ଟି ଟ୍ବେଣ୍ଟି ବିଶ୍ବକପ: ପାକିସ୍ତାନ ବିପକ୍ଷରେ ଭାରତର ବଡ଼ ବିଜୟ ,ପାକିସ୍ତାନକୁ ୬୧ ରନରେ ହରାଇଲା ଭାରତ
ଶ୍ରୀଲଙ୍କାର ଆର୍. ପ୍ରେମଦାସା ଷ୍ଟାଡିୟମରେ ଅନୁଷ୍ଠିତ ହାଇଭୋଲ୍ଟେଜ୍ ଟି-୨୦ ବିଶ୍ୱକପ୍ ମୁକାବିଲାରେ ଭାରତୀୟ ଦଳ ପାକିସ୍ତାନକୁ ୬୧ ରନ୍ରେ ପରାସ୍ତ କରିଛି। ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ 'ଟିମ୍ ଇଣ୍ଡିଆ' ଉଭୟ ବ୍ୟାଟିଂ ଓ ବୋଲିଂରେ ଦମଦାର ପ୍ରଦର୍ଶନ କରି ପାକିସ୍ତାନର 'ଲଙ୍କା' ଜଳାଇ ଦେଇଛି।

ସୂର୍ଯ୍ୟକୁମାରଙ୍କ ବାହିନୀ ଉଭୟ ବ୍ୟାଟିଂ ଏବଂ ବୋଲିଂରେ ପ୍ରଶସଂନୀୟ ପ୍ରଦର୍ଶନ କରିଛନ୍ତି। ୧୭୬ ରନ୍ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ପାକିସ୍ତାନର ବ୍ୟାଟିଂ ଆରମ୍ଭରୁ ବିପର୍ଯ୍ୟୟ ହୋଇଥିଲା। ପାକିସ୍ତାନ ୧୮ ଓଭରରେ ସମସ୍ତ ୱିକେଟ୍ ହରାଇ ୧୧୪ ରନ୍ କରିବା ସହିତ ୬୧ ରନ୍ରେ ପରାସ୍ତ ହୋଇଛି। ଏହି ମ୍ୟାଚ୍ରେ ଟସ୍ ଜିଣି ପାକିସ୍ତାନ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ଭାରତ ବ୍ୟାଟିଂ କରିଥିଲା। ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୭ଟି ୱିକେଟ୍ ହରାଇ ୧୭୫ ରନ୍ ସଂଗ୍ରହ କରିଥିଲା।












Click it and Unblock the Notifications