T20 World Cup: ଟି୨୦ ବିଶ୍ବକପ ୨୦୨୬ ପାଇଁ ନେପାଳ ଏବଂ ଓମାନ କଲେ କ୍ବାଲିଫାଏ

ଆସନ୍ତାବର୍ଷ ଭାରତ ଓ ଶ୍ରୀଲଙ୍କାରେ ହେବାକୁ ଥିବା ଟି-୨୦ ବିଶ୍ୱକପରେ ଖେଳିବା ପାଇଁ ଯୋଗ୍ୟତା ଅର୍ଜନ କରିଛି ନେପାଳ ଓ ଓମାନ । ନେପାଳ ଯୋଗ୍ୟତା ଅର୍ଜନ କରିଛି । ଚଳିତ ଏସିଆ-ପୂର୍ବ ଏସିଆ ପାସିଫିକ ଯୋଗ୍ୟତା ପର୍ଯ୍ୟାୟରୁ ୩ଟି ଦଳ ବିଶ୍ୱକପକୁ ଯୋଗ୍ୟତା ଅର୍ଜନ କରିବେ । ଓମାନ ଓ ନେପାଳ ପ୍ରଥମ ୨ ଦଳ ଭାବେ ବିଶ୍ୱକପ୍ ଟିକେଟ୍ ହାସଲ କରିଛନ୍ତି । ତେବେ ଏଯାଏଁ ୨୦ଟି ଟିମରୁ ୧୯ ଟିମ୍ ଟି୨୦ ବିଶ୍ବକପ ପାଇଁ କ୍ବାଲିଫାଏ କରିସାରିଛି ।

ସୁପର-୬ ରାଉଣ୍ଡରେ ୟୁଏଇ ୭୭ ରନ୍ରେ ସାମୋଆକୁ ପରାସ୍ତ କରିବା ପରେ ନେପାଳ ଓ ଓମାନର ଯୋଗ୍ୟତା ନିଶ୍ଚିତ ହୋଇଥିଲା । ଉଭୟ ମିଳିତ ଭାବେ ପଏଣ୍ଟ ତାଲିକାର ଶୀର୍ଷରେ ରହିଛନ୍ତି । କେବଳ ରନ୍ ରେଟରେ ଓମାନ ଦ୍ୱିତୀୟକୁ ଖସିଛି । ୟୁଏଇ ତୃତୀୟ ସ୍ଥାନରେ ରହିଛି ।

ଓମାନ ଏବଂ ନେପାଳ ଟିମ୍ ଟି୨୦ ବିଶ୍ବକପ ପାଇଁ କ୍ବାଲିଫାଏ କରିଛି । କିନ୍ତୁ ୟୁଏଇ, ଜାପାନ, କତାର ଏବଂ ସମୋଓ ଟିମ ଗୋଟିଏ ସ୍ଥାନ ପାଇଁ ଲଢେଇ କରିବେ । ଏମାନଙ୍କ ମଧ୍ୟରୁ ଗୋଟିଏ ଟିମ୍ ଟି୨୦ ବିଶ୍ବକପ ପାଇଁ କ୍ବାଲିଫାଏ କରିବା ପରେ ୨୦ଟି ଯାକ ଟିମ୍ ଘୋଷଣା କରାଯିବ । ଆସନ୍ତାବର୍ଷ ଫେବ୍ଆରୀ-ମାର୍ଚ୍ଚରେ ହେବାକୁ ଥିବା ଟି୨୦ ବିଶ୍ବକପ ଖେଳାଯିବ ।

Nepal and Oman qualify for T20 World Cup 2026
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+