Get Updates
Get notified of breaking news, exclusive insights, and must-see stories!

ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ

ସୁପର ସଣ୍ଡେରେ ସୁପର୍ ଫାଇଟ୍ । ଟି୨୦ ବିଶ୍ୱକପ୍ ଫାଇନାଲରେ ମୁହାଁମୁହିଁ ହେବେ ଭାରତ ଏବଂ ନ୍ୟୁଜିଲାଣ୍ଡ । ଲଗାତାର ଦୁଇ ଥର ଚାମ୍ପିଅନ୍ ହେବାକୁ ଲକ୍ଷ୍ୟ ରଖିଛି ଟିମ୍ ଇଣ୍ଡିଆ । ଅନ୍ୟ ଦିଗରେ ନ୍ୟୁଜିଲାଣ୍ଡ ଟିମ୍ ଟି୨୦ ବିଶ୍ୱକପ୍ ଟ୍ରଫି ହାତେଇବାକୁ ଯୋଜନା କରୁଛି । ସନ୍ଧ୍ୟା ୭ଟାରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଏହି ମୁକାବିଲା ଖେଳାଯିବ । ଯାହାକୁ ନେଇ ଉତ୍ସାବିତ ଅଛନ୍ତି କୋଟି କୋଟି କ୍ରିକେଟ୍ ଫ୍ୟାନ୍ସ ।

ରବିବାର ପ୍ରାୟ ୧ ଲକ୍ଷ ୩୦ ହଜାର ଦର୍ଶକଙ୍କ ଗର୍ଜନ ମଧ୍ୟରେ ଫାଇନାଲ ମ୍ୟାଚ୍ ଖେଳାଯିବ । ଏହି ଷ୍ଟାଡିୟମରେ ମୋଟ ୧୧ଟି ପିଚ୍ ରହିଛି, ଯେଉଁଥିରେ ଉଭୟ ଲାଲ୍ ମାଟି ଏବଂ କଳା ମାଟିର ବ୍ୟବହାର କରାଯାଇଛି । ବିଶ୍ୱକପ ଫାଇନାଲ ପାଇଁ କେଉଁ ପିଚ୍ ବ୍ୟବହାର ହେବ, ତାହା ଉଭୟ ଦଳର କ୍ୟାପଟେନ୍ ଏବଂ ପାଣିପାଗ ମୁଡ ଉପରେ ନିର୍ଭର କରୁଛି ।

T20 World Cup

ମୋଟାମୋଟି ଭାବେ କହିବାକୁ ଗଲେ, ଦୁଇ ଦେଶ ମଧ୍ୟରେ ମୋଟ ୩୦ ଟି ଟି-୨୦ ମ୍ୟାଚ୍ ଖେଳାଯାଇଛି । ଯେଉଁଥିରେ ଭାରତୀୟ ଦଳ ୧୬ ଟି ମ୍ୟାଚ୍ ଜିତିଛି, ୧୧ ଟି ମ୍ୟାଚ୍ ନ୍ୟୁଜିଲ୍ୟାଣ୍ଡ ଜିତିଛି ଏବଂ ୩ଟି ମ୍ୟାଚ୍ ଟାଇ ହୋଇଛି । ଏହି ୩ଟି ମ୍ୟାଚରେ, ଦୁଇଟି ଭାରତୀୟ ଦଳ ପରେ (ସୁପର ଓଭରରେ) ଜିତିଥିଲା । ଗୋଟିଏ ଡିଏଲଏସ୍ (ଡକୱର୍ଥ ଲୁଇସ୍) ପଦ୍ଧତି ଯୋଗୁଁ ଟାଇ ରହିଥିଲା।

ଇଂଲଣ୍ଡ ବିପକ୍ଷ ସେମି ମ୍ୟାଚରେ ଭାରତୀୟ ବୋଲରମାନେ ନିରାଶ କରିଥିଲେ। ଅର୍ଶଦୀପ ସିଂହ ୪ ଓଭରରେ ୫୧ ରନ ଦେଇ ମାତ୍ର ୧ ୱିକେଟ ନେଇଥିଲେ। ସେହିପରି ବରୁଣ ଚକ୍ରବର୍ତ୍ତୀ ୪ ଓଭରରେ ୬୪ ରନ ଦେଇ ମାତ୍ର ୧ ୱିକେଟ ନେଇଥିଲେ। ତେବେ ବରୁଣଙ୍କ ଫର୍ମ ସମସ୍ତଙ୍କୁ ନିରାଶ କରିଥିଲା । ଯାହା ଭାରତୀୟ ଦଳର ପ୍ଲେଇଂ ଇଲେଭେନରେ ପରିବର୍ତ୍ତନ ହେବ କି ନାହିଁ ସେ ବିଷୟରେ ପ୍ରଶ୍ନ ଉଠାଇଚି । ସାରା ଟୁର୍ଣ୍ଣାମେଣ୍ଟରେ ବେଞ୍ଚରେ ଥିବା କୁଲଦୀପ ଯାଦବଙ୍କୁ ସୁଯୋଗ ମିଳିବ ବୋଲି ଚର୍ଚ୍ଚା ହେଉଛି ।

ସେହିଭଳି ଅଭିଷେକ ଶର୍ମାଙ୍କ ଫର୍ମ ମଧ୍ୟ ଚିନ୍ତାର ବିଷୟ। ନ୍ୟୁଜିଲାଣ୍ଡ ବିପକ୍ଷରେ ବରୁଣଙ୍କ ପ୍ରଦର୍ଶନ ବିଶେଷ ପ୍ରଭାବିତ କରିନି । ସେ ଏପର୍ଯ୍ୟନ୍ତ ନ୍ୟୁଜିଲାଣ୍ଡ ବିପକ୍ଷରେ ଚାରୋଟି ଟି-୨୦ରେ ୪ଟି ୱିକେଟ ନେଇଛନ୍ତି, ହାରାହାରି ୩୨.୭୫ ଏବଂ ଇକୋନୋମି ହାର ୮.୧୮ ବଜାୟ ରଖିଛନ୍ତି।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+