ଆଜି ଟି-20 ବିଶ୍ୱକପରେ ଭାରତ-ପାକ୍ ପାରମ୍ପାରିକ ପ୍ରତିଦ୍ୱନ୍ଦିତା
ଆଜି ଖେଳାଯିବ ଆଇସିସି ଇଭେଣ୍ଟର ପରାମ୍ପାରିକ ପ୍ରତିଦ୍ୱନ୍ଦିତା । ଭାରତ ବନାମ ପାକିସ୍ତାନ ମହାମୁକାବିଲା । ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦି ଦୁବାଇ ଷ୍ଟାଡିୟୟମରେ ଭାରତୀୟ ସମୟ ସଂଧ୍ୟା 7.30ରେ ମୁହାଁମୁହିଁ ହେବେ ।
T20 World Cup, IND vs PAK Preview: ଫଟାଫଟ୍ କ୍ରିକେଟର ମହାକୁମ୍ଭ ଆଇସିସି ଟି-20 ବିଶ୍ୱକପ । ଆରମ୍ଭ ହୋଇସାରିଛି ସୁପର-12 ଲଢେଇ । କିନ୍ତୁ ଆଜି ଖେଳାଯିବ ଆଇସିସି ଇଭେଣ୍ଟର ପରାମ୍ପାରିକ ପ୍ରତିଦ୍ୱନ୍ଦିତା । ଭାରତ ବନାମ ପାକିସ୍ତାନ ମହାମୁକାବିଲା । ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦି ଦୁବାଇ ଷ୍ଟାଡିୟୟମରେ ଭାରତୀୟ ସମୟ ସଂଧ୍ୟା 7.30ରେ ମୁହାଁମୁହିଁ ହେବେ ।
ତେବେ ଏହି ମ୍ୟାଚ ଯେ, କେବଳ ସାଧରଣ କ୍ରିକେଟ ମ୍ୟାଚ, ତାହା ନୁହେଁ । ଏହା କ୍ରିକେଟ ପ୍ରତିଯୋଗୀତାର ଐତିହାସିକ ମୁକାବିଲା । କେବଳ ଯେ, ଦୁଇ ଦେଶର କ୍ରିକେଟ ପ୍ରେମୀ ଉତ୍ସାହିତ ତାହା ନୁହନ୍ତି । ସାରା ବିଶ୍ୱକ୍ରିକେଟ ପ୍ରେମୀ ଚାହିଁ ରହିଥାନ୍ତି ଭାରତ ବନାମ ପାକିସ୍ତାନ ମୁକାବିଲା ପାଇଁ । କ୍ରିକେଟ ପ୍ରତିଦ୍ବନ୍ଦିତା ଓ କ୍ରୀଡା ପ୍ରେମୀଙ୍କ ଉତ୍ସାହ ଦୃଷ୍ଟିରୁ ଏହି ମ୍ୟାଚ ଯେତେ ଗୁରୁତ୍ୱପୂର୍ଣ୍ଣ, ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ପାଇଁ ମଧ୍ୟ ଏହା ସେତେ ମହତ୍ୱ ବହନ କରେ ।

ମ୍ୟାଚକୁ ନେଇ କିଏ କଣ କହିଛନ୍ତି ?
ଟି-20 କ୍ରିକେଟରେ ଭାରତର ଅଧିନାୟକ ଭାବରେ ତାଙ୍କର ଶେଷ କାର୍ଯ୍ୟ ସମ୍ପାଦନ କରୁଥିବା ବିରାଟ କୋହଲି କହିଛନ୍ତି ଯେ, ସେ ଏବଂ ସାଥି ଖେଳାଳିମାନେ ଏହାକୁ ଅନ୍ୟ ଏକ ମ୍ୟାଚ ଭଳି ଦେଖୁଛନ୍ତି। " ହଁ, ଆପଣ କହିପାରିବେ ପରିବେଶ ପ୍ରଶଂସକଙ୍କ ଦୃଷ୍ଟିକୋଣରୁ ଭିନ୍ନ, ନିଶ୍ଚିତ ଭାବରେ ଚାରିଆଡେ ଅଧିକ ଉତ୍ସାହ ଅଛି । କିନ୍ତୁ ଖେଳାଳିଙ୍କ ଦୃଷ୍ଟିକୋଣରୁ ଆମେ ଯେତେ ସମ୍ଭବ ପେସାଦାର ହେବାକୁ ଚେଷ୍ଟା କରୁଛୁ।" ବୋଲି ବିରାଟ କହିଛନ୍ତି ।
ଭାରତୀୟ ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର କହିଛନ୍ତି ଯେ, "ମୁଁ ଭାରତ ଏବଂ ପାକିସ୍ତାନକୁ ଫାଇନାଲରେ ଦେଖିବାକୁ ଚାହୁଁଛି। ଆଉ କେହି କ'ଣ ଚାହୁଁଛନ୍ତି, ଜାଣିନି । ଏପରିକି ଆଇସିସି ଚାହୁଁଛି ଯେ, ଭାରତ ଏବଂ ପାକିସ୍ତାନ ଫାଇନାଲରେ ଖେଳନ୍ତୁ।"
ଅନ୍ୟପଟେ ଗତ ଦୁଇ ବର୍ଷ ଧରି ଲଗାତାର ଭାବରେ ସମସ୍ତ ଫର୍ମାଟରେ ଦୁଇ ପାକିସ୍ତାନୀ ଟପ ସ୍କୋରର, ଅଧିନାୟକ ବାବର ଆଜାମ ଏବଂ ୱିକେଟ୍ କିପର-ବ୍ୟାଟ୍ସମ୍ୟାନ୍ ମହମ୍ମଦ ରିଜୱାନଙ୍କଠୁ ପାକିସ୍ତାନୀ କ୍ରିକେଟପ୍ରେମୀଙ୍କ ବେଶ ଆଶା ରହିଛି ।
ରବିବାର ଖେଳାଯିବାକୁ ଏହି ମହାମୁକାବିଲାରେ ସେମାନେ ଭାରତ ବିପକ୍ଷରେ ନିଜର ପୂରୁଣା ରେକର୍ଡକୁ ମନେ ରଖିବେ ନାହିଁ ବୋଲି ବାବର କହିଛନ୍ତି। "ସତ କହିବାକୁ ଗଲେ ଆମେ ଅତୀତ ଉପରେ ଧ୍ୟାନ ଦେବାକୁ ଚାହୁଁନାହୁଁ। ଆମେ ଏହି ବିଶ୍ୱକପକୁ ଅପେକ୍ଷା କରିଛୁ। ଆମେ ଆମର ଶକ୍ତି, ଦକ୍ଷତା ଉପରେ ଧ୍ୟାନ ଦେବୁ ଏବଂ ସେହି ଦିନ ଏହାକୁ ପ୍ରୟୋଗ କରିବୁ" ବୋଲି ପାକିସ୍ତାନ ଅଧିନାୟକ କହିଛନ୍ତି।

ଦୁଇ ଦଳର ସ୍ଥିତି
ଯଦି ବର୍ତ୍ତମାନ ପରିସ୍ଥିତିରେ ଦୁଇ ଦଳ ଉପରେ ନଜର ପକାଇବା, ଭାରତ ସପକ୍ଷରେ ଥିବା ବିଗତ ଦିନର ରେକର୍ଡ ବ୍ୟତୀତ ପାକିସ୍ତାନ ଦଳ ମଧ୍ୟ କିଛି କମରେ ନାହିଁ । ଭାରତ ଉଭୟ ୱାର୍ମ ଅପ୍ ମ୍ୟାଚ୍ ଜିତିଥିବାବେଳେ ପାକିସ୍ତାନ ମିଶ୍ରିତ ଫଳାଫଳ ସହ ଟୁର୍ଣ୍ଣାମେଣ୍ଟରେ ପ୍ରବେଶ କରିଛି । ବିଶ୍ୱକପ ପୂର୍ବରୁ ବର୍ଷା ପ୍ରଭାବିତ ଟି-20 ଶୃଙ୍କଳାରେ ପାକିସ୍ତାନ ୱେଷ୍ଟଇଣ୍ଡିଜକୁ 1-0ରେ ପରାସ୍ତ କରିଥିଲା । କିନ୍ତୁ ଏହାପୂର୍ବରୁ ସେମାନେ ଇଂଲଣ୍ଡରେ 2-1 ରେ ପରାସ୍ତ ହୋଇଥିଲେ ଏବଂ ଶେଷ ମୁହୂର୍ତ୍ତରେ ନ୍ୟୁଜିଲାଣ୍ଡ ପାକ୍ ଗସ୍ତରୁ ଓହରି ଯାଇଥିଲା । ତା'ପରେ ଇଂଲଣ୍ଡ ମଧ୍ୟ ଆସିବାକୁ ମନା କରିଦେଇଥିଲା।
ହେଡ ଟୁ ହେଡ ରେକର୍ଡ
ଯଦି ଟି-20 ଇଣ୍ଟନ୍ୟାସନାଲ କଥା କହିବା, ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା 8ଟି ମ୍ୟାଚରେ ଭାରତ 7ଟି ଓ ପାକିସ୍ତାନ ଗୋଟିଏରେ ବିଜୟ ପାଇଛି । ସେହିପରି ଆଇସିସି ଟି-20 ବିଶ୍ୱକପରେ ଭାରତ 5ଥର ପାକିସ୍ତାନକୁ ପରାସ୍ତ କରିଛି ।
ଟିମ ନ୍ୟୁଜ
ଭାରତ
ଭାରତୀୟ ଶିବିରରେ ଆଘତ ଜନିତ ସମସ୍ୟା ଅପେକ୍ଷା ଫର୍ମରେ ଥିବା ଏକାଧିକ ଖେଳାଳିଙ୍କୁ ନେଇ ଚୁଡାନ୍ତ ଏକାଦଶ ଚୟନ କରିବା କଷ୍ଟ କର ହୋଇପଡିଛି । କାରଣ ମଧ୍ୟକ୍ରମରେ ଦାବିଦାର ମନାଯାଉଥିବା ସୂର୍ଯ୍ୟକୁମରା ଯାଦବଙ୍କ ସ୍ଥାନରେ ଯୁବ ଇଶାନ କିଷନ ମଧ୍ୟ ଅଷ୍ଟ୍ରେଲିଆ ବିପକ୍ଷ ଅଭ୍ୟାସ ମ୍ୟାଚରେ ନିଜ ସ୍ଥିତି ଜାହିର କରି ସାରିଛନ୍ତି । ସେହପରି ଇଂଲଣ୍ଡ ବିପକ୍ଷ ଅଭ୍ୟାସ ମ୍ୟାଚରେ ମହଙ୍ଗା ସାବ୍ୟସ୍ଥ ହୋଇଥିବା ଭୁବନେଶ୍ୱର କୁମାରଙ୍କ ସ୍ଥାନରେ ଶାର୍ଦ୍ଦୁଲ ଠାକୁରଙ୍କ ଖେଳାଳିବା ନେଇ କ୍ରିକେଟ ପଣ୍ଡିତମାନେ ଅକାଳନ କରୁଛନ୍ତି ।
- ସମ୍ଭାବ୍ୟ ଏକାଦଶ: ରୋହିତ ଶର୍ମା, କେଏଲ୍ ରାହୁଲ, ବିରାଟ କୋହଲି (ଅଧିନାୟକ), ସୂର୍ଯ୍ୟକୁମାର ଯାଦବ/ଇଶାନ କିଷନ, ଋଷଭ ପନ୍ତ (ୱିକେଟକିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନ, ଭୁବନେଶ୍ୱର କୁମାର / ଶାର୍ଦ୍ଦଲ ଠାକୁର, ମହମ୍ମଦ ଶାମି ।

ପାକିସ୍ତାନ
ଗତକାଲି ପାକିସ୍ତାନ ଭାରତ ବିପକ୍ଷ ମ୍ୟାଚ ପାଇଁ 12 ଜଣିଆ ଦଳ ଘୋଷଣା କରିଛି । ଯେଉଁଥିରୁ ହିଁ ଚୁଡାନ୍ତ ଏକାଦଶ ବଛାଯିବ । ସରଫରାଜ ଅହମ୍ମଦ, ମହମ୍ମଦ ୱାସିମ ଏବଂ ମହମ୍ମଦ ନୱାଜ ନିଶ୍ଚିତ ଭାବରେ ଆଜି ଚୁଡାନ୍ତ ଏକାଶଦରୁ ବାଦ୍ ପଡିବେ ।
- ସମ୍ଭାବ୍ୟ ଏକାଦଶ: ବାବର ଆଜାମ (ଅଧିନାୟକ), ମହମ୍ମଦ ରିଜୱାନ (ୱିକେଟକିପର), ଫଖର ଜମାନ, ମହମ୍ମଦ ହାଫିଜ, ଶୋଏବ ମଲ୍ଲିକ / ହାଇଦର ଅଲ୍ଲୀ, ଆସିଫ ଅଲ୍ଲୀ, ଇମାଦ ୱାସିମ, ଶାଦବ ଖାନ, ହାସନ ଅଲି, ହରିସ ରାଉଫ, ଶାହିନ ଆଫ୍ରିଦି ।
ମ୍ୟାଚ ଟ୍ରିବିଆ
- ଆପଣ ଜାଣନ୍ତି କି, ପାକିସ୍ତାନ ବିପକ୍ଷ ଟି-20 ବିଶ୍ୱକପ ମ୍ୟାଚରେ ବିରାଟ କୋହଲି କେବେ ଆଉଟ ହୋଇ ନାହାଁନ୍ତି । ତାଙ୍କର ସ୍କୋର: 78 *, 36 * & 55 *
- ଆପଣ ଜାଣନ୍ତି କି, 2021 ମସିହା ଟି-20ରେ ମହମ୍ମଦ ରିଜୱାନ୍ (1462ରନ, 133.4 SR) ଏବଂ ବାବର ଆଜାମ (1363ରନ, 134.7 SR) ଦୁଇ ସର୍ବାଧିକ ରନ୍ ସଂଗ୍ରହକାରୀ ରହିଛନ୍ତି ।












Click it and Unblock the Notifications