ଟି-୨୦ ବିଶ୍ବକପ: 'ଜାତୀୟ ପତାକାକୁ ଓଲଟା ଧରୁଛନ୍ତି, କିନ୍ତୁ ୟାଙ୍କୁ କାଶ୍ମୀର ଦରକାର'
ଚଳିତ ଟି-20 ବିଶ୍ୱକପ 2022ରେ ଗତ ରବିବାର ଭାରତ ବନାମ ପାକିସ୍ତାନ ମଧ୍ୟରେ ଖେଳା ଯାଇଥିବା ରୋମାଞ୍ଚକ ମ୍ୟାଚକୁ ନେଇ ଚର୍ଚ୍ଚା ଥମିବାରେ ନା ନେଉନି । ଗୋଟିଏ ପରେ ଗୋଟିଏ ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ମେଲବର୍ଣ୍ଣ: ଚଳିତ ଟି-20 ବିଶ୍ୱକପ 2022ରେ ଗତ ରବିବାର ଭାରତ ବନାମ ପାକିସ୍ତାନ ମଧ୍ୟରେ ଖେଳା ଯାଇଥିବା ରୋମାଞ୍ଚକ ମ୍ୟାଚକୁ ନେଇ ଚର୍ଚ୍ଚା ଥମିବାରେ ନା ନେଉନି । ଗୋଟିଏ ପରେ ଗୋଟିଏ ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ୟା ଭିତରେ ପାକିସ୍ତାନୀ ଓ ଭାରତୀୟ ଫ୍ୟାନ୍ସଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଭିଡିଓଟିରେ କିଛି ଭାରତୀୟ ଫ୍ୟାନ୍ସ ଜଣେ ପାକିସ୍ତାନୀ କ୍ରିକେଟ ଫ୍ୟାନଙ୍କୁ ନିଜ ଦେଶର ଜାତୀୟ ପତାକା ଓଲଟା ଧରିଥିବା କଥା ସୂଚାଇ ଦେଉଛନ୍ତି । ଏଥିସହିତ ପତାକାକୁ ସଠିକ୍ ଭାବରେ ଧରିବାକୁ ପରାମର୍ଶ ଦେଉଛନ୍ତି । ପରେ ପାକିସ୍ତାନୀ ପ୍ରଶଂସକ ଜଣଙ୍କ ତାଙ୍କ ଭୁଲକୁ ସଂଶୋଧନ କରୁଥିବା ଦେଖିବାକୁ ମିଳୁଛି । ଏଥିସହିତ ଭାରତୀୟ ଫ୍ୟାନ୍ସ ତାଙ୍କୁ ଟ୍ରୋଲ କରି କହୁଛନ୍ତି ଯେ, 'ଅର ଇନକୋ କାଶ୍ମୀର ଚାହିୟେ' ଅର୍ଥାତ୍ 'ଜାତୀୟ ପତାକାକୁ ଓଲଟା ଧରୁଛନ୍ତି, କିନ୍ତୁ ୟାଙ୍କୁ କାଶ୍ମୀର ଦରକାର' । ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
और इन्हें #kashmir #कश्मीर चाहिए 😂 pic.twitter.com/ITwv5rUcjJ
— Dipanshu Kabra (@ipskabra) October 24, 2022
ଉଲ୍ଲେଖଥାଉ କି, ମେଲବର୍ଣ୍ଣ ମହାମୁକାବିଲାରେ ରୋମାଞ୍ଚକ ମୋଡରେ ମ୍ୟାଚ ଜିତିଛି ଭାରତ । ଟି-20 ବିଶ୍ୱକପ 2022 ର ପ୍ରଥମ ମ୍ୟାଚକୁ ଭାରତ ଏକ ରୋମାଞ୍ଚକର ମୋଡରେ ପାକିସ୍ତାନକୁ 4 ୱିକେଟରେ ପରାସ୍ତ କରିଛି । 160 ରନର ଲକ୍ଷ୍ୟକୁ ପଛରେ ପକାଇ ଭାରତ 31 ରନ ପାଇଁ 4 ଟି ବଡ ୱିକେଟ୍ ହରାଇ ଥିଲା । ଏହା ପରେ କୋହଲି ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭାଗୀଦାରି ଦଳକୁ ଦେଲା ବିଜୟ । ଏଥି ସହ ଦଳ ଗତ ବର୍ଷ ବିଶ୍ୱକପରେ 10 ୱିକେଟ୍ ପରାଜୟର ପ୍ରତିଶୋଧ ନେଇଛି। ବିରାଟ କୋହଲି 53 ବଲରୁ ଅପରାଜିତ 82 ରନ୍ କରିଥିଲେ । ତାଙ୍କ ପାଳିରେ ସାମିଲ ଥିଲା 6ଟି ଚୌକା ଓ 4ଟି ଛକା ।












Click it and Unblock the Notifications