ଟି-20 ବିଶ୍ୱକପ: ଆହତ ବୁମରାଙ୍କ ସ୍ଥାନରେ ଆସିଲେ ମହମ୍ମଦ ସିରାଜ
ବୁମରାଙ୍କ ସ୍ଥାନରେ ମହମ୍ମଦ ସିରାଜ । ଭାରତୀୟ ଟି-୨୦ ବିଶ୍ୱକପ ଦଳରୁ ବାଦ୍ ପଡିଥିବା ଜସପ୍ରୀତ ବୁମରାଙ୍କ ସ୍ଥାନରେ ମହମ୍ମଦ ସିରାଜଙ୍କୁ ଭାରତୀୟ ସ୍କ୍ୱାଡରେ ସାମିଲ କରାଯାଇଛି । ଆହତ ସମସ୍ୟା ଯୋଗୁଁ ଟିମରୁ ସ୍ପିଡଷ୍ଟର ଜସପ୍ରୀତ ବୁମରା ବାଦ୍ ପଡିଛନ୍ତି ।
ଗୌହାଟୀ: ବୁମରାଙ୍କ ସ୍ଥାନରେ ମହମ୍ମଦ ସିରାଜ । ଭାରତୀୟ ଟି-୨୦ ବିଶ୍ୱକପ ଦଳରୁ ବାଦ୍ ପଡିଥିବା ଜସପ୍ରୀତ ବୁମରାଙ୍କ ସ୍ଥାନରେ ମହମ୍ମଦ ସିରାଜଙ୍କୁ ଭାରତୀୟ ସ୍କ୍ୱାଡରେ ସାମିଲ କରାଯାଇଛି । ଆହତ ସମସ୍ୟା ଯୋଗୁଁ ଟିମରୁ ସ୍ପିଡଷ୍ଟର ଜସପ୍ରୀତ ବୁମରା ବାଦ୍ ପଡିଛନ୍ତି ।

ଆହତ ସମସ୍ୟା ଯୋଗୁ ବୁମରା ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟି-୨୦ ମଧ୍ୟ ଖେଳି ନଥିଲେ । ଅବଶ୍ୟ ଏହି ମ୍ୟାଚକୁ ଟିମ ଇଣ୍ଡିଆ ୮ ୱିକେଟରେ ଜିତି ସିରିଜ୍ରେ ୧-୦ରେ ଆଗୁଆ ରହିଛି। ଏବେ ଦ୍ୱିତୀୟ ଟି-୨୦ ଅକ୍ଟୋବର ୨ ତାରିଖରେ ଓ ତୃତୀୟ ଟି-୨୦ ୪ ତାରିଖରେ ଖେଳାଯିବ। ଦକ୍ଷିଣ ଆଫ୍ରିକା ବିପକ୍ଷ ଅବଶିଷ୍ଟ ୨ଟି ଟି-୨୦ ମୁକାବିଲା ପାଇଁ ମଧ୍ୟ ସିରାଜ ଉପଲବ୍ଧ ରହିବେ ।
ଆଘାତ ସମସ୍ୟା ପାଇଁ ଟି-୨୦ ବିଶ୍ୱକପ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜଦଳରୁ ବୁମରାଙ୍କୁ ବାଦ ଦେବା ପରେ ମହମ୍ମଦ ସାମିଙ୍କୁ ଟିମରେ ସାମିଲ କରାଯିବା ନେଇ ଯଥେଷ୍ଟ ସମ୍ଭାବନା ରହିଥିଲା । କାରଣ ସାମିଙ୍କୁ ଟି-୨୦ ବିଶ୍ୱକପ୍ ପାଇଁ ଷ୍ଟାଣ୍ଡବାଏରେ ରଖିଥିଲା ଟିମ୍ ଇଣ୍ଡିଆ । କିନ୍ତୁ ସାମିଙ୍କ ବଦଳରେ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ପାଇଁ ସିରାଜଙ୍କୁ ବାଛିଛନ୍ତି ଚୟନକର୍ତ୍ତା । କାରଣ ଏବେ ଜବରଦସ୍ତ ଫର୍ମରେ ରହିଛନ୍ତି ସିରାଜ । ଇଂଲଣ୍ଡରେ ଖେଳାଯାଉଥିବା କାଉଣ୍ଟିଂ କ୍ରିକେଟରେ ଦମଦାର ପ୍ରଦର୍ଶନ କରି ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଯେହେତୁ ବିଦେଶ ମାଟିରେ ସିରାଜ ଭଲ ପ୍ରଦର୍ଶନ କରିଥିଲେ ତେଣୁ ତାଙ୍କ ଉପରେ ଭରସା କରିଛି ଚୟନକର୍ତ୍ତା ଦଳ ।
ମହମ୍ମଦ ସିରାଜ ଏଯାଏଁ ଭାରତ ପାଇଁ ୫ଟି ଟି-୨୦ ମ୍ୟାଚ୍ ଖେଳିଥିବା ବେଳେ ସମାନ ସଂଖ୍ୟକ ୱିକେଟ ନେଇଛନ୍ତି । ଶେଷଥର ସେ ଫେବୃଆରୀ ମାସରେ ଭାରତ ପାଇଁ ଟି-୨୦ ମ୍ୟାଚ୍ ଖେଳିଥିଲେ।
ଭାରତୀୟ ସ୍କ୍ୱାଡ: ରୋହିତ ଶର୍ମା(ଅଧିନାୟକ), କେଏଲ ରାହୁଲ, ବିରାଟ କୋହଲି, ସୂର୍ଯ୍ୟ କୁମାର ଯାଦବ, ଋଷଭ ପନ୍ତ, ଦୀନେଶ କାର୍ତ୍ତିକ, ଆର ଅଶ୍ୱିନ, ୟୁଜି ଚହଲ, ଅକ୍ଷର ପଟେଲ, ଅର୍ଶଦୀପ ସିଂହ, ହର୍ଷଲ ପଟେଲ, ଦୀପକ ଚହର, ଉମେଶ ଯାଦବ, ଶ୍ରେୟସ ଆୟର, ଶାହବାଜ ଅହମଦ ଓ ମହମ୍ମଦ ସିରାଜ।












Click it and Unblock the Notifications