ଟି-20 ବିଶ୍ୱକପ: ଅଶ୍ୱିନଙ୍କ ଆଟାକ୍, ରୋହିତଙ୍କ ବ୍ୟାଟରୁ ରନ ବର୍ଷା; ଅଷ୍ଟ୍ରେଲିଆକୁ 9 ୱିକେଟରେ ମାତ୍ ଦେଲା ଭାରତ

ଅଶ୍ୱିନଙ୍କ ଚମତ୍କାର ବୋଲିଂ, ରୋହିତଙ୍କ ବ୍ୟାଟରୁ ରନ ବର୍ଷା; ଅଷ୍ଟ୍ରେଲିଆକୁ 9 ୱିକେଟରେ ମାତ୍ ଦେଲା ଭାରତ

ଦୁବାଇ: ଚଳିତ ଟି-20 ବିଶ୍ୱକପ 2021ର ଦ୍ୱିତୀୟ ୱାର୍ମ ଅପ୍ ମ୍ୟାଚରେ ଭାରତୀୟ କ୍ରିକେଟ୍ ଦଳ ଅଷ୍ଟ୍ରେଲିଆକୁ 9 ୱିକେଟରେ ପରାସ୍ତ କରିଛି। ବୁଧବାର ଦୁବାଇର ଆଇସିସି କ୍ରିକେଟ୍ ଏକାଡେମୀ ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ମ୍ୟାଚରେ ଅଷ୍ଟ୍ରେଲିଆ 20 ଓଭରରେ 5 ୱିକେଟ ବିନିମୟରେ 152 ସ୍କୋର କରିଥିଲା । ଏହା ପରେ ଭାରତ ମାତ୍ର ଗୋଟିଏ ୱିକେଟ୍ ହରାଇ 17.5 ଓଭରରେ ଲକ୍ଷ୍ୟ ହାସଲ କରିଥିଲା।

T20 World Cup

ରୋହିତ ଶର୍ମା 60 ରନ ସ୍କୋର କରିଥିବାବେଳେ ହାର୍ଦ୍ଦିକ ପାଣ୍ଡ୍ୟା (14 *) ବିଜୟୀ ଛକା ମାରିଥିଲେ। 27 ବଲରୁ 38 ରନ କରି ସୁର୍ଯ୍ୟକୁମାର ଯାଦବ ଅପରାଜିତ ରହିଥିଲେ। ଅଷ୍ଟ୍ରେଲିଆ ପାଇଁ ଏକମାତ୍ର ୱିକେଟ୍ ନେଇଥିଲେ ଆଷ୍ଟନ୍ ଅଗର।

154 ରନ୍‌ର ଟାର୍ଗେଟକୁ ପଛରେ ପକାଇ କେଏଲ ରାହୁଲ ଏବଂ ରୋହିତ ଶର୍ମା ଭାରତୀୟ ଦଳକୁ ଭଲ ଆରମ୍ଭ କରିଥିଲେ। ଉଭୟ 9.1 ଓଭରରେ 68 ରନ୍ ଯୋଡିଥିଲେ। ଏହି ସହଭାଗିତା ଆଷ୍ଟନ୍ ଅଗର କେଏଲ୍ ରାହୁଲ (39)ଙ୍କୁ ଆଉଟ କରି ଭାଙ୍ଗିଥିଲେ । ରାହୁଲ ତାଙ୍କର 31 ବଲ ଇନିଂସରେ 2 ଚୌକା ଓ 3 ଛକା ମାରିଥିଲେ। ତା'ପରେ ରୋହିତ ସୂର୍ଯ୍ୟକୁମାର ଯାଦବଙ୍କ ସହ ଇନିଂସକୁ ଆଗେଇ ନେଇଥିଲେ। 12.4 ଓଭରରେ ଭାରତର 100 ରନ୍ ପାର କରିଥିଲା। ମ୍ୟାକ୍ସୱେଲଙ୍କ ଓଭରର ପ୍ରଥମ ବଲରେ ରୋହିତ ମଧ୍ୟ ଛକା ମାରିଥିଲେ। 41 ଟି ବଲରୁ 60 ସ୍କୋର କରିବା ପରେ ରୋହିତ ରିଟାର୍ଡ ହଟ୍ ହୋଇ ପାଭିଲିଅନ ଫେରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+