ଦକ୍ଷିଣ ଆଫ୍ରିକାଠୁ ପରାଜୟ ପରେ ବଦଳି ଗଲା ଭାରତର 'ସେମି ସମୀକରଣ', ସହଜ ନୁହେଁ ସେମିଫାଇନାଲ ରାସ୍ତା

ହାରିଲା ଭାରତ । ବଦଳି ଗଲା 'ସେମି ସମୀକରଣ' । ଏଣିକି ସହଜ ନୁହେଁ ସେମିଫାଇନାଲ ରାସ୍ତା । ଲଗାଇବାକୁ ହେବ ଜି ଜାନ୍ । ଏଣିକି କର ବା ମର ।

ନୂଆଦିଲ୍ଲୀ: ହାରିଲା ଭାରତ । ବଦଳି ଗଲା 'ସେମି ସମୀକରଣ' । ଏଣିକି ସହଜ ନୁହେଁ ସେମିଫାଇନାଲ ରାସ୍ତା । ଲଗାଇବାକୁ ହେବ ଜି ଜାନ୍ । ଏଣିକି କର ବା ମର । ଦକ୍ଷିଣ ଆଫ୍ରିକା ବିପକ୍ଷରେ ପରାଜିତ ହେବା ପରେ ଭାରତ ଏବେ ଗ୍ରୁପର ଦ୍ୱିତୀୟ ସ୍ଥାନକୁ ଖସି ଆସିଛି । ଆଉ ଏହା ସହ ଏହି ଗ୍ରୁପରୁ କିଏ ସେମିଫାଇନାଲ ଟିକେଟ ହାତେଇବ ତାହାକୁ ନେଇ ସସପେନ୍ସ ଦେଖା ଦେଇଛି ।

T20 World Cup

ଚଳିତ ଟି-20 ବିଶ୍ୱକପରେ ଟିମ୍ ଇଣ୍ଡିଆ ବର୍ତ୍ତମାନ ପର୍ଯ୍ୟନ୍ତ ୩ଟି ମ୍ୟାଚ୍ ଖେଳିଛି ଓ ସେଥିରୁ ୨ଟି ଜିତିଥିବା ବେଳେ ଗୋଟିଏ ମ୍ୟାଚରେ ପରାସ୍ତ ହୋଇଛି । ଫଳରେ ଭାରତୀୟ ଦଳକୁ ୪ ପଏଣ୍ଟ ମିଳିଛି । ଏଥି ସହିତ ସମାନ ସଂଖ୍ୟକ ମ୍ୟାଚ ଖେଳି ୫ ପଏଣ୍ଟ ସହ ଦକ୍ଷିଣ ଆଫ୍ରିକା ଶୀର୍ଷରେ ରହିଛି ।

ଭାରତର 'ସେମି ସମୀକରଣ'

ଏବେ ଭାରତ ପାଇଁ ସେମିଫାଇନାଲରେ ପହଞ୍ଚିବାର ସମୀକରଣ ମଧ୍ୟ ବଦଳି ଯାଇଛି । କାରଣ ଗ୍ରୁପରେ ଥିବା ୬ଟି ଟିମ୍ ମଧ୍ୟରୁ ୫ଟି ଟିମ ସେମିଫାଇନାଲ ରେସରେ ସାମିଲ ହୋଇଛି । ତେମ୍ବା ବାଭୁମାଙ୍କ ନେତୃତ୍ୱରେ ଦକ୍ଷିଣ ଆଫ୍ରିକା ଦଳର ସେମି ଫାଇନାଲରେ ପହଞ୍ଚିବା ପ୍ରାୟ ନିଶ୍ଚିତ । ଦକ୍ଷିଣ ଆଫ୍ରିକା ୩ଟି ମ୍ୟାଚରୁ ୫ ପଏଣ୍ଟ ହାସଲ କରିଛି । ଦଳର ନେଟ ରନ୍ ରେଟ୍ ମଧ୍ୟ ୨.୭୭୨ ରହିଛି । ଏହି ଦଳକୁ ପାକିସ୍ତାନ ଓ ନେଦରଲ୍ୟାଣ୍ଡ ବିପକ୍ଷରେ ଗୋଟିଏ ଗୋଟିଏ ମ୍ୟାଚ୍ ଖେଳିବା ବାକି ରହିଛି । ଏହି ଦୁଇଟି ମ୍ୟାଚ୍ ମଧ୍ୟରୁ ଗୋଟିଏ ଜିତିବା ବି ଦକ୍ଷିଣ ଆଫ୍ରିକା ୭ ପଏଣ୍ଟ ପାଇବ, ଯାହାଦ୍ୱାରା ସେମିଫାଇନାଲରେ ସ୍ଥାନ ନିଶ୍ଚିତ ହୋଇଯିବ । ଅନ୍ୟପଟେ ବାଂଲାଦେଶ ଓ ଜିମ୍ବାୱେ ଯଦି ନିଜର ପରବର୍ତ୍ତୀ ଦୁଇଟି ମ୍ୟାଚ୍ ଜିତନ୍ତି । ତେବେ ବାଂଲାଦେଶ ସିଧାସଳଖ ସେମିଫାଇନାଲ ଟିକେଟ ହାତେଇବ ଏବଂ ଦକ୍ଷିଣ ଆଫ୍ରିକା ଓ ଜିମ୍ବାୱେ ମଧ୍ୟରେ ରନରେଟ ଆଧାରରେ ଗୋଟିଏ ଟିମ୍ ସେମିଫାଇନାଲରେ ପହଞ୍ଚିବ ।

ତେଣୁ ସେମିଫାଇନାଲ ଟିକେଟ ହାତେଇବାକୁ ହେଲେ ଭାରତକୁ ପରବର୍ତ୍ତୀ ୨ଟି ମ୍ୟାଚରେ ନିଶ୍ଚିତ ବିଜୟ ହାସଲ କରିବାକୁ ପଡିବ । ବାଂଲାଦେଶ ଓ ଜିମ୍ବାୱେ ବିପକ୍ଷ ମ୍ୟାଚରୁ ଗୋଟିଏରେ ବିଜୟୀ ହେଲେ ମଧ୍ୟ ଭାରତ ପାଇଁ ସେମିଫାଇନାଲ ଟିକେଟ ହାତେଇବା କଷ୍ଟକର ହୋଇ ପଡିବ । ଏହାଛଡା ବାଂଲାଦେଶ ବିପକ୍ଷ ମ୍ୟାଚରେ ବର୍ଷା ସମ୍ଭାବନା ରହିଥିବାରୁ ଏହା ଭାରତ ପାଇଁ ସଙ୍କଟ ସୃଷ୍ଟି କରିପାରେ । ତେବେ ବୁଧବାର ଗ୍ରୁପ୍-୨ର ହେବାକୁ ଥିବା ୨ଟି ମ୍ୟାଚର ଫଳାଫଳ ହିଁ ସେମିଫାଇନାଲ ଚିତ୍ରକୁ କିଛି ମାତ୍ରାରେ ସ୍ପଷ୍ଟ କରିବ ।

ଜିମ୍ବାୱେର 'ସେମି ସମୀକରଣ'

ସେହିପରି ଜିମ୍ବାୱେ ଦଳ ପାଖରେ ଏବେବି ସୁଯୋଗ ଅଛି । ଦଳକୁ ୩ଟି ମ୍ୟାଚରୁ ୩ ପଏଣ୍ଟ ମିଳିଛି । କିନ୍ତୁ ନେଟ୍ ରନ୍ ରେଟ୍ ହେଉଛି -0.050 । ସେମିଫାଇନାଲ ରେସରେ ରହିବାକୁ ଜିମ୍ବାୱେକୁ ଅବଶିଷ୍ଟ ମ୍ୟାଚ୍ ଜିତିବାକୁ ପଡ଼ିବ । ଯଦି ଦଳ ନେଦରଲ୍ୟାଣ୍ଡକୁ ପରାସ୍ତ କରିବ ଓ ଭାରତ ଠାରୁ ହାରିବ, ତେବେ ତା ପାଖରେ ମାତ୍ର ପାଞ୍ଚ ପଏଣ୍ଟ ରହିବ । ଯାହା ନିଶ୍ଚିତ ଭାବେ ଯଥେଷ୍ଟ ହେବ ନାହିଁ ।

ବାଂଲାଦେଶର 'ସେମି ସମୀକରଣ'

ସେହିଭଳି ବାଂଲାଦେଶ ଟିମ୍ ୩ଟି ମ୍ୟାଚରୁ ୪ ପଏଣ୍ଟ ପାଇଥିଲେ ମଧ୍ୟ ରନ୍ ରେଟ ଆଧାରରେ ଭାରତ ତଳକୁ ତୃତୀୟ ସ୍ଥାନରେ ରହିଛି । ଆଗକୁ ଭାରତ ଓ ପାକିସ୍ତାନ ବିପକ୍ଷରେ ମୈଦାନକୁ ଓହ୍ଳାଇବ ବାଂଲାଦେଶ । ଏଭଳି ସ୍ଥିତିରେ ବାଂଲାଦେଶ ପାଇଁ ସେମିଫାଇନାଲ ଟିକେଟ ଏତେ ସହଜ ହୋଇନପାରେ । କିନ୍ତୁ ଯଦି ବାଂଲାଦେଶ ଉଭୟ ଟିମକୁ ପରାଜିତ କରୁଛି ତେବେ ସିଧାସଳଖ ସେମିଫାଇନାଲ ଟିକେଟ ହାତେଇବ । କିନ୍ତୁ ଯଦି ଗୋଟିଏ ମ୍ୟାଚ୍ ଜିତୁଛି ତେବେ ବାଂଲାଦେଶ ପାଇଁ ଅନ୍ୟ ଟିମର ଫଳାଫଳକୁ ଅପେକ୍ଷା କରିବାକୁ ପଡିବ ।

ପାକିସ୍ତାନ 'ସେମି ସମୀକରଣ'

ପାକିସ୍ତାନ ପାଖରେ ଏବେବି ସେମିଫାଇନାଲରେ ପ୍ରବେଶ କରିବାକୁ ସୁଯୋଗ ଅଛି । କିନ୍ତୁ ବହୁତ କମ୍ ସମ୍ଭାବନା ସହ । ବାବର ଆଜମଙ୍କ ଅଧିନାୟକତ୍ୱରେ ଦଳ ଏପର୍ଯ୍ୟନ୍ତ ୩ଟି ମ୍ୟାଚରୁ ୨ ପଏଣ୍ଟ ହାସଲ କରିଛି । ପାକିସ୍ତାନ ଦଳର ନେଟ୍ ରନ୍ ରେଟ୍ ହେଉଛି 0.765 । ଭାରତ ବିପକ୍ଷରେ ଦକ୍ଷିଣ ଆଫ୍ରିକାର ବିଜୟ ନିଶ୍ଚିତ ଭାବେ ପାକିସ୍ତାନକୁ ଏକ ଝଟକା ଦେଇଛି । ପାକିସ୍ତାନ ସର୍ବାଧିକ ୬ ପଏଣ୍ଟ ହାସଲ କରିପାରିବ । ଯଦି ଦକ୍ଷିଣ ଆଫ୍ରିକା ନେଦରଲ୍ୟାଣ୍ଡକୁ ପରାସ୍ତ କରେ ତେବେ ଦଳର ୭ ପଏଣ୍ଟ ହୋଇଯିବ । ଯଦି ଭାରତ ଅବଶିଷ୍ଟ ଦୁଇଟି ମ୍ୟାଚ୍ ମଧ୍ୟରୁ ଗୋଟିଏ ମ୍ୟାଚରେ ପରାଜିତ ହୁଏ ତେବେ ଦଳର ପଏଣ୍ଟ ୬ ରହିବ । ଫଳରେ ପ୍ରତିଦ୍ୱନ୍ଦ୍ୱୀମାନଙ୍କ ମଧ୍ୟରେ ନେଟ ରନ୍ ରେଟ୍ ଲଢ଼େଇ ଦେଖାଦେଇପାରେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+