ରାୟପୁର କ୍ରିକେଟ୍ ଷ୍ଟାଡିୟମରେ ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ
ଭାରତୀୟ କ୍ରିକେଟ୍ ଦଳର ଅଫିସିଆଲ୍ କିଟ୍ ପ୍ରାୟୋଜକ ଆଡିଡାସ୍ ବିସିସିଆଇ ସହଭାଗିତାରେ ରାୟପୁର କ୍ରିକେଟ୍ ଷ୍ଟାଡିୟମରେ ଟିମ୍ ଇଣ୍ଡିଆ ଟି -୨୦ ବିଶ୍ୱକପ୍ ୨୦୨୬ ଜର୍ସି ଉନ୍ମୋଚନ କରିଛି। ଏଥିରେ ଆଡିଡାସ ଏହାର କ୍ଲିମାକୁଲ୍+ କପନା ବ୍ୟବହାର କରିଛି। ଏହି ଅବସରରେ ଆଡିଡାସ୍ ଇଣ୍ଡିଆର ମହାପ୍ରବନ୍ଧକ ବିଜୟ ଚୌହାନ କହିଥିଲେ ଯେ, ବିସିସିଆଇ ସହିତ ଭାରତୀୟ କ୍ରିକେଟ୍ ପ୍ରଶଂସକଙ୍କ ମଧ୍ୟରେ ଏହି ଜର୍ସି ଉନ୍ମୋଚନ କରିବା କମ୍ପାନୀ ପାଇଁ ଗୌରବର ମୂହୁର୍ତ୍ତ। ଆମ ସହିତ ଦର୍ଶକ ମଧ୍ୟ ଏହାକୁ ପିନ୍ଧିପାରିେବ ବୋଲି କ୍ରିକେଟର ରୋହିତ ଶର୍ମା କହିଥିଲେ। ଏହି ଜର୍ସିର ମୂଲ୍ୟ ୯୯୯ଟଙ୍କାରୁ ଆରମ୍ଭ ହୋଇଛି ଯାହା ଭାରତର ବଛା ବଛା ଆଡିଡାସ୍ ଷ୍ଟୋରରେ ଓ ଅନ୍ଲାଇନରେ ଉପଲବ୍ଧ ହେବ।













Click it and Unblock the Notifications