ଟି-୨୦ ବିଶ୍ୱକପ, ଭାରତ ବନାମ ପାକିସ୍ତାନ: ଦୁଇ ଦେଶର ଏହି ଦୁଇ ଖେଳାଳି 2007ରେ ଖେଳିଥିଲେ, ଆଜି ବି ଖେଳିବେ...
ଆପଣ ଜାଣନ୍ତି କି, ଭାରତ ଓ ପାକିସ୍ତାନର ସେହି 2 ଖେଳାଳି, ଯେଉଁମାନେ 2007 ଐତିହାସିକ ଟି-20 ବିଶ୍ୱକପରେ ମଧ୍ୟ ସେମାନଙ୍କ ଦଳର ଅଂଶ ଥିଲେ ଏବଂ ଆଜି ସେମାନେ ପୁଣି ଥରେ ଦୁବାଇରେ ଟି-୨୦ ବିଶ୍ୱକପ, ଭାରତ ବନାମ ପାକିସ୍ତାନ ମ୍ୟାଚରେ ଖେଳିବାକୁ ଯାଉଛନ୍ତି ।
ଦୁବାଇ: ଭାରତ ବନାମ ପାକିସ୍ତାନ ପୁଣି ଥରେ ଟି-20 ବିଶ୍ୱକପ 2021 ରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପ୍ରସ୍ତୁତ । 14 ସେପ୍ଟେମ୍ବର 2007 ରେ ଟି-20 କ୍ରିକେଟ୍ ବିଶ୍ୱକପରେ ପ୍ରଥମ ଥର ପାଇଁ ଭାରତ ଏବଂ ପାକିସ୍ଥାନ ମୁହାଁମୁହିଁ ହୋଇଥିଲେ, ଯେଉଁଠାରେ ସ୍କୋର ସମାନ ହେବା ପରେ ଟିମ୍ ଇଣ୍ଡିଆ ବୋଲ ଆଉଟରେ ମ୍ୟାଚ ଜିତିଥିଲା ଏବଂ ପରେ ଫାଇନାଲରେ ମଧ୍ୟ ପାକିସ୍ତାନ ବିପକ୍ଷରେ ଖେଳି ଚାମ୍ପିଅନ ହୋଇଥିଲା । ଏହାକୁ ପ୍ରାୟ 14 ବର୍ଷ ବିତିଗଲାଣି ।

ସେହି ଐତିହାସିକ ବିଶ୍ୱକପରେ ଖେଳିଥିବା ଅଧିକାଂଶ ଖେଳାଳି ଅବସର ନେଇ ସାରିଛନ୍ତି । କିନ୍ତୁ ଆପଣ ଜାଣନ୍ତି କି, ଭାରତ ଓ ପାକିସ୍ତାନର ସେହି 2 ଖେଳାଳି, ଯେଉଁମାନେ 2007 ଐତିହାସିକ ଟି-20 ବିଶ୍ୱକପରେ ମଧ୍ୟ ସେମାନଙ୍କ ଦଳର ଅଂଶ ଥିଲେ ଏବଂ ଆଜି ସେମାନେ ପୁଣି ଥରେ ଦୁବାଇରେ ଟି-୨୦ ବିଶ୍ୱକପ, ଭାରତ ବନାମ ପାକିସ୍ତାନ ମ୍ୟାଚରେ ଖେଳିବାକୁ ଯାଉଛନ୍ତି ।
ସେହି ଦୁଇ ଖେଳାଳୀ ହେଲେ ରୋହିତ ଶର୍ମା ଏବଂ ଶୋଏବ ମଲ୍ଲିକ
ବୋଧହୁଏ ଭାରତୀୟ ଶିବିରର ସମସ୍ତେ ଏମଏସ ଧୋନିଙ୍କ ନାମକୁ ମନେ ରଖିଛନ୍ତି । ଯାହାଙ୍କ ନେତୃତ୍ୱରେ ଭାରତ ପ୍ରଥମ ଟି-20 ବିଶ୍ୱକପ ଜିତିଥିଲା, ଯିଏ ଏଥର ପଡ଼ିଆ ବାହାରେ ରଣନୀତି କରୁଥିବା ଦେଖାକୁ ମିଳିବେ । ଧୋନି ଏହି ବିଶ୍ୱକପ ପାଇଁ ଟିମ୍ ଇଣ୍ଡିଆର ପରାମର୍ଶଦାତା ହୋଇଛନ୍ତି। କିନ୍ତୁ ଏଠାରେ ଆମେ ସେହି ଦୁଇ ଖେଳାଳିଙ୍କ ବିଷୟରେ କହୁଛୁ ଯେଉଁମାନେ 2007 ଟି-୨୦ ବିଶ୍ୱକପ, ଭାରତ ବନାମ ପାକିସ୍ତାନ ମ୍ୟାଚରେ ଖେଳିଥିଲେ ଏବଂ ଆଜି ପୁଣି ଖେଳିବେ ।
ଭାରତୀୟ ଶିବିରର ସେହି ଖେଳାଳି ହେଉଛନ୍ତି ଓପନର୍ ରୋହିତ ଶର୍ମା ଏବଂ ପାକିସ୍ତାନ ଦଳର ସେହି ଖେଳାଳିଙ୍କ ନାମ ଶୋଏବ ମଲ୍ଲିକ। 2007 ରୁ 2021 ପର୍ଯ୍ୟନ୍ତ ଯାତ୍ରା କରିଥିବା ଉଭୟ ଦଳର ଏହି ଦୁଇ ଖେଳିଳା ସମସ୍ତ ବିଶ୍ୱକପର ସଂସ୍କରଣ ଖେଳିଛନ୍ତି ।
ରୋହିତ ଶର୍ମା: 2007 ଟି-20 ବିଶ୍ୱକପରେ ଦକ୍ଷିଣ ଆଫ୍ରିକା ବିପକ୍ଷ କ୍ୱାର୍ଟର ଫାଇନାଲରେ ରୋହିତ ଶର୍ମା ଅପରାଜିତ 50 ସ୍କୋର କରିଥିଲେ ଏବଂ ପରେ ପାକିସ୍ତାନ ବିପକ୍ଷ ଫାଇନାଲରେ 16 ଟି ବଲରୁ 30 ରନ ସ୍କୋର କରି ଭାରତର ଐତିହାସିକ ବିଜୟରେ ଏକ ବଡ଼ ଅବଦାନ ରଖିଥିଲେ।
ଶୋଏବ ମଲ୍ଲିକ: 2007 ରେ ଶୋଏବ ମଲ୍ଲିକ ସ୍କଟଲ୍ୟାଣ୍ଡ ବିପକ୍ଷରେ 11 ରନ୍, ଭାରତ ବିପକ୍ଷରେ 20 ରନ୍, ସୁପର 8 ରେ ଶ୍ରୀଲଙ୍କା ବିପକ୍ଷରେ 31 ବଲରେ 57 ରନ୍, ଅଷ୍ଟ୍ରେଲିଆ ବିପକ୍ଷରେ ନଟଆଉଟ୍ 52 ରନ୍, ବାଂଲାଦେଶ ବିପକ୍ଷରେ 15 ରନ୍, ନ୍ୟୁଜିଲାଣ୍ଡ ବିପକ୍ଷରେ ନଟଆଉଟ୍ 26 ରନ ଏବଂ ଫାଇନାଲରେ ଭାରତ ବିପକ୍ଷରେ 8 ରନ୍ ସ୍କୋର କରିଥିଲେ।












Click it and Unblock the Notifications