ଟି ଟ୍ବେଣ୍ଟି ବିଶ୍ବକପ: ପାକିସ୍ତାନକୁ ୧୭୬ ରନ୍ର ଟାର୍ଗେଟ ଦେଲା ଭାରତ
ଟି-୨୦ ବିଶ୍ୱକପ୍ ୨୦୨୬ର ହାଇଭୋଲ୍ଟେଜ୍ ମ୍ୟାଚରେ ଭାରତ, ପାକିସ୍ତାନ ସମ୍ମୁଖରେ ୧୭୬ ରନ୍ର ଚ୍ୟାଲେଞ୍ଜିଂ ଟାର୍ଗେଟ୍ ରଖିଛି। ଓପନର୍ ଇଶାନ କିଷାନଙ୍କ ବିସ୍ଫୋରକ ବ୍ୟାଟିଂ ଏବଂ ଶେଷ ଆଡ଼କୁ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଓ ଶିବମ ଦୁବେଙ୍କ ଉପଯୋଗୀ ପାଳି ସହାୟତାରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୭୫ ରନ୍ ସଂଗ୍ରହ କରିଛି।

ପ୍ରଥମ ଓଭରରେ ଅଭିଷେକ ଶର୍ମା (୦) ଆଉଟ୍ ହେବା ପରେ ଇଶାନ କିଷାନ ମାତ୍ର ୨୭ ବଲ୍ରେ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ମୋଟ ୪୦ ବଲ୍ରୁ ୭୭ ରନ୍ (୧୦ ଚୌକା, ୩ ଛକା) କରି ସାଇମ୍ ଆୟୁବଙ୍କ ବଲ୍ରେ ଆଉଟ୍ ହୋଇଥିଲେ।












Click it and Unblock the Notifications