T20 World cup India Team: ବିସିସିଆଇ ଦେବ 125 କୋଟି ପୁରସ୍କାର, ରୋହିତ ଶର୍ମା ପାଇବେ ଏତେ ଟଙ୍କା ? ଆଉ କାହାକୁ ମିଳିବ କେତେ..

T20 World cup India Team: ଟି20 ବିଶ୍ୱକପ୍ 2024 ରେ ଇତିହାସ ରଚିଛି ଭାରତୀୟ କ୍ରିକେଟ୍ ଟିମ୍ । ଦକ୍ଷିଣ ଆଫ୍ରିକା ହାତରୁ ମ୍ୟାଚ୍ ଛଡ଼ାଇ ଆଣି ବିଶ୍ୱ ଚାମ୍ପିୟନ୍ ହୋଇଛି ରୋହିତ ବାହିନୀ । ବିଶ୍ୱକପ୍ ଟାଇଟଲ୍ ଜିତିବା ସହ ଭାରତୀୟ ଦଳ ପୁରସ୍କାର ରାଶି ଭାବରେ 20 କୋଟିରୁ ଅଧିକ ଟଙ୍କା ପାଇଛି।
ବିସିସିଆଇ ମଧ୍ୟ ଟିମ୍ ଇଣ୍ଡିଆ ଉପରେ ଟଙ୍କା ବର୍ଷା କରିଛି । ବିସିସିଆଇ 125 କୋଟି ଟଙ୍କା ପୁରସ୍କାର ଦେଇଛି । କିନ୍ତୁ ବର୍ତ୍ତମାନ ପ୍ରଶ୍ନ ଏହି ଟଙ୍କା କିଏ ନେବେ ? କେଉଁ ଖେଳାଳିଙ୍କୁ କେତେ ଟଙ୍କା ମିଳିବ ?

ଏତେ ଟଙ୍କା ପାଇବେ ଖେଳାଳି!
ଟାଇମ୍ସ ଅଫ୍ ଇଣ୍ଡିଆର ଏକ ରିପୋର୍ଟ ଅନୁଯାୟୀ ଏହି ପୁରସ୍କାର ରାଶି ଟିମ୍ ଇଣ୍ଡିଆର 15 ଜଣ ସଦସ୍ୟଙ୍କ ମଧ୍ୟରେ ଭାଗ କରାଯିବ । ଏଥିରେ ଚାରି ଜଣ ଅତିରିକ୍ତ ଖେଳାଳି ଏବଂ ଆନୁମାନିକ 15 ଜଣ କର୍ମଚାରୀ ମଧ୍ୟ ସାମିଲ ହେବେ । ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ ଦଳର କୋଚ୍ ଥିଲେ । ଏହା ସହ ବିକ୍ରମ ରାଠୋର (ବ୍ୟାଟିଂ କୋଚ୍), ପାରସ୍ ମାମ୍ବ୍ରେ (ବୋଲିଂ କୋଚ୍), ଟି ଦିଲୀପ (ଫିଲ୍ଡିଂ କୋଚ୍), ତିନିଜଣ ଥ୍ରୋଡାଉନ୍ ବିଶେଷଜ୍ଞ, ତିନି ଫିଜିଓ, ଜଣେ ପ୍ରଶିକ୍ଷକ, ପରିଚାଳକ, ଲଜିଷ୍ଟିକ୍ ମ୍ୟାନେଜର, ଭିଡିଓ ଆନାଲିଷ୍ଟ ମଧ୍ୟ ଯୋଗଦାନ ଦେଇଛନ୍ତି ।

BCCI Prize Money

ଦଳର ପ୍ରତ୍ୟେକ ଖେଳାଳିଙ୍କୁ ଅତି କମରେ 5 କୋଟି ଟଙ୍କା ମିଳିବ ବୋଲି ଆଶା କରାଯାଉଛି । ଅତିରିକ୍ତ ଖେଳାଳି ଏବଂ ସହାୟକ କର୍ମଚାରୀମାନେ ଅତି କମରେ 1 କୋଟି ଟଙ୍କା ପାଇପାରନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+