Get Updates
Get notified of breaking news, exclusive insights, and must-see stories!

T20 World Cup : ଆଜି ପାକିସ୍ତାନ - ନ୍ୟୁଜିଲାଣ୍ଡ ମଧ୍ୟରେ ଲଢ଼େଇ

ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଶନିବାରଠୁ ସୁପର-୮ ରାଉଣ୍ଡ ଆରମ୍ଭ ହେବ । ଗ୍ରୁପ୍-୨ରୁ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ପରସ୍ପରକୁ ଭେଟିବେ । ପ୍ରେମଦାସା ଷ୍ଟାଡ଼ିୟମ୍‌ରେ ଏହି ମ୍ୟାଚ ଖେଳାଯିବ । ଉଭୟ ଦଳ ବିଜୟ ଧାରା ଜାରି ରଖିବାକୁ ପ୍ରସ୍ତୁତ ରହିଥିବା ବେଳେ ପ୍ରେମଦାସା ଷ୍ଟାଡ଼ିୟମ୍ ସ୍ପିନରଙ୍କୁ ଭରପୁର ସହାୟତା କରୁଥିବାରୁ ସ୍ପିନ୍‌ରମାନଙ୍କ ଉପରେ ମ୍ୟାଚ୍ ଫଳଫଳ ନିର୍ଭର କରିବା ଏକ ପ୍ରକାର ନିଶ୍ଚିତ ।

ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଉଭୟ ଦଳ ପରସ୍ପରକୁ ୭ଥର ଭେଟିଛନ୍ତି । ଏଥିରୁ ପାକିସ୍ତାନ ୫ଟି ମ୍ୟାଚରେ ବିଜୟୀ ହୋଇଛି । କିନ୍ତୁ ମୋଟ ଉପରେ ଦେଖିବାକୁ ଗଲେ ଉଭୟ ଦଳ ମଧ୍ୟରେ ଖେଳା ଯାଇଥିବା ଶେଷ ୧୬ଟି ଟି-ଟ୍ୱେଣ୍ଟରୁ ନ୍ୟୁଜିଲାଣ୍ଡ ୧୨ଟିରେ ବିଜୟ ହାସଲ କରିଛି । ନ୍ୟୁଜିଲାଣ୍ଡ ଲିଗ୍ ପର୍ଯ୍ୟାୟର ସମସ୍ତ ମ୍ୟାଚ ଭାରତରେ ଖେଳିଥିଲା । ତେଣୁ ଶ୍ରୀଲଙ୍କା ଜଳବାୟୁ ଓ ବିଶ୍ୱକପ୍ ପାଇଁ ପ୍ରସ୍ତୁତ ପିଚ୍ ସହ ପରିଚିତ ହେବାକୁ କିଛି ସମୟ ନେବା ନିଶ୍ଚିତ । ପାକିସ୍ତାନ ଇତି ମଧ୍ୟରେ ଲିଗ୍ ପର୍ଯ୍ୟାୟର ସମସ୍ତ ୪ଟି ଯାକ ମ୍ୟାଚ କଲମ୍ବୋରେ ଖେଳିଛି । ଅବଶ୍ୟ ପ୍ରେମଦାସା ଷ୍ଟାଡ଼ିୟମ୍‌ରେ ଖେଳିଥିବା ଭାରତ ବିପକ୍ଷ ମ୍ୟାଚରେ ପାକିସ୍ତାନ ପରାଜିତ ହୋଇଥିଲା । ବାକି ୩ଟି ମ୍ୟାଚ ସିଂହଳିଜୀ ସ୍ପୋର୍ଟ୍ସ କ୍ଲବ୍ ଗ୍ରାଉଣ୍ଡ୍ରେ ଖେଳି ବିଜୟୀ ହୋଇଥିଲା ।

T20 World Cup

ନ୍ୟୁଜିଲାଣ୍ଡ ଲିଗ୍ ପର୍ଯ୍ୟାୟରେ ୩ଟି ମ୍ୟାଚ ଜିତିଥିଲେ ହେଁ ଶ୍ରେଷ୍ଠ ପ୍ରଦର୍ଶନ କରିବାରେ ବିଫଳ ହୋଇଛି । ଦୁଇ ଓପନର ଟିମ ସାଇଫର୍ଟ ଓ ଫିନ ଆଲେନ କିଛି ବିସ୍ଫୋରକ ଇନିଂସ ଖେଳିଛନ୍ତି । କିନ୍ତୁ ଗ୍ଲେନ୍ ଫିଲିପ୍ସଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବ୍ୟାଟର ନିୟମିତ ଭାବେ ସଫଳ ହୋଇ ପାରି ନାହାନ୍ତି । ବୋଲିଂ ବିଭାଗରେ ମଧ୍ୟ ନ୍ୟୁଜିଲାଣ୍ଡ ଅନେକ ପରୀକ୍ଷା ନିରୀକ୍ଷା କରିଛି । ପାକିସ୍ତାନ ଭଳି ଏକ ଶକ୍ତିଶାଳୀ ତଥା ସନ୍ତୁଳିତ ଦଳକୁ ହରାଇବାକୁ ହେଲେ ସବୁ ବିଭାଗରେ ଉନ୍ନତ ପ୍ରଦର୍ଶନ କରିବାକୁ ପଡ଼ିବ ।

ଆହୁରି ପଢ଼ନ୍ତୁ :- ୧୭ ବର୍ଷର ପୁରୁଣା ସଂଯୋଗ, ଆଗକୁ ଯାଇପାରିବ ତ ଟିମ୍ ଇଣ୍ଡିଆ ?

ପାକିସ୍ତାନ ଲିଗ୍ ପର୍ଯ୍ୟାୟରେ ଭାରତ ଠାରୁ ହାରିଥିଲା ଓ ନେଦରଲାଣ୍ଡ୍‌ସ ବିପକ୍ଷରେ ଅଳ୍ପକେ ପରାଜୟରୁ ବର୍ତ୍ତି ଯାଇଥିଲା । ବାକି ୟୁଏସଏ ଓ ନାମିବିୟା ବିପକ୍ଷରେ ଏକତରଫା ବିଜୟ ହାସଲ କରିଥିଲା । ଲିଗ୍ ପର୍ଯ୍ୟାୟରେ ଦଳର ବ୍ୟାଟିଂ ବିଭାଗରେ ଅନେକ ଛୋଟ ମୋଟ ତ୍ରୁଟି ଦେଖିବାକୁ ମିଳିଥିଲା । ନ୍ୟୁଜିଲାଣ୍ଡକୁ ହରାଇବାକୁ ହେଲେ ପାକିସ୍ତାନକୁ ଏହି ସବୁ ତ୍ରୁଟି ସୁଧାରିବାକୁ ପଡ଼ିବ ।

ଆଜି ପାକିସ୍ତାନ ଏକାଦଶରେ ପରିବର୍ତ୍ତନ ସମ୍ଭାବନା ନାହିଁ । କେବଳ ଅବରାର ଅହମ୍ମଦ ପ୍ରତ୍ୟାବର୍ତ୍ତନ କରିବେ । ମାତ୍ର ନ୍ୟୁଜିଲାଣ୍ଡ ଅନେକ ପରିବର୍ତ୍ତନ କରିବା ନିଶ୍ଚିତ । କାନାଡ଼ା ବିପକ୍ଷରେ ଖେଳି ନଥିବା ଅଧିନାୟକ ମିଚେଲ ସାଣ୍ଟନର ଓ ପେସ୍ ବୋଲର ଲୋକି ଫର୍ଗୁସନ ଏକାଦଶକୁ ଫେରିବା ଆଶା କରାଯାଉଛି । ଫର୍ଗୁସନ ଆଜି ଦଳ ସହ ଯୋଗ ଦେଇଛନ୍ତି ।

ପ୍ରେମଦାସା ଷ୍ଟାଡ଼ିୟମ୍‌ର ପିଚ୍ ସ୍ପିନରଙ୍କୁ ସହାୟତା କାରୁଛି । ଏଠାରେ ବଲ୍ ଅଧିକ ଟର୍ଣ୍ଣ ଓ ବାଉନ୍ସ ହେଉଥିବାବେଳେ ବାଉଣ୍ଡାରୀ ମଧ୍ୟ ଅନ୍ୟ ଗ୍ରାଉଣ୍ଡ ତୁଳନାରେ ବେଶ୍ ବଡ଼ ରହିଛି । ରାତ୍ରିରେ ମ୍ୟାଚ୍ ଖେଳା ଯାଉଥିବାରୁ ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଆଶା କରାଯାଉଛି ।

ନ୍ୟୁଜିଲାଣ୍ଡ: ଟିମ ସାଇଫର୍ଟ, ଫିନ ଆଲେନ, ରଚିନ ରବିନ୍ଦ୍ର, ଗ୍ଲେନ ଫିଲିପ୍ସ, ମାର୍କ ଚାପମାନ, ଡାରିଲ ମିଚେଲ, ମିଚେଲ ସାଣ୍ଟନର (ଅଧିନାୟକ), ଜିମ୍ମି ନୀଶମ, ମାଟ୍ ହେନରୀ, ଆଇସ ସୋଦ୍ଧି, ଜାକବ ଡଫି ।

ପାକିସ୍ତାନ: ସାହିବଜାଦା ଫରହାନ, ସାଏମ ଆୟୁବ, ସଲମାନ ଅଲି ଆଘା (ଅଧିନାୟକ), ବାବର ଆଜମ, ଖୱାଜା ନଫାଏ, ଶଦାବ ଖାନ, ଉସମାନ ଖାନ, ମହମ୍ମଦ ନୱାଜ/ଫହିମ ଅସ୍ରଫ, ସଲମାନ ମିର୍ଜା, ଉସମାନ ତାରିକ, ଅବରାର ଅହମ୍ମଦ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+