ଟି୨୦ ବିଶ୍ୱକପ: ସେମି ଟିକେଟ୍ ପାଇଁ ଭାରତକୁ ଡିଫେଣ୍ଡ କରିବାକୁ ପଡିବ 133 ରନ

ଆଜି ବିଶ୍ୱକପରେ ଭାରତ ବନାମ ଦକ୍ଷିଣ ଆଫ୍ରିକା ମୁକାବିଲା ଖେଳାଯାଉଛି । ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ ଅଧିନାୟକ ରୋହିତ ଶର୍ମା । ଯାହା ଭୂଲ ବୋଲି ପ୍ରମାଣିତ ହୋଇଛି ।

ପର୍ଥ: ଆଜି ବିଶ୍ୱକପରେ ଭାରତ ବନାମ ଦକ୍ଷିଣ ଆଫ୍ରିକା ମୁକାବିଲା ଖେଳାଯାଉଛି । ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ ଅଧିନାୟକ ରୋହିତ ଶର୍ମା । ଯାହା ଭୂଲ ବୋଲି ପ୍ରମାଣିତ ହୋଇଛି । କାରଣ ଦକ୍ଷିଣ ଆଫ୍ରିକାର ଘାତକ ବୋଲିଂ ଆକ୍ରମଣରେ ଘାଇଲା ହୋଇଛି ଭାରତୀୟ ଦଳ । ଦଳ ନିର୍ଦ୍ଧାରିତ 20 ଓଭରରେ 9 ୱିକେଟ ହରାଇ ମାତ୍ର 133 ରନ କରିପାରିଛ । ତେଣୁ ଦକ୍ଷିଣ ଆଫ୍ରିକାକୁ ବିଜୟ ପାଇଁ ଆବଶ୍ୟକ 134 ରନ ।

 T20 World Cup: India need to defend 133 runs for semi ticket

ଭାରତ ପକ୍ଷରୁ ଓପନ କରିବାକୁ ଆସିଥିବା ଅଧିନାୟକ ରୋହିତ ଶର୍ମା ଓ କେଏଲ ରାହୁଲ ଦଳକୁ ଭଲ ଆରମ୍ଭ ଦେଇପାରି ନଥିଲେ । ରାହୁଲଙ୍କ ଖରାପ ଫର୍ମ ଜାରି ରହିଥିଲା । ସେ ମାତ୍ର 9 ରନ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ । ସେହିପରି ଓପନର ରୋହିତ ମଧ୍ଯ ବଡ ସ୍କୋର କରିବାରେ ବିଫଳ ହୋଇଥିଲେ । ଗତ ଦୁଇଟି ମ୍ୟାଚରେ ବିଜୟୀ ପାଳି ଖେଳିଥିବା ବିରାଟ୍ କୋହଲି ମାତ୍ର 12 ରନ କରିପାରିଛନ୍ତି । ତେବେ ଭାରତୀୟ ଇଂନିସକୁ ଆଜି ଦେବଦୂତ ସାଜି ବଞ୍ଚାଇଥିଲେ ମଧ୍ୟକ୍ରମ ବ୍ୟାଟ୍ସ ମ୍ୟାନ ସୂର୍ଯ୍ୟକୁମାର ଯାଦବ । ସୂର୍ଯ୍ୟା 40 ବଲରୁ 68 ରନର ପାଳି ଖେଳିଛନ୍ତି । ତାଙ୍କ ପରେ ବ୍ୟାଟିଂ କରିବାକୁ ପଡିଆକୁ ଆସିଥିବା କୌଣସି ଖେଳାଳି ଦୁଇ ଅଙ୍କ ଛୁଇଁ ପାରି ନାହାନ୍ତି ।

ଦକ୍ଷିଣ ଆଫ୍ରିକା ପକ୍ଷରୁ ଲୁଙ୍ଗି ଏନଙ୍ଗିଡି ସର୍ବାଧିକ 4ଟି ୱିକେଟ ନେଇଥିବା ବେଳେ ୱାନେ ପାର୍ନୱେଲ 3ଟି ଓ ଆରନ୍ଚି ନୋର୍ତଜେ ଗୋଟିଏ ୱିକେଟ୍ ନେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+