ଐତିହାସିକ ମ୍ୟାଚରେ ଟସ୍ ହାରିଲେ କୋହଲି
ଟି-୨୦ ବିଶ୍ୱକପରେ ଆଜି ଭାରତ ବନାମ ପାକିସ୍ତାନ ଫାଇଟ୍ । ମ୍ୟାଚରେ ପ୍ରଥମେ ଟସ ହାରିଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି । ଅନ୍ୟପଟେ ଟସ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛନ୍ତି ପାକ୍ ଅଧିନାୟକ ବାବର ଆଜାମ ।
ଦୁବାଇ: ଟି-୨୦ ବିଶ୍ୱକପରେ ଆଜି ଭାରତ ବନାମ ପାକିସ୍ତାନ ଫାଇଟ୍ । ମ୍ୟାଚରେ ପ୍ରଥମେ ଟସ ହାରିଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି । ଅନ୍ୟପଟେ ଟସ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛନ୍ତି ପାକ୍ ଅଧିନାୟକ ବାବର ଆଜାମ ।

ଭାରତ ଦୁଇଟି ସ୍ପିନର ସହ ପଡିଆକୁ ଓହ୍ଲାଇଛି । ଅଶ୍ୱୀନଙ୍କ ସ୍ଥାନରେ ବରୁଣ ଚକ୍ରବର୍ତ୍ତୀଙ୍କୁ ସ୍ଥାନ ମିଳିଛି । ସେହିପରି ଚୁଡାନ୍ତ ଏକାଦଶରେ ମଧ୍ୟକ୍ରମ ପାଇଁ ଇଶାନ କିଷନଙ୍କ ସ୍ଥାନରେ ସୂର୍ଯ୍ୟ କୁମାର ଯାଦବଙ୍କୁ ସ୍ଥାନ ମିଳିଛି । ଅନ୍ୟପଟେ ଆଜି ମ୍ୟାଚରେ ବୋଲିଂ କରିବେ ନାହିଁ ବୋଲି ହାର୍ଦ୍ଦିକ ପାଣ୍ଡ୍ୟା ସଫା ମନା କରିଦେଇଛନ୍ତି । ସେ କେବଳ ଜଣେ ବ୍ୟାଟ୍ସମ୍ୟାନ ଭାବରେ ଦଳକୁ ନିଜର ଅବଦାନ ଯୋଡିବେ । ଅନ୍ୟପଟେ ପାକିସ୍ତାନ ଘୋଷଣ କରିଥିବା 12 ଜଣିଆ ଦଳରୁ ହାଇଦର ଅଲ୍ଲୀକୁ ବାଦ୍ ଦିଆଯାଇ ଚୁଡାନ୍ତ ଏକାଦଶ ପ୍ରସ୍ତୁତ କରାଯାଇଛି ।
- ଭାରତୀୟ ଏକାଦଶ: ରୋହିତ ଶର୍ମା, କେଏଲ୍ ରାହୁଲ, ବିରାଟ କୋହଲି (ଅଧିନାୟକ), ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ (ୱିକେଟକିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ବରୁଣ ଚକ୍ରବର୍ତ୍ତୀ, ଭୁବନେଶ୍ୱର କୁମାର, ମହମ୍ମଦ ଶାମି, ଜସପ୍ରୀତ ବୁମରା ।
- ପାକିସ୍ତାନ ଏକାଦଶ: ବାବର ଆଜାମ (ଅଧିନାୟକ), ମହମ୍ମଦ ରିଜୱାନ (ୱିକେଟକିପର), ଫଖର ଜମାନ, ମହମ୍ମଦ ହାଫିଜ, ଶୋଏବ ମଲ୍ଲିକ, ଆସିଫ ଅଲ୍ଲୀ, ଇମାଦ ୱାସିମ, ଶାଦବ ଖାନ, ହାସନ ଅଲି, ହରିସ ରାଉଫ, ଶାହିନ ଆଫ୍ରିଦି ।












Click it and Unblock the Notifications