Get Updates
Get notified of breaking news, exclusive insights, and must-see stories!

ଟି-୨୦ ବିଶ୍ୱକପ ଦ୍ବିତୀୟ ସେମିଫାଇନାଲ: ଟାଇଟଲ ଟକ୍କର ପୂର୍ବରୁ ଟିମ ଇଣ୍ଡିଆର 'ଇଂଲିଶ ପରୀକ୍ଷା'

ଆଜି ଖେଳାଯିବ ଚଳିତ ଟି-20 ବିଶ୍ୱକପ 2ୟ ସେମିଫାଇନାଲ, ଭାରତ ବନାମ ଇଂଲଣ୍ଡ ମ୍ୟାଚ । ଟାଇଟଲ ଟକ୍କର ପୂର୍ବରୁ ଟିମ୍ ଇଣ୍ଡିଆର 'ଇଂଲିଶ ପରୀକ୍ଷା' । ଆଜି ଆଡିଲେଡରେ ହେବ ଲଢେଇ । ଭାରତୀୟ ଦଳର ମିଶ୍ରଣ ବୋଲିଂ ଆଟାକ୍ ବନାମ ଇଲଂଣ୍ଡର ପାୱାର ହିଟିଂ, ଦେଖିବାକୁ ମିଳିବ ହାଇ

ଆଡିଲେଡ୍‌: ଆଜି ଖେଳାଯିବ ଚଳିତ ଟି-20 ବିଶ୍ୱକପ 2ୟ ସେମିଫାଇନାଲ, ଭାରତ ବନାମ ଇଂଲଣ୍ଡ ମ୍ୟାଚ । ଟାଇଟଲ ଟକ୍କର ପୂର୍ବରୁ ଟିମ୍ ଇଣ୍ଡିଆର 'ଇଂଲିଶ ପରୀକ୍ଷା' । ଆଜି ଆଡିଲେଡରେ ହେବ ଲଢେଇ । ଭାରତୀୟ ଦଳର ମିଶ୍ରଣ ବୋଲିଂ ଆଟାକ୍ ବନାମ ଇଲଂଣ୍ଡର ପାୱାର ହିଟିଂ, ଦେଖିବାକୁ ମିଳିବ ହାଇ ଭୋଲ୍ଟେଜ ଫାଇଟ୍ । ଭାରତୀୟ ପେସ୍ ଆଟାକ୍ ଦମଦାର ଫର୍ମରେ ନଜର ଆସୁଥିବା ବେଳେ ଇଂଲଣ୍ଡ ଦଳର ଟପ୍ ଟୁ ଲୋୟର ବ୍ୟାଟିଂ ଅର୍ଡର ମଧ୍ୟ ବେଶ୍ ଶକ୍ତିଶାଳୀ ରହିଛି ।

T20 World Cup, India vs England 2nd Semifinal

ଗ୍ରୁପ-୧ ର ୨ୟ ସ୍ଥାନରେ ଥିବା ଇଂଲଣ୍ଡ ଦଳ ଡିଫେଣ୍ଡି ଚମ୍ପିଆନ ଅଷ୍ଟ୍ରେଲିଆକୁ ମାତ୍ ଦେଇ ସେମି ଟିକେଟ୍ ହାତେଇଛି । ଅନ୍ୟପଟେ ଗ୍ରୁପ-୨ରେ କେବଳ ଗୋଟିଏ ପରାଜୟ ସହ ଟେବୁଲ ଟପ୍ପର ରହିଛି ଭାରତ । ରୋହିତ ଶର୍ମାଙ୍କ ନେତୃତ୍ବାଧିନ ଭାରତୀୟ ଦଳ ସୁପର-୧୨ରେ ୫ଟି ମ୍ୟାଚରୁ ୪ଟି ବିଜୟ ଓ ଗୋଟିଏ ପରାଜୟ ସହ ୮ ପଏଣ୍ଟ ପାଇ ଗ୍ରୁପ ଶୀର୍ଷ ସ୍ଥାନ ହାସଲ କରିଥିଲା। ଭାରତ ପ୍ରଥମ ମ୍ୟାଚରେ ପାକିସ୍ତାନ ବିପକ୍ଷରେ ୪ ୱିକେଟର ରୋମାଞ୍ଚକର ବିଜୟ ହାସଲ କରିଥିଲା । ଦ୍ବିତୀୟ ମ୍ୟାଚରେ ନେଦରଲାଣ୍ଡ୍‌ସକୁ ୫୬ରନରେ ପରାସ୍ତ କରିଥିଲା। ୩ୟ ମ୍ୟାଚରେ ଦକ୍ଷିଣ ଆଫ୍ରିକା ନିକଟରୁ ୫ ୱିକେଟରେ ପରାଜିତ ହୋଇଥିବାବେଳେ ୪ର୍ଥ ମ୍ୟାଚରେ ବାଂଲାଦେଶକୁ ୫ରନ ଓ ୫ମ ମ୍ୟାଚରେ ଜିମ୍ବାୱେକୁ ୭୧ରନରେ ପରାସ୍ତ କରିଥିଲା । ତାରକା ବ୍ୟାଟ୍‌ସମ୍ୟାନ ବିରାଟ କୋହଲି ୫ଟି ମ୍ୟାଚରୁ ୩ଟି ଅର୍ଦ୍ଧଶକ ସହ ୨୪୬ ଓ ସୂର୍ଯ୍ୟକୁମାର ଯାଦବ ୨୨୫ରନ କରିଛନ୍ତି ।

ଓପନର କେଏଲ ରାହୁଲ ​‌ପ୍ରଥମ ୩ଟି ମ୍ୟାଚରେ ବିଫଳ ହୋଇଥିବାବେଳେ ବାଂଲାଦେଶ ଓ ଜିମ୍ବାୱେ ବିପକ୍ଷରେ ଅର୍ଦ୍ଧଶତକ ହାସଲ କରି ଫର୍ମକୁ ଫେରିଛନ୍ତି । ଅଧିନାୟକ ରୋହିତ ଶର୍ମାଙ୍କ ଫର୍ମକୁ ନେଇ ଦଳ ଚିନ୍ତାରେ ପଡିଛି । ରୋହିତ ନେଦରଲାଣ୍ଡ୍‌ସ ବିପକ୍ଷରେ ୫୩ରନ କରିଥିବାବେଳେ ଅନ୍ୟ ୪ଟି ମ୍ୟାଚରୁ ୩୬ରନ କରିଛନ୍ତି । ଜିମ୍ବାୱେ ବିପକ୍ଷ ମ୍ୟାଚରେ ୱିକେଟରକ୍ଷକ ଦିନେଶ କାର୍ତ୍ତିକଙ୍କ ସ୍ଥାନରେ ଋଷଭ ପନ୍ତ୍‌ଙ୍କୁ ସୁଯୋଗ ମିଳିଥିଲା । ପନ୍ତ ମାତ୍ର ୪ରନ କରିଥିଲେ । ଇଂଲଣ୍ଡ ବିପକ୍ଷ ସେମିଫାଇନାଲରେ ପନ୍ତଙ୍କ ସ୍ଥାନ​‌​‌ରେ କାର୍ତ୍ତିକ ଖେଳିବାର ସମ୍ଭାବନା ରହିଛି । ଅନ୍ୟପକ୍ଷରେ ହାର୍ଦିକ ପାଣ୍ଡ୍ୟା ଅଲରାଉଣ୍ଡର ଭୂମିକା ତୁଲାଉଛନ୍ତି । ଅକ୍ଷର ପଟେଲ ୪ଟି ମ୍ୟାଚରେ ଖେଳିବାର ସୁଯୋଗ ପାଇଥିଲେ ମଧ୍ୟ ଆଶା ଅନୁଯାୟୀ ପ୍ରଦର୍ଶନ କରିପାରିନାହାନ୍ତି । ତାଙ୍କ ସ୍ଥାନରେ ଦୀପକ ହୁଡାଙ୍କୁ ଦଳରେ ସାମିଲ କରିବାର ମଧ୍ୟ ସମ୍ଭାବନା ରହିଛି । ଦ୍ରୁତ ବୋଲିଂ ବିଭାଗରେ ଅର୍ଶଦୀପ୍‌, ସାମି ଓ ଭୁବନେଶ୍ବର ଖେଳିବା ନିଶ୍ଚିତ । ୪ର୍ଥ ବୋଲର ଭାବେ ପାଣ୍ଡ୍ୟା ରହିଥିବାବେଳେ ଓ ୫ମ ବୋଲର ଭାବେ ଅଶ୍ବିନ ଦାୟିତ୍ବ ତୁଲାଇବେ ।

ତେବେ ଇଂଲଣ୍ଡକୁ ଆମେ ଇଂଲଣ୍ଡ ମାଟିରେ ପରାସ୍ତ କରିଛୁ । ଏହି ଦଳର ଖେଳ ସମ୍ପର୍କରେ ଆମେ ଭଲ ଭାବେ ଅବଗତ ଅଛୁ। ଚଳିତ ବିଶ୍ୱକପ୍‌ରେ ଆମ ଖେଳାଳିମାନେ ଭଲ ପ୍ରଦର୍ଶନ କରୁଛନ୍ତି । ଏଣୁ ଆମେ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ସେମିଫାଇନାଲରେ ଭଲ ପ୍ରଦର୍ଶନ କରିବୁ ବୋଲି କହିଛନ୍ତି ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ।

ଚଳିତ ଟୁର୍ଣ୍ଣାମେଣ୍ଟରେ ଦ୍ରୁତତମ ବୋଲର ଭାବେ ବିବେଚିତ ମାର୍କ ଉଡ୍‌ ଆହତ ହେବାରୁ ଏହି ମ୍ୟାଚ୍‌ ଖେଳୁ ନାହାନ୍ତି। ଫଳରେ ଭାରତୀୟ ବ୍ୟାଟର କିଛି ପରିମାଣରେ ଆଶ୍ୱସ୍ତ। ସାମ କୁରାନଙ୍କ କଟର, ଡେଭିଡ୍‌ ୱିଲି କିମ୍ବା କ୍ରିସ୍‌ ଓକ୍ସ କିମ୍ବା କ୍ରିସ୍‌ ଜୋର୍ଡାନ ଭାରତୀୟ ବ୍ୟାଟରଙ୍କୁ ଅଡୁଆରେ ପକାଇବା ସମ୍ଭାବନା କମ୍‌। ଦଳରେ ଥିବା ଦୁଇ ସ୍ପିନର ଆଦିଲ ରଶିଦ୍‌ ଓ ମୋଇନ୍‌ ଅଲ୍ଲୀଙ୍କ ବିପକ୍ଷରେ ଭାରତର ପ୍ରଦର୍ଶନ ଭଲ ନାହିଁ। ସେହିପରି ଭାବେ ଜୋଶ୍‌ ବଟ୍ଟଲର, ଆଲେକ୍ସ ହେଲ୍ସ, ଲିଆମ ଲିଭିଙ୍ଗଷ୍ଟୋନ୍‌, ନୂଆ ତାରକା ହ୍ୟାରୀ ବ୍ରୁକ୍ସ, ଫିଲିପ୍‌ ସଲ୍ଟ ଓ ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସଙ୍କୁ ଭାରତୀୟ ଅଲରାଉଣ୍ଡର ଅଣଦେଖା କରିପାରିବେ ନାହିଁ। ଭାରତୀୟ ବୋଲରଙ୍କ ନିକଟରେ ଏତେ ଅଭିଜ୍ଞତା ନାହିଁ, ତଥାପି ବ୍ୟାଟରଙ୍କଠାରୁ ଭଲ ପ୍ରଦର୍ଶନ ମିଳିଲେ ଏମାନେ ପ୍ରଭାବୀ ପ୍ରଦର୍ଶନ କରିବାରେ ପଛଘୁଞ୍ଚା ଦେବେ ନାହିଁ।

ଦୀର୍ଘ ୩୫ ବର୍ଷ ପରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଆଇସିସି ନକ୍‌ଆଉଟ ସେମିଫାଇନାଲ ଖେଳାଯିବ। ୧୯୮୭ ଦିନିକିଆ ବିଶ୍ୱକପ୍‌ ସେମିଫାଇନାଲରେ ଇଂଲଣ୍ଡ ବିଜୟୀ ହୋଇଥିଲା। ନିକଟରେ ଭାରତ ଖେଳିଥିବା ୨୦୧୪ ଟି-୨୦ ବିଶ୍ୱକପ୍‌ ଫାଇନାଲ, ୨୦୧୬ ଟି-୨୦ ବିଶ୍ୱକପ୍‌ ସେମିଫାଇନାଲ, ୨୦୧୭ ଚାମ୍ପିଅନ୍ସ ଟ୍ରଫି ଫାଇନାଲ ଓ ୨୦୧୯ ଦିନିକିଆ ବିଶ୍ୱକପ୍‌ ସେମିଫାଇନାଲରେ ପରାଜିତ ହୋଇଥିଲା। ୨୦୧୩ରେ ଭାରତ ଶେଷଥର ଆଇସିସି ଟ୍ରଫି ଭାବେ ଚାମ୍ପିଅନ୍ସ ଟ୍ରଫି ଜିତିଥିଲା।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+