ସିଡନୀରେ ଭାରତୀୟ ଖେଳାଳିଙ୍କୁ ଭେଦଭାବ: ମିଳୁଛି ଖରାପ ଖାଦ୍ୟ, ୪୨ କିମି ଦୂରରେ ଅଭ୍ୟାସ ପାଇଁ ପଡି଼ଆ
ସିଡନୀରେ ଭାରତୀୟ ଖେଳାଳିଙ୍କୁ ଭେଦଭାବ । ଭାରତୀୟ ଖେଳାଳିଙ୍କୁ ଦିଆଯାଉଛି ଖରାପ ଖାଦ୍ୟ । ଏନେଇ ଖେଳାଳିମାନେ ଅଭିଯୋଗ କରିଛନ୍ତି । ଖେଳାଳିଙ୍କୁ କେବଳ ସ୍ୟାଣ୍ଡୱିଚ୍ ଖାଇବାକୁ ଦିଆଯାଇଥିଲା । ତାହା ପୁଣି ଥଣ୍ଡା ଥିଲା ଓ ଖାଇବା ଯୋଗ୍ୟ ନଥିଲା ବୋଲି ଖେଳାଳିମାନେ ଅଭିଯୋ
ନୂଆଦିଲ୍ଲୀ: ସିଡନୀରେ ଭାରତୀୟ ଖେଳାଳିଙ୍କୁ ଭେଦଭାବ । ଭାରତୀୟ ଖେଳାଳିଙ୍କୁ ଦିଆଯାଉଛି ଖରାପ ଖାଦ୍ୟ । ଏନେଇ ଖେଳାଳିମାନେ ଅଭିଯୋଗ କରିଛନ୍ତି । ଖେଳାଳିଙ୍କୁ କେବଳ ସ୍ୟାଣ୍ଡୱିଚ୍ ଖାଇବାକୁ ଦିଆଯାଇଥିଲା । ତାହା ପୁଣି ଥଣ୍ଡା ଥିଲା ଓ ଖାଇବା ଯୋଗ୍ୟ ନଥିଲା ବୋଲି ଖେଳାଳିମାନେ ଅଭିଯୋଗ କରିଛନ୍ତି । ସିଡନୀରେ ନେଦରଲ୍ୟାଣ୍ଡ ବିପକ୍ଷ ଭାରତର ମ୍ୟାଚ୍ ପୂର୍ବରୁ ଏଭଳି କିଛି ବିବାଦ ସୃଷ୍ଟି ହୋଇଛି ।

ଆସନ୍ତାକାଲି ହେବାକୁ ଥିବା ମ୍ୟାଚ ପୂର୍ବରୁ ଆଜି ଟିମ୍ ଇଣ୍ଡିଆ ପ୍ରାକ୍ଟିସ ମ୍ୟାଚ୍ ଥିଲା । ତେବେ ଖେଳାଳିମାନେ ରହୁଥିବା ହୋଟେଲଠାରୁ ୪୨ କିଲୋମିଟର ଦୂର ବ୍ଲାକ ଟାଉନରେ ଅଭ୍ୟାସ କରିବା ପାଇଁ କୁହାଯାଇଛି । ଏତେ ଦୂର ଯାଇ ଅଭ୍ୟାସେ କରିବେ ନାହିଁ ବୋଲି ଆଇସିସିକୁ ଜଣାଇଛନ୍ତି ଓ ଆଜି ଅଭ୍ୟାସ କରିବେ ନାହିଁ ବୋଲି ଖେଳାଳିମାନେ ମନା କରିଛନ୍ତି ।
ଉଲ୍ଲେଖଯୋଗ୍ୟ, 'ଟି୨୦ ବିଶ୍ୱକପ୍ ୨୦୨୨'ରେ 'ଇଣ୍ଟର୍ନ୍ୟାସ୍ନାଲ୍ କ୍ରିକେଟ୍ କାଉନ୍ସିଲ୍' (ଆଇସିସି) ଭୋଜନ ପରିବେଷଣ କରୁଛି। କିନ୍ତୁ, ମଧ୍ୟାହ୍ନ ଭୋଜନ ପରେ ଆଉ ଉଷୁମ ଖାଦ୍ୟ ପରିବେଷଣ କରୁନାହିଁ । ଆସନ୍ତାକାଲି ଭାରତ ସିଡନୀରେ ନେଦରଲାଣ୍ଡକୁ ଭେଟିବ। ଏହାପୂର୍ବରୁ ଆଜି ନେଟ୍ ପ୍ରାକ୍ଟିସ୍ କରିଥାନ୍ତେ ଭାରତୀୟ ଖେଳାଳି । ଟି-୨୦ ବିଶ୍ୱକପରେ ଟିମ୍ ଇଣ୍ଡିଆ ଜବରଦସ୍ତ ଆରମ୍ଭ କରିଛି । ୨୩ ତାରିଖରେ ଖେଳାଯାଇଥିବା ମ୍ୟାଚରେ ପାରମ୍ପରିକ ପ୍ରତିନ୍ଦ୍ୱନ୍ଦ୍ୱୀ ପାକିସ୍ତାନକୁ ୪ ୱିକେଟରେ ହରାଇଛି ଭାରତ।












Click it and Unblock the Notifications