ଟି-20 ବିଶ୍ୱକପ: ଫେଲ ମାରିଲେ ଓପନର, ପାଳି ସମ୍ଭାଳିଲେ ବିରାଟ
ଟସ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଟିମ ଇଣ୍ଡିଆ ନିର୍ଦ୍ଧାରିତ 20 ଓଭରରେ 7 ୱିକେଟ ବିନିମୟରେ 151 ରନ କରିପାରିଛି । ଫଳରେ ଏହି ଐତିହାସିକ ମୁକାବିଲାକୁ ଜିତିବା ପାଇଁ ପାକିସ୍ତାନ ଆଗରେ 152 ରନ ବିଜୟ ଲକ୍ଷ୍ୟ ରହିଛି ।
ଦୁବାଇ: ଐତିହାସିକ ମୁକାବିଲାରେ ଭାରତୀୟ ଦଳର ଖରାପ ଆରମ୍ଭ । ଟସ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଟିମ ଇଣ୍ଡିଆ ନିର୍ଦ୍ଧାରିତ 20 ଓଭରରେ 7 ୱିକେଟ ବିନିମୟରେ 151 ରନ କରିପାରିଛି । ଫଳରେ ଏହି ଐତିହାସିକ ମୁକାବିଲାକୁ ଜିତିବା ପାଇଁ ପାକିସ୍ତାନ ଆଗରେ 152 ରନ ବିଜୟ ଲକ୍ଷ୍ୟ ରହିଛି । ଭାରତ ପକ୍ଷରୁ କୋହଲି ସର୍ବାଧିକ ୫୭ (୪୯ ବଲ୍, ୫ ଚୌକା, ୧ ଛକା) ରନ୍ କରିଥିବା ପନ୍ତ ୩୯ ରନର ଇନିଂସ୍ ଖେଳିଛନ୍ତି।

ଭାରତୀୟ ପାଳି ଆରମ୍ଭ ହେଉ ହେଉ ପ୍ରଥମ ବଲରେ ଲାଗିଲା ଝଟକା । ଇନିଂସର ପ୍ରଥମ ଓଭରର ଚତୁର୍ଥ ବଲରେ ରୋହିତ୍ ଶର୍ମା (୦)ଙ୍କୁ କ୍ଲିନ୍ ବୋଲ୍ଡ କରିଥିଲେ ଶାହୀନ ଆଫ୍ରିଦି। ଅନ୍ୟତମ ଓପ୍ନର ଲୋକେଶ ରାହୁଲ୍ (୩)ଙ୍କୁ ମଧ୍ୟ ବୋଲ୍ଡ କରିଥିଲେ ଆଫ୍ରିଦି।
ପରେ ମଧ୍ୟକ୍ରମରେ ପାଳି ସମ୍ଭାଳିବାକୁ ଆସିଥିବା ସୂର୍ଯ୍ୟକୁମାର (୧୧) ଯାଦବ ଛକା ଓ ଚୌକା ମାରି ଭଲ ଆରମ୍ଭ କରିଥିଲେ। କିନ୍ତୁ ସେ ମଧ୍ୟ ବେଶୀ ସମୟ ତିଷ୍ଠିପାରିନଥିଲେ। ସୂର୍ଯ୍ୟଙ୍କୁ ହାସନ୍ ଅଲୀ ଆଉଟ୍ କରିଥିଲେ। ୩୧ ରନରେ ୩ ୱିକେଟ୍ ପତନ ପରେ ଭାରତ ସଂକଟରେ ପଡ଼ିଥିଲା।
ଏହି ସମୟରେ କୋହଲି ଓ ପନ୍ତ ଲଢ଼େଇ କରିଥିଲେ। ଦୁହେଁ ଚତୁର୍ଥ ୱିକେଟ୍ ପାଇଁ ୫୩ ରନର ଭାଗିଦାରୀ କରିଥିଲେ। ପନ୍ତ ପାକ୍ ବୋଲରଙ୍କୁ ଆଟାକ୍ କରିବା ସହ ଭାରତର ରନ୍ ଗତିକୁ ବଢ଼ାଇଥିଲେ। ତେବେ ପନ୍ତ ବଡ଼ ଶଟ୍ ଖେଳିବା ପ୍ରୟାସରେ ନିଜ ୱିକେଟ୍ ହରାଇ ବସିଥିଲେ। ପନ୍ତ ୩୦ ବଲରେ ୨ ଚୌକା ଓ ୨ ଛକା ସହ ୩୯ ରନ୍ କରି ଶଦାବ ଖାନଙ୍କ ବଲରେ କଟ୍ ଆଣ୍ଡ ବୋଲ୍ଡ ହୋଇଥିଲେ।
ପନ୍ତଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ରବୀନ୍ଦ୍ର ଜାଡେଜା ମାତ୍ର ୧୩ ରନ୍ କରି ପାଭିଲିୟନ୍ ଫେରିଥିଲେ। କୋହଲି ୪୫ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଅର୍ଦ୍ଧଶତକ ମାରିବା ପରେ କୋହଲି ଆଉଟ୍ ହୋଇଥିଲେ। ତାଙ୍କୁ ଆଫ୍ରିଦି ୱିକେଟ୍ କିପର ମହମ୍ମଦ ରିଜୱାନଙ୍କ ଦ୍ୱାରା କ୍ୟାଚ୍ କରାଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ୧୧ ଓ ଭୁବନେଶ୍ୱର କୁମାର ୫ ରନ୍ କରି ଅପରାଜିତ ଥିଲେ।
ପାକିସ୍ତାନ ପକ୍ଷରୁ ଆଫ୍ରିଦି ୩ଟି, ହାସନ୍ ଅଲୀ ୨ଟି, ଶଦାବ ଓ ହାରିସ୍ ରୌଫ ଗୋଟିଏ ଲେଖାଏ ୱିକେଟ୍ ହାସଲ କରିଥିଲେ।












Click it and Unblock the Notifications