ଇଂଲଣ୍ଡକୁ ପରାସ୍ତ କଲା ଆୟର୍ଲାଣ୍ଡ

ଚଳିତ ଟି-୨୦ ବିଶ୍ୱକପରେ ବୁଧବାର ଆଉ ଏକ ଆଶ୍ଚର୍ଯ୍ୟ ଘଟଣା ଘଟିଛି । ଆୟର୍ଲାଣ୍ଡ ୨୦୧୦ ଚାମ୍ପିୟନ୍ ଇଂଲଣ୍ଡକୁ ପରାସ୍ତ କରିଛି । ଡକୱର୍ଥ-ଲୁଇସ୍ ନିୟମ ଅନୁଯାୟୀ ଇଂଲଣ୍ଡକୁ ୫ ରନରେ ହରାଇଛି ଆୟର୍ଲାଣ୍ଡ ।

ମେଲବୋର୍ଣ୍ଣ: ଚଳିତ ଟି-୨୦ ବିଶ୍ୱକପରେ ବୁଧବାର ଆଉ ଏକ ଆଶ୍ଚର୍ଯ୍ୟ ଘଟଣା ଘଟିଛି । ଆୟର୍ଲାଣ୍ଡ ୨୦୧୦ ଚାମ୍ପିୟନ୍ ଇଂଲଣ୍ଡକୁ ପରାସ୍ତ କରିଛି । ଡକୱର୍ଥ-ଲୁଇସ୍ ନିୟମ ଅନୁଯାୟୀ ଇଂଲଣ୍ଡକୁ ୫ ରନରେ ହରାଇଛି ଆୟର୍ଲାଣ୍ଡ ।

 T20 World Cup

ଏହି ମ୍ୟାଚରେ ଇଂଲଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଆୟର୍ଲାଣ୍ଡ ୧୯.୨ ଓଭରରେ ୧୫୭ ରନ କରି ଅଲଆଉଟ ହୋଇଯାଇ ଥିଲା । ଦଳ ପକ୍ଷରୁ ଅଧିନାୟକ ଆଣ୍ଡ୍ର୍ୟୁ ବାଲବେର୍ନି ସର୍ବାଧିକ ୬୨ ରନ କରିଥିବାବେଳେ ଲୋରକାନ ଟକର ୩୪ରନ କରିଥିଲେ । ଇଂଲଣ୍ଡ ପକ୍ଷରୁ ଲିଆମ ଲିଭିଙ୍ଗଷ୍ଟୋନ ଓ ମାର୍କ ଉଡ୍ ୩ଟି ଲେଖାଏଁ ଏବଂ ସାମ କୁରାନ ୨ଟି ୱେକେଟ ନେଇଥିଲେ ।

୧୫୮ ରନର ବିଜୟ ଲକ୍ଷ୍ୟ ଜବାବରେ ଇଂଲଣ୍ଡ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୮୬ ରନରେ ୫ ଓ୍ବିକେଟ୍ ହରାଇ ସଙ୍କଟରେ ଫସିଥିଲା । ଇଂଲଣ୍ଡ ୧୪.୩ ଓଭରରେ ୫ ୱିକେଟ୍ ହରାଇ ୧୦୫ ରନ୍ କରିଥିବା ବେଳେ ବର୍ଷା ଯୋଗୁଁ ମ୍ୟାଚ୍ ଆଉ ସମ୍ଭବ ହୋଇପାରିନଥିଲା । ଡକୱର୍ଥ-ଲୁଇସ୍ ନିୟମାନୁଯାୟୀ ଆୟର୍ଲାଣ୍ଡ ୫ ରନରେ ବିଜେତା ଘୋଷିତ ହେଇଥିଲା । ବର୍ଷା ବାଧକ ବେଳକୁ ମୋଇନ୍ ଅଲି (୨୪) ଏବଂ ଲିଆମ୍ ଲିଭିଙ୍ଗଷ୍ଟନ୍ (୧) କ୍ରିଜରେ ଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+