications