ଟି-20 ବିଶ୍ୱକପ: ସେମିରେ ଇଂଲଣ୍ଡକୁ ଭେଟିବ ଭାରତ
ଶେଷ ହେଲା ଟି-୨୦ ବିଶ୍ଵ କପ ୨୦୨୨ର ସୁପର ୧୨ ମୁକାବିଲା। ଶେଷ ମ୍ୟାଚରେ ଜିମ୍ବାୱେକୁ ୭୧ ରନରେ ପାରାସ୍ତ କରିଛି ଭାରତ । ଏଥି ସହ ଗ୍ରୁପ -୨ର ଶୀର୍ଷ ସ୍ଥାନ ହାସଲ କରିଛି। ଏବେ ଭାରତ ସେମି ଫାଇନାଲ୍ରେ ଗ୍ରୁପ-୧ର ଦ୍ଵିତୀୟ ସ୍ଥାନରେ ଥିବା ଇଂଲଣ୍ଡକୁ ଭେଟିବ।
ମେଲବର୍ଣ୍ଣ: ଶେଷ ହେଲା ଟି-୨୦ ବିଶ୍ଵ କପ ୨୦୨୨ର ସୁପର ୧୨ ମୁକାବିଲା। ଶେଷ ମ୍ୟାଚରେ ଜିମ୍ବାୱେକୁ ୭୧ ରନରେ ପାରାସ୍ତ କରିଛି ଭାରତ । ଏଥି ସହ ଗ୍ରୁପ -୨ର ଶୀର୍ଷ ସ୍ଥାନ ହାସଲ କରିଛି। ଏବେ ଭାରତ ସେମି ଫାଇନାଲ୍ରେ ଗ୍ରୁପ-୧ର ଦ୍ଵିତୀୟ ସ୍ଥାନରେ ଥିବା ଇଂଲଣ୍ଡକୁ ଭେଟିବ। ୧୦ ତାରିଖରେ ଭାରତ ସେମି ଫାଇନାଲରେ ଇଂଲଣ୍ଡକୁ ଭେଟିବ ।

ଟସ ଜିତି ଭାରତ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଭାରତ ପକ୍ଷରୁ ଦୁଇ ଓପନର ଭଲ ଆରମ୍ଭ କରିଥିଲେ ମଧ୍ୟ ଶୀଘ୍ର ୱିକେଟ ପତନ ଘଟିଥିଲା । ହେଲେ ଏହାରି ଭିତରେ କେଏଲ ରାହୁଲ ୫୧ ରନ କରି ଅର୍ଦ୍ଧଶତକ ମାରିଥିଲେ । ସେହିପରି ସୁର୍ଯ୍ୟକୁମାର ଯାଦବଙ୍କ ୬୧ ରନର ବିସ୍ଫୋରକ ଇନିଂସ ବଳରେ ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୫ ୱେକେଟ୍ ହରାଇ ୧୮୬ ରନ କରିଥିଲା।
୧୮୭ ରନର ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିବା ଜିମ୍ବାୱେ ଦଳର କିନ୍ତୁ ଆରମ୍ଭରୁ ବିପର୍ଯ୍ୟ ଘଟିଥିଲା । ଦଳ ପକ୍ଷରୁ ରୟାନ ବୁର୍ଲ ୩୫ ଓ ସିକନ୍ଦର ରାଜା ୩୪ ରନ କରିଥିଲେ । ଫଳରେ ଦଳ ୧୭ ଓଭର ୨ଟି ବଲ ଖେଳି ଅଲଆଉଟ ହୋଇଯାଇଥିଲା ।
-
କ୍ରସ୍ ଭୋଟିଂକୁ ନେଇ ନବୀନଙ୍କ ପ୍ରତିକ୍ରିୟା, କହିଲେ ବିଜେପି... -
ବିଧାୟିକା ଉପାସନାଙ୍କ ଭୋଟ୍କୁ ନେଇ ନବୀନଙ୍କ ଅଭିଯୋଗ -
ଅଣ୍ଡା ପ୍ରେମୀଙ୍କ ପାଇଁ ଖୁସି ଖବର ; କମିଲା ରେଟ, ଜାଣନ୍ତୁ କେତେ? -
୨ ମାସ ତଳୁ ଯୋଜନା ପ୍ରସ୍ତୁତ ହୋଇଥିଲା, ଜିତିବା ପାଇଁ ଲଢୁଥିଲୁ;ବିଜୟ ମହାପାତ୍ର -
ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ -
ଘଡ଼ଘଡ଼ି ବିଜୁଳି ସହିତ ପ୍ରବଳ ଝଡ଼ବର୍ଷା ନେଇ ଅରେଞ୍ଜ ଓ୍ବାର୍ନିଂ -
ସାବଧାନ ! ଖାଉଛନ୍ତି କଞ୍ଚା ଆମ୍ବ ତେବେ ନିହାତି ଜାଣନ୍ତୁ ଏହି କଥା, ନଚେତ୍... -
ଯୁଦ୍ଧ ଭିତରେ ଖସିଲା ସୁନା ରୂପା ଦାମ, ଜାଣନ୍ତୁ କେତେ ? -
SCB ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨୫ ଲକ୍ଷ କ୍ଷତିପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ -
ଦିଲ୍ଲୀ ହାଇକୋର୍ଟରେ ୧୦କୋଟି ଟଙ୍କାର କେସ୍ ଦାଏର କଲେ କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ଝିଅ, ଜାଣନ୍ତୁ ପୁରା ଘଟଣା -
ନିର୍ବାଚନ ପୂର୍ବରୁ ମମତାଙ୍କୁ ଝଟକା, ଆକ୍ସନ ମୁଡକୁ ଆସିଲେ ନିର୍ବାଚନ କମିଶନ -
ଦିଲ୍ଲୀପ ରାୟ ନିଶ୍ଚିତ ଜିତିବେ କହିଲେ ବିଜୟ ମହାପାତ୍ର












Click it and Unblock the Notifications