ଟି-20 ବିଶ୍ୱକପ: ପୁଣି ଟସରେ ଫେଲ କୋହଲି, ଚୁଡାନ୍ତ ଏକାଦଶରେ ଦୁଇଟି ପରିବର୍ତ୍ତନ
ଦୁବାଇ ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡର ଅଧିନାୟକ କେନ୍ ୱିଲିୟମସନ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ନିଜ ଅଧିନାୟକ କ୍ୟାରିୟରେ ବିରାଟ କୋହଲି ଟସ କ୍ଷେତ୍ର ଅନେକ ଥର ଦୁର୍ଭାଗ୍ୟଶାଳୀ ହୋଇଛନ୍ତି । ଯାହା ଏବେ ବିଶ୍
ଦୁବାଇ: ୟୁଏଇରେ ଖେଳାଯାଉଥିବା ଟି-20 ବିଶ୍ୱକପରେ ଭାରତୀୟ ଦଳ ଆଜି ଭାରତ ବନାମ ନ୍ୟୁଜିଲାଣ୍ଡ କର ବା ମର ମୁକାବିଲା । ଦୁବାଇ ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡର ଅଧିନାୟକ କେନ୍ ୱିଲିୟମସନ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ନିଜ ଅଧିନାୟକ କ୍ୟାରିୟରେ ବିରାଟ କୋହଲି ଟସ କ୍ଷେତ୍ର ଅନେକ ଥର ଦୁର୍ଭାଗ୍ୟଶାଳୀ ହୋଇଛନ୍ତି । ଯାହା ଏବେ ବିଶ୍ୱକପରେ ମଧ୍ୟ ଜାରି ରହିଛି।

ଅନ୍ୟପଟେ ପାକିସ୍ତାନଠୁ ପରାଜୟର ସ୍ୱାଦ ଚାଖିଥିବା ଦୁଇ ଦଳ ପାଇଁ ଆଜି ମ୍ୟାଚ ଡୁ ଅର ଡାଇ ମ୍ୟାଚ ହେବ । ବିଜୟ ଦେବ ସେମି ଟିକେଟ୍ ଓ ପରାଜୟ ଦେଖାଇପାରେ ଟୁର୍ଣ୍ଣାମେଣ୍ଟରୁ ବାହାର ରାସ୍ତ । ତେଣୁ ସେମିଫାଇନାଲ ପୂର୍ବରୁ ଆଜି ଏହି ମ୍ୟାଚ ଭର୍ଚୁଆଲ କ୍ୱାର୍ଟର ଫାଇନାଲ୍ ସଦୃଶ ହେବ । ଦୁବାଇର ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ ଏହି ମ୍ୟାଚ ।
- ଭାରତୀୟ ଏକାଦଶ: ରୋହିତ ଶର୍ମା, କେଏଲ୍ ରାହୁଲ, ବିରାଟ କୋହଲି (କ୍ୟାପଟେନ), ଇଶାନ କିଶନ, ଋଷଭ ପନ୍ତ (ୱିକେଟକିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ବରୁଣ ଚକ୍ରବର୍ତ୍ତୀ, ଶାର୍ଦ୍ଦୁଲ ଠାକୁର, ମହମ୍ମଦ ଶାମି, ଜସପ୍ରୀତ ବୁମରା ।
- ନ୍ୟୁଜିଲାଣ୍ଡ ଏକାଦଶ: ମାର୍ଟିନ ଗୁପ୍ଟିଲ, ଡାରିଲ ମିଚେଲ, କେନ ୱିଲିୟମସନ (ଅଧନାୟକ), ଜେମ୍ସ ନେଶାମ, ଡିଭନ କନୱେ, ଗ୍ଲେନ ଫିଲିପ୍ସ, ଆଡାମ ମିଲନେ (ୱିକେଟକିପର), ମିଚେଲ ସାଣ୍ଟନର୍, ଇଶ୍ ସୋଡି, ଟିମ୍ ସାଉଥୀ, ଟ୍ରେଣ୍ଟ ବୋଲ୍ଟ।












Click it and Unblock the Notifications