ଟି ଟ୍ବେଣ୍ଟି ବିଶ୍ବକପ ଫାଇନାଲ୍ ମୁକାବିଲା ,ଟସ୍ ଜିତି ନ୍ୟୁଜିଲାଣ୍ଡର ବୋଲିଂ ନିଷ୍ପତ୍ତି
ଟି୨୦ ବିଶ୍ୱକପ୍ ୨୦୨୬ ଏବେ ଏହାର ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ରବିବାର ଖେଳାଯାଉଥିବା ଏହି ମହାମୁକାବିଲାରେ ମୁହାଁମୁହିଁ ହେଉଛନ୍ତି ଭାରତ ଓ ନ୍ୟୁଜିଲ୍ୟାଣ୍ଡ। ଏହି ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଏଣୁ ଭାରତ ପ୍ରଥମେ ବ୍ୟାଟିଂ କରିବା ସ୍ପଷ୍ଟ ହୋଇଛି।
ଭାରତୀୟ ଦଳ ଟି୨୦ ବିଶ୍ୱକପ ଇତିହାସରେ ଚତୁର୍ଥ ଥର ପାଇଁ ଫାଇନାଲରେ ପ୍ରବେଶ କରି ଏକ ନୂଆ ରେକର୍ଡ ସୃଷ୍ଟି କରିଛି। ଏହା ପୂର୍ବରୁ ଖେଳିଥିବା ୩ଟି ଫାଇନାଲ ମଧ୍ୟରୁ ଭାରତ ୨୦୦୭ ଏବଂ ୨୦୨୪ରେ ଚାମ୍ପିଅନ ହୋଇସାରିଛି। ଆଜିର ମ୍ୟାଚ ଜିତିଲେ ଭାରତ ତୃତୀୟ ଥର ପାଇଁ ଟ୍ରଫି ହାତେଇବ। ଅପରପକ୍ଷେ ନ୍ୟୁଜିଲ୍ୟାଣ୍ଡ ପାଇଁ ଏହା ଦ୍ୱିତୀୟ ଫାଇନାଲ। ୨୦୨୧ରେ ଦଳ ଫାଇନାଲରେ ପହଞ୍ଚିଥିଲେ ମଧ୍ୟ ରନର୍ସଅପ ହୋଇ ସନ୍ତୁଷ୍ଟ ହୋଇଥିଲା।

ଉଭୟ ଦଳ ପ୍ଲେଇଂ ୧୧:
ଭାରତ - ଅଭିଷେକ ଶର୍ମା, ସଞ୍ଜୁ ସାମସନ, ଇଶାନ କିଷାନ, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ଶିବମ ଦୁବେ, ବରୁଣ ଚକ୍ରବର୍ତ୍ତୀ, ଜସପ୍ରିତ ବୁମରାହ, ଅର୍ଶଦୀପ ସିଂହ
ନ୍ୟୁଜିଲ୍ୟାଣ୍ଡ - ଟିମ୍ ସେଫର୍ଟ, ଫିନ୍ ଆଲେନ୍, ରଚିନ୍ ରବିନ୍ଦ୍ର, ଗ୍ଲେନ୍ ଫିଲିପ୍ସ, ମାର୍କ ଚାପମ୍ୟାନ୍, ଡାରିଲ୍ ମିଚେଲ, ମିଚେଲ ସାଣ୍ଟନର (ଅଧିନାୟକ), ଜିମି ନୀଶାମ, ଜାକବ୍ ଡଫି, ମ୍ୟାଟ୍ ହେନରୀ, ଲକି ଫର୍ଗୁସନ୍












Click it and Unblock the Notifications