ଟି-୨୦ ବିଶ୍ୱକପ: ଟସ୍ ଜିତିଲା ଭାରତ, ପ୍ରଥମେ ବ୍ୟାଟିଂ କରିବ ପାକିସ୍ତାନ
ଆରମ୍ଭ ହେଲା ଚଳିତ ଟି-୨୦ ବିଶ୍ୱକପର ବହୁ ପ୍ରତୀକ୍ଷିତ ମ୍ୟାଚ ଭାରତ ବନାମ ପାକିସ୍ତାନ ମହା ମୁକାବିଲା । ଐତିହାସିକ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡ (ଏମସିଜି)ରେ ଖେଳାଉଛି ଏହି ମ୍ୟାଚ ।
ମେଲବୋର୍ଣ୍ଣ: ଆରମ୍ଭ ହେଲା ଚଳିତ ଟି-୨୦ ବିଶ୍ୱକପର ବହୁ ପ୍ରତୀକ୍ଷିତ ମ୍ୟାଚ ଭାରତ ବନାମ ପାକିସ୍ତାନ ମହା ମୁକାବିଲା । ଐତିହାସିକ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡ (ଏମସିଜି)ରେ ଖେଳାଉଛି ଏହି ମ୍ୟାଚ । ତେବେ ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ଭାରତୀୟ ଅଧିନାୟକ ରୋହିତ ଶର୍ମା । ଫଳରେ ପ୍ରଥମେ ବ୍ୟାଟିଂ କରିବ ପାତିସ୍ତାନ । ଅପରାହ୍ଣ ସାଢ଼େ ଗୋଟାଏରେ ଆରମ୍ଭ ହେବ ମ୍ୟାଚ ।

ଟସ୍ ଜିତିବା ପରେ ଅଧିନାୟକ ରୋହିତ ଶର୍ମା କହିଛନ୍ତି ଯେ, ଆମେ ପ୍ରଥମେ ଫିଲ୍ଡିଂ କରିବୁ । ଏହା ଏକ ଭଲ ପିଚ୍ । ବଲ ସୁଇଙ୍ଗ ହେବାର ସମ୍ଭାବନା ଅଧିକ ରହିଛି । ଆମର ପ୍ରସ୍ତୁତି ଭଲ ହୋଇଛି । ବ୍ରିସବେନରେ ଆମେ ଦୁଇଟି ଅଭ୍ୟାସ ମ୍ୟାଚ ଖେଳିଥିଲୁ । ଆଜି ମ୍ୟାଚ ପାଇଁ ଆମର ସାତଜଣ ବ୍ୟାଟ୍ସମ୍ୟାନ୍, ତିନୋଟି ସିମର୍ ଏବଂ ଦୁଇ ଜଣ ସ୍ପିନର ଅଛନ୍ତି ।
- ଭାରତୀୟ ଏକାଦଶ: ରୋହିତ ଶର୍ମା, କେଏଲ୍ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଦିନେଶ କାର୍ତ୍ତିକ, ଅକ୍ଷର ପଟେଲ, ରବିଚନ୍ଦ୍ରନ ଅଶ୍ୱୀନି, ଭୁବନେଶ୍ବର କୁମାର, ମହମ୍ମଦ ସାମି, ଅର୍ଶଦୀପ ସିଂହ ।
- ପାକିସ୍ତାନ ଏକାଦଶ: ମହମ୍ମଦ ରିଜୱାନ୍, ବାବର ଆଜମ୍, ଶାନ ମସୁଦ୍, ହାଇଦର ଅଲ୍ଲୀ, ମହମ୍ମଦ ନୱାଜ୍, ସଦାବ୍ ଖାନ୍, ଇଫ୍ତିକାର ଅହମ୍ମଦ, ଆସିଫ ଅଲ୍ଲୀ, ସାହିନ୍ ଆଫ୍ରିଦି, ନସିମ୍ ଶାହ, ହାରିସ୍ ରୌଫ୍।












Click it and Unblock the Notifications