T20 ବିଶ୍ୱକ ; ଗୋଟିଏ ଦିନରେ ଦୁଇ ଦୁଇଥର ମୁହାଁମୁହିଁ, ଭାରତ–ପାକିସ୍ତାନ
ଭାରତ ଓ ପାକିସ୍ତାନ ଯେତେବେଳେ କ୍ରିକେଟ୍ ମାଇଦାନରେ ମୁହାଁମୁହିଁ ହୁଅନ୍ତି, ସେତେବେଳେ ସାରା ବିଶ୍ୱର କ୍ରିକେଟ୍ ପ୍ରେମୀଙ୍କ ନଜର ଏହି ମହାମୁକାବିଲା ଉପରେ ରହେ। ଏଥର କ୍ରିକେଟ୍ ଫ୍ୟାନ୍ସଙ୍କ ପାଇଁ ଆସୁଛି ଡବଲ୍ ଖୁସିର ଖବର। ଆଗାମୀ ମାସର ୧୫ ତାରିଖରେ ଭାରତ ଓ ପାକିସ୍ତାନ ମଧ୍ୟରେ ଗୋଟିଏ ଦିନରେ ଦୁଇଟି ମହାମୁକାବିଲା ଖେଳାଯିବା ନିଶ୍ଚିତ ହୋଇଛି।

T20 ବିଶ୍ୱକପ୍ରେ ଭାରତ-ପାକିସ୍ତାନ ମୁକାବିଲା: T20 ବିଶ୍ୱକପ୍ ୨୦୨୬ର ଆରମ୍ଭ ୭ ଫେବୃଆରୀରୁ ହେବ। ଏହି ଟୁର୍ଣ୍ଣାମେଣ୍ଟ ଭାରତ ଓ ଶ୍ରୀଲଙ୍କାରେ ଆୟୋଜିତ ହେବ। ଏଥିରେ ୧୫ ଫେବୃଆରୀରେ ଭାରତୀୟ ପୁରୁଷ କ୍ରିକେଟ୍ ଦଳ ପାକିସ୍ତାନ ସହ ମୁହାଁମୁହିଁ ହେବେ। ଏହି ମ୍ୟାଚ୍ କୋଲମ୍ବୋର ଆର୍ ପ୍ରେମଦାସା ଷ୍ଟାଡିୟମରେ ସନ୍ଧ୍ୟା ୭ଟାରୁ ଖେଳାଯିବ।
ଥାଇଲ୍ୟାଣ୍ଡରେ ମଧ୍ୟ IND vs PAK ଟକ୍କର: ଏହା ସହିତ ଏହି ଗୋଟିଏ ଦିନରେ, ଅର୍ଥାତ ୧୫ ଫେବୃଆରୀରେ, ଭାରତ ଓ ପାକିସ୍ତାନ ମଧ୍ୟରେ ଆଉ ଏକ T20 ମ୍ୟାଚ୍ ମଧ୍ୟ ଖେଳାଯିବ। ଏହି ମୁକାବିଲା ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଙ୍କକରେ ଆୟୋଜିତ ହେଉଥିବା ଏସିଆ କପ୍ ରାଇଜିଂ ଷ୍ଟାର୍ସ ୨୦୨୬ ଟୁର୍ଣ୍ଣାମେଣ୍ଟରେ ହେବ। ଟୁର୍ଣ୍ଣାମେଣ୍ଟର ଶେଡ୍ୟୁଲ୍ ଘୋଷଣା ପରେ ଏହା ସ୍ପଷ୍ଟ ହୋଇଛି ଯେ, ଫ୍ୟାନ୍ସମାନେ ଗୋଟିଏ ଦିନରେ ଦୁଇ ଦୁଇଥର ଭାରତ-ପାକିସ୍ତାନ ମ୍ୟାଚ୍ ଦେଖିବାର ସୁଯୋଗ ପାଇବେ। ଦୁଇଟି ମ୍ୟାଚ୍ର ସମୟ ଭିନ୍ନ ଥିବାରୁ ଦର୍ଶକମାନେ ଦୁଇଟି ମ୍ୟାଚ୍ ଉପଭୋଗ କରିପାରିବେ।
୮ଟି ଦଳ ନେବେ ଭାଗ: T20 ବିଶ୍ୱକପ୍ରେ ପୁରୁଷ ଦଳମାନେ ଖେଳିବାକୁ ଥିବାବେଳେ, ଏସିଆ କପ୍ ରାଇଜିଂ ଷ୍ଟାର୍ସ ୨୦୨୬ରେ ମହିଳା ଦଳମାନେ ଅଂଶଗ୍ରହଣ କରିବେ। ଏହି ମହିଳା ଟୁର୍ଣ୍ଣାମେଣ୍ଟରେ ମୋଟ ୮ଟି ଦଳ ଭାଗ ନେବେ, ଯାହାକୁ ୨ଟି ଗ୍ରୁପ୍ରେ ବିଭକ୍ତ କରାଯାଇଛି। ଗ୍ରୁପ୍-Aରେ ଭାରତ-ଏ, ପାକିସ୍ତାନ-ଏ, UAE ଓ ନେପାଳ ରହିଥିବାବେଳେ, ଗ୍ରୁପ୍-Bରେ ବାଙ୍ଗଲାଦେଶ-ଏ, ଶ୍ରୀଲଙ୍କା-ଏ, ମାଲେସିଆ ଓ ଆତିଥ୍ୟଦାତା ଥାଇଲ୍ୟାଣ୍ଡକୁ ସ୍ଥାନ ମିଳିଛି।












Click it and Unblock the Notifications