ଟି-20 ବିଶ୍ୱକପ, ଭାରତ ବନାମ ନ୍ୟୁଜିଲାଣ୍ଡ: ସେମିଫାଇନାଲ ପୂର୍ବରୁ ଆଜି ଭର୍ଚୁଆଲ କ୍ୱାର୍ଟର ଫାଇନାଲ୍
ଆଜି ସଣ୍ଡେ ସୁପର ଫାଇଟରେ ଭାରତ ବନାମ ନ୍ୟୁଜିଲାଣ୍ଡ କର ବା ମର ମୁକାବିଲା । ପାକିସ୍ତାନଠୁ ପରାଜୟର ସ୍ୱାଦ ଚାଖିଥିବା ଦୁଇ ଦଳ ପାଇଁ ଆଜି ମ୍ୟାଚ ଡୁ ଅର ଡାଇ ମ୍ୟାଚ ହେବ । ବିଜୟ ଦେବ ସେମି ଟିକେଟ୍ ଓ ପରାଜୟ ଦେଖାଇପାରେ ଟୁର୍ଣ୍ଣାମେଣ୍ଟରୁ ବାହାର ରାସ୍ତ । ତେଣୁ ସେମି
ଦୁବାଇ: ଆଜି ସଣ୍ଡେ ସୁପର ଫାଇଟରେ ଭାରତ ବନାମ ନ୍ୟୁଜିଲାଣ୍ଡ କର ବା ମର ମୁକାବିଲା । ପାକିସ୍ତାନଠୁ ପରାଜୟର ସ୍ୱାଦ ଚାଖିଥିବା ଦୁଇ ଦଳ ପାଇଁ ଆଜି ମ୍ୟାଚ ଡୁ ଅର ଡାଇ ମ୍ୟାଚ ହେବ । ବିଜୟ ଦେବ ସେମି ଟିକେଟ୍ ଓ ପରାଜୟ ଦେଖାଇପାରେ ଟୁର୍ଣ୍ଣାମେଣ୍ଟରୁ ବାହାର ରାସ୍ତ । ତେଣୁ ସେମିଫାଇନାଲ ପୂର୍ବରୁ ଆଜି ଏହି ମ୍ୟାଚ ଭର୍ଚୁଆଲ କ୍ୱାର୍ଟର ଫାଇନାଲ୍ ସଦୃଶ ହେବ । ଦୁବାଇର ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ ଏହି ମ୍ୟାଚ ।

ଭାରତୀୟ ଅଧିନାୟକ ବିରାଟ କୋହଲି ବର୍ତ୍ତମାନ ପର୍ଯ୍ୟନ୍ତ ଏହି ମ୍ୟାଚର ଚାପରୁ ମୁକ୍ତ ଥିବା ଜଣାପଡିଛି। ମ୍ୟାଚ୍ ପୂର୍ବରୁ ସେ ମହମ୍ମଦ ଶାମିଙ୍କ ବିଷୟରେ କହିଥିଲେ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିଷୟରେ ମଧ୍ୟ କହିଥିଲେ। କୋହଲି ସମସ୍ତ ଜିନିଷକୁ ଆରାମରେ ନେଉଥିବା ଦେଖାବାକୁ ମିଳିଛି । ପାକିସ୍ତାନଠୁ ପରାଜୟ ପରେ ଭାରତୀୟ ଶିବିରରେ କୌଣସି ବ୍ୟସ୍ତ ବିବ୍ରତ୍ତ ପରି ପରିସ୍ଥିତି ଦେଖା ଦେଇନାହିଁ ବୋଲି ବିରାଟ କହିଛନ୍ତି ।

ଆଇସିସି ଇଭେଣ୍ଟରେ ନ୍ୟୁଜିଲାଣ୍ଡ ସାଧାରଣତଃ ଭାରତ ଉପରେ ପ୍ରାଧାନ୍ୟ ବିସ୍ତାର କରିଛି । କିନ୍ତୁ ଟି-20 ଫର୍ମାଟ୍ ପ୍ରତିଦିନ ଏକ ନୂଆ ଖେଳ ଆଣିଥାଏ ଏବଂ ଏହି ଦଳରେ ଆଫଗାନିସ୍ତାନର ପ୍ରଦର୍ଶନ ମଧ୍ୟ ଆଗକୁ ଆଗ୍ରହ ସୃଷ୍ଟି କରିପାରେ । ପାକିସ୍ତାନ ବିପକ୍ଷ ମ୍ୟାଚରେ ବିରାଟ କୋହଲି ଏହା ମଧ୍ୟ କହିଛନ୍ତି ଯେ, ଏହା ତାଙ୍କ ପାଇଁ ବଡ ମ୍ୟାଚ୍ ନୁହେଁ ଏବଂ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚକୁ ପୁଣି ଥରେ ସମାନ ମ୍ୟାଚ୍ ବୋଲି ଭାବିବେ । କୋହଲି ଶନିବାର କହିଛନ୍ତି ଯେ, ଯଦିଓ ଲୋକମାନେ ଏହିପରି କଥାବାର୍ତ୍ତା ଜାରି ରଖନ୍ତି, ତଥାପି ଟିମ୍ ଇଣ୍ଡିଆ ଅନ୍ୟ ଏକ ପରାଜୟକୁ ସହ୍ୟ କରିପାରିବ ନାହିଁ । କିନ୍ତୁ ଆମେ ସେପରି ଭାବୁନାହୁଁ।
କୋହଲି କହିଛନ୍ତି ଯେ, ସେ ଖେଳକୁ ଯେପରି ବୁଝନ୍ତି ସେ ସେହିପର କ୍ରିକେଟ୍ ଖେଳିବେ। ଲୋକମାନେ ବାହାରେ ଯାହା ଭାବନ୍ତି, ଦଳ ଭିତରେ ସେମାନଙ୍କର ଶବ୍ଦର କୌଣସି ପ୍ରଭାବ ନାହିଁ । ଅଧିନାୟକ ଭାବରେ ବିରାଟ କୋହଲିଙ୍କ ପାଇଁ ଟି-20 ବିଶ୍ୱକପ୍ ହେଉଛି ଶେଷ ଅଭିଯାନ ଏବଂ ସେ ଏକ ଖରାପ ଇତିହାସ ସୃଷ୍ଟି କରିସାରିଛନ୍ତି ଯାହା ପାକିସ୍ତାନ ବିପକ୍ଷ ବିଶ୍ୱକପ୍ ମ୍ୟାଚ୍ ହାରିଥିବା ପ୍ରଥମ ଭାରତୀୟ ଅଧିନାୟକ ହୋଇଛନ୍ତି ବିରାଟ ।

ଭାରତ ପାଇଁ ଆଉ ଏକ ପରାଜୟ କ୍ୟାପଟେନ ବିରାଟ କୋହଲିଙ୍କୁ ବହୁତ ଖରାପ ବିଦାୟ ଦେଇପାରେ । କିନ୍ତୁ ଟିମ୍ ଇଣ୍ଡିଆ ଉପରେ ବିଶ୍ୱାସ ଅକ୍ଷୁର୍ଣ୍ଣ ରହିଛି ଏବଂ ବିସିସିଆଇ ଆୟୋଜିତ ବିଶ୍ୱକପକୁ ଭାରତ ଏତେ ଶୀଘ୍ର ହାତ ଛାଡା କରିବନି ବୋଲି ସମସ୍ତ ଆଶା ବାନ୍ଧିଛନ୍ତି ।












Click it and Unblock the Notifications